ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆସନ୍ତାକାଲି ତା.୨୩.୧୧.୨୦୨୦ରିଖ, ବିଛା ୮ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ସୋମବାର । ନବମୀ-ରାତ୍ରି ୧୨ଟା ୩୫ ମିନିଟ୍‌ ଶତଭିଷା-ଦିବା ୧ଟା ୦୭ ମିନିଟ୍‌ କୁମ୍ଭ ଚନ୍ଦ୍ର- ୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ : ୬ଟା ୦୧ ମିନିଟ୍‌ ୩୦ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୦୪ ମିନିଟ୍‌ ୪୧ ସେକେଣ୍ଡ । ମୃତେ ଦିବା ୧ଟା ୦୭ ମିନିଟ୍‌ ଗତେ ଏକପାଦ ପୁଷ୍କର ଦୋଷ । ଲାଉ ଖାଇବା ମନା, ଖାଇଲେ ଗୋମାଂସ ସହ ସମାନ । ଅଦ୍ୟ ଅଂଳା ନବମୀ, ରାଧା ପାଦ ଦର୍ଶନ ।

ସୋମବାର ରାଶିଫଳ
ମେଷ : ଏକାଦଶ ଚନ୍ଦ୍ର ହେତୁ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ ଓ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା- ପ୍ରଭୁ ହନୁମାନ ।

ବୃଷ: କର୍ମରେ ଉନ୍ନତି କରିବେ ଓ କର୍ମପ୍ରତି ଧ୍ୟାନ ଅଧିକ ରହିବ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ କର୍ମନିଯୁକ୍ତି ମିଳିପାରେ । କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଯତ୍ନ କରିବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- ପ୍ରଭୁ ଶ୍ରୀରାମ ।

ମିଥୁନ : ନବମୀ ତିଥି, ନବମୀ ଚନ୍ଦ୍ର ଓ ଘାତଚନ୍ଦ୍ର ହେତୁ ଭାଗ୍ୟରେ ବିପର୍ଯ୍ୟୟ ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ଅପମାନ, ଅପଯଶ ପାଇବେ ଓ ପଦସ୍ଥ କର୍ମ•ରୀଙ୍କ ରୋଷର ଶିକାର ହେବେ । ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତି ଆକ୍ରୋଶ କରିବେ । ଯେଉଁମାନଙ୍କର ଆଦ୍ରା ଓ ପୁନର୍ବସୁ ମିଥୁନ, ସେମାନଙ୍କ ପାଇଁ ଦିନଟି ଅଶୁଭ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ଅପଯଶ ପାଇବେ । ଶୁଭରଙ୍ଗ-ଚକ୍‌ଲେଟ, ଶୁଭସଂଖ୍ୟା-୪, ଆରାଧନା- ମା’ ଷୋଡ଼ଶୀ ।

କର୍କଟ: ଘାତବାର ଓ ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ଧନକ୍ଷତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ । ଯେଉଁମାନଙ୍କର ଅଶ୍ଳେଷା କର୍କଟ, ସେମାନଙ୍କ ପାଇଁ ଦିନଟି ବହୁତ ଖରାପ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଥଣ୍ଡା ରୋଗରେ ପଡ଼ିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ଭଗବାନ ଶିବ ।

ସିଂହ : ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ସମ୍ମାନ ବୃଦ୍ଧି ପାଇବ । ମୂଲ୍ୟବାନ ଧାତୁ କିମ୍ବା ବସନ, ଭୂଷଣ କ୍ରୟ କରିବେ । ପରିବାରରେ ସୁଖଶାନ୍ତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା- ମା’ ମାତଙ୍ଗୀ ।

କନ୍ୟା: ମନରେ ଉତ୍ସାହ ଓ ଉଦ୍ଦୀପନାଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି, ଯଶ ସମ୍ମାନ ଓ ପଦପର୍ଯ୍ୟଦା ବୃଦ୍ଧି ପାଇବ । ରୋଗ, ଋଣ ଓ ଶତ୍ରୁ ଏ ତିନୋଟିରୁ ମୁକ୍ତି ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଚ୍ଚ ଆଶା ରଖିବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୮, ଆରାଧନା- ଭଗବାନ ବିଷ୍ଣୁ ।

