ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆସନ୍ତାକାଲି ୨୨.୧୧.୨୦୨୦ରିଖ, ବିଛା ୭ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ରବିବାର । ଅଷ୍ଟମୀ-ରାତ୍ରି ୧୦ଟା ୫୪ ମିନିଟ୍‌ ଧନିଷ୍ଠା-ଦିବା ୧୧ଟା ୧୨ ମିନିଟ୍‌ କୁମ୍ଭ ଚନ୍ଦ୍ର- ୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ : ୬ଟା ୦ ମିନିଟ୍‌ ୫୩ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୦୪ ମିନିଟ୍‌ ୪୫ ସେକେଣ୍ଡ । ମୃତେ ଏକପାଦ ପୁଷ୍କର ଦୋଷ । ନଡ଼ିଆ ଖାଇବା ମନା, ଖାଇଲେ ବୁଦ୍ଧି ନଷ୍ଟ, ମୂର୍ଖ ହେବେ ।

ରବିବାର ରାଶିଫଳ

ମେଷ : ଏକାଦଶ ଚନ୍ଦ୍ର ଓ ଘାତବାର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ବାଧାବିଘ୍ନ ଘଟିପାରେ । ମନରେ ଅସ୍ଥିରତା ଭାବ ପ୍ରକାଶ ପାଇବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ କାର୍ତ୍ତିକେୟ ।

ବୃଷ: ନିଜସ୍ୱ କର୍ମ ଓ ଘରୋଇ କର୍ମକୁ ଆଜି ସଫଳତାର ସହ ସମ୍ପାଦନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ହସଖୁସିର ପରିବେଶ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଯତ୍ନ କରିବେ । ମହିଳାମାନେ କର୍ମନିପୁଣା ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା- ମା’ କମଳା ।

ମିଥୁନ : ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ବିପର୍ଯ୍ୟୟ ଘଟିବ । ଘାତଚନ୍ଦ୍ର ହେତୁ ବାଦବିବାଦ ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । ଧନକ୍ଷତି ଓ ଗୁରୁଜନଙ୍କ ସହ ମତଭେଦ ଘଟିପାରେ । ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଯେଉଁମାନଙ୍କର ମୃଗଶିରା ମିଥୁନ ସେମାନଙ୍କ ପାଇଁ ଦିନଟି ବହୁତ ଖରାପ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନେ ଅପମାନ ଓ ଅପଯଶ ପାଇବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା- ଭଗବାନ ବିଷ୍ଣୁ ।

କର୍କଟ: ଅଷ୍ଟମ ଚନ୍ଦ୍ର ଅଷ୍ଟମୀ ତିଥି ଯୋଗୁ ଧନକ୍ଷତି, ବାଣିଜ୍ୟ, ବ୍ୟବସାୟରେ କ୍ଷତି, ଶାରୀରିକ ପୀଡ଼ା ଓ ପରିବାରରେ ବିବାଦ ଦେଖାଦେବ । ମନରେ ଅସ୍ଥିରତାଭାବ ଓ ବିରକ୍ତିଭାବ ପ୍ରକାଶ ପାଇବ । ଦୁର୍ଘଟଣା ପ୍ରତି ସତର୍କ ରହିବେ ଓ ଆର୍ଥିକ କାରବାର କଲାବେଳେ ସାବଧାନ ରହିବେ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ପରିବାର ସଦସ୍ୟଙ୍କ ସହିତ ସମସ୍ତ ଘରୋଇ କର୍ମକୁ ମିଳିମିଶି ସମ୍ପାଦନ କରିବେ । ପରିବାରରେ ହସଖୁସିର ପରିବେଶ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୬, ଆରାଧନା- ପ୍ରଭୁ ସଦାଶିବ ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ମାନସିକ, ପାରିବାରିକ ଶାନ୍ତି ଓ ଦେହ ମନ ସୁସ୍ଥ ରହିବ । ସମସ୍ତଙ୍କୁ ବଶୀଭୂତ କରିବାର ଶକ୍ତି ଜାଗ୍ରତ ହେବ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଋଣମୁକ୍ତ ହେବାର ପ୍ରୟାସ ଜାରି ରଖିବେ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଯତ୍ନ କରିବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୪, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା : ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ମନରେ ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବାପାମା’ଙ୍କ କୃପାଲାଭ କରିବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ । ନୂତନ ଗବେଷଣା ଓ ବିଦ୍ୟା ପ୍ରତି ଆକୃଷ୍ଟ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ସନ୍ତାନବତ୍ସଳା ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା- ମା’ ଗାୟତ୍ରୀ ।