ତୁଳା : କର୍ମରେ ଯଶ, ସମ୍ମାନ ଓ ପଦ ମର୍ଯ୍ୟଦା ବୃଦ୍ଧି ପାଇବ । କର୍ମ କରିବାର ଶୈଳୀରେ ପରିବର୍ତ୍ତନ ଆସିବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ବାପା, ମା’ଙ୍କ କୃପାଲାଭ କରିବେ ଓ ପରିବାରରେ ସୁଖଶାନ୍ତିର ପରିବେଶ ପାଇବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମରେ ଗର୍ବ ଅନୁଭବ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ । ମହିଳାମାନେ ଯଶ, ସମ୍ମାନର ଅଧିକାରିଣୀ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ପ୍ରଭୁ ଜଗନ୍ନାଥ ।

ବିଛା : କର୍ମସ୍ଥାନରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ହେବ । କର୍ମପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ମତଭେଦ ଓ ମନରେ ଅସ୍ଥିରତାଭାବ ପ୍ରକାଶ ପାଇବ । ଯାନବାହନରେ କ୍ଷତି ଓ ପରିବାରରେ ବିବାଦ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଅପବାଦ ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା- ମା’ ବଗଳାମୁଖୀ ।

ଧନୁ: ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ପରିବାରରେ ସୁଖ,ଶାନ୍ତି ବିରାଜମାନ କରିବ ଓ ଭାଇ,ଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦ୍‌ଯୋଗ କରିବେ । ମହିଳାମାନଙ୍କର ସମ୍ମାନ ବୃଦ୍ଧି ଘଟିବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା- ମା’ ତାରା ।

ମକର: ଆର୍ଥିକ ସ୍ଥିତି ମଜବୁତ୍‌ ହେବ । ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ । କର୍ମରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟର ସୁଯୋଗ ପହଞ୍ଚିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା ।

କୁମ୍ଭ: ଶ୍ରୀଚନ୍ଦ୍ର ହେତୁ ଧନ, ବୈଭବ, ସମ୍ମାନ ଓ ଲକ୍ଷ୍ମୀଙ୍କର କୃପାପ୍ରାପ୍ତି ହେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ନିବିଡ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ କର୍ମରେ ସଫଳତା, ଆତ୍ମବିଶ୍ୱାସ ଓ ପଦ ପର୍ଯ୍ୟଦା ବୃଦ୍ଧି ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ସମ୍ମାନିତ ହେବେ । ମହିଳାମାନେ ପରିବାରରେ ଆଦର ଓ ସମ୍ମାନ ପାଇବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା- ମା’ ଚଣ୍ଡୀ ।

ମୀନ: ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ଧନକ୍ଷତି ଓ ବାଣିଜ୍ୟ, ବ୍ୟବସାୟ ଏବଂ ପରିବହନରେ କ୍ଷତିି ପହଞ୍ଚିବ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ଓ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ମନ ଅସ୍ଥିର ରହିବ ଓ ସ୍ୱାସ୍ଥ୍ୟହାନି ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ଅନାଗ୍ରହୀ ହେବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ପ୍ରଭୁ ଜଗନ୍ନାଥ ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଚନ୍ଦ୍ର ମହାମନ୍ତ୍ରସ୍ୟ,
ଗୌତମ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଚନ୍ଦ୍ର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ହୀଂ ସୋମାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଚଳଚିତ୍ତ ମନାତ୍ମାନ ମିନ୍ଦ୍ରିୟାଣାଂ ବଶାନୁଗମ୍‌ ।
ଅର୍ଥାଃ ସମତିବର୍ତନ୍ତେ ହଂସାଃ ଶୁଷ୍କଂ ସରୋଯଥା ।ା
ଭାବାର୍ଥ: ଚଞ୍ଚଳମତି ବ୍ୟକ୍ତି, ଅଜ୍ଞାନୀ ଓ ଇନ୍ଦ୍ରିୟ ବଶୀଭୂତ ମନୁଷ୍ୟଠାରୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି, ଯେମିତି ଶୁଖିଲା ପୋଖରୀକୁ ହଂସ ଛାଡ଼ି •ଲିଯାଏ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୨୭/୧୧ ଶୁକ୍ରବାର)

ଶୁକ୍ରବାର ରାଶିଫଳ

ଆଜିର ରାଶିଫଳ (୨୫/ ୧୧ ବୁଧବାର)

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୪/୧୧ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