ବିଛା : ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବ ଓ ସହକର୍ମୀଙ୍କ ସହ ଅପ୍ରିୟତା ଓ ମନରେ ଅସ୍ଥିରତା ଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ । ଯାନବାହନରେ କ୍ଷତି, ଆର୍ଥିକ କ୍ଷତି ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା- ମା’ ଚଣ୍ଡୀ ।

ଧନୁ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଭାଇଭଉଣୀଙ୍କ ସହିତ ସମ୍ପର୍କ ମଧୁର ହେବ ଓ ତାଙ୍କର ସହାୟତା ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ପରିବାରର ସେବା କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ଭଗବାନ ବିଷ୍ଣୁ ।

ମକର: ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ରହିବ । ବ୍ୟବସାୟ ବୃଦ୍ଧି କରିବାର ଚିନ୍ତା କରିବେ । ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ ଓ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ସଞ୍ଚୟ କରିବାର ରୁଚି ରଖିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ସ୍ୱଜନ ପ୍ରିୟଜନଙ୍କ ସହ ସମ୍ପର୍କ ମଧୁର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଅର୍ଥାଗମର ପନ୍ଥା ସୁଗମ ହେବ । ମାନସିକ, ପାରିବାରିକ ଶାନ୍ତି ଓ ଦେହମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ । ମହିଳାମାନେ ପରିବାରର ଆଦର ପାଇବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା- ମା’ କାଳୀ ।

ମୀନ: ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ଧନକ୍ଷତି ଓ ବାଣିଜ୍ୟ, ବ୍ୟବସାୟ ଏବଂ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି ଓ ପରିବାରରେ ବ୍ୟୟଭାର ଅଧିକ ରହିବ ଏବଂ କର୍ମ ପ୍ରତି ଆଳସ୍ୟତା କରିବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ମା’ ତାରା ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ସୂର୍ଯ୍ୟ ମହାମନ୍ତ୍ରସ୍ୟ,
ଅଗସ୍ତ୍ୟୋ ଭଗବାନ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ରବି ମହାଗ୍ରହ ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଘୃଣି ସୂର୍ଯ୍ୟାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଅବଲିପ୍ତେଷୁ ମୂର୍ଖେଷୁ ରୋଦ୍ରଂ ସାହସିକେଷୁ ଚ ।
ତଥୈବାପେତଧର୍ମେଷୁ ନ ମୈତ୍ରୀମା ଚରେତ୍ତ ବୁଧଃ ।ା
ଭାବାର୍ଥ: ବୁଦ୍ଧିମାନ ବ୍ୟକ୍ତି ଦୁଃସାହସୀ, ମୂର୍ଖ, କ୍ରୋଧୀ, ବିବେକଶୂନ୍ୟ, ଅହଂକାରୀ ଓ ଧର୍ମହୀନଙ୍କ ସହ ସଂଗତି କରେ ନାହିଁ, କାରଣ ଏମାନଙ୍କ ସଂଗତି ବିପତ୍ତିକୁ ଆମନ୍ତ୍ରଣ କରିଥାଏ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ

   ସମ୍ବନ୍ଧିତ ଖବର


ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୮/୧୧ ଶନିବାର)

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୭/୧୧ ଶୁକ୍ରବାର)

ଶୁକ୍ରବାର ରାଶିଫଳ

ଆଜିର ରାଶିଫଳ (୨୫/ ୧୧ ବୁଧବାର)