ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆସନ୍ତାକାଲି ତା.୨୫.୧୧.୨୦୨୦ରିଖ, ବିଛା ୧୦ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ବୁଧବାର। ଏକାଦଶୀ- ନିଶାନ୍ତ-୫ଟା ୧୩ ମିନିଟ୍‌ ଉତ୍ତରଭାଦ୍ର-ସନ୍ଧ୍ୟା ୬ଟା ୨୩ ମିନିଟ୍‌ ମୀନଚନ୍ଦ୍ର- ୬୦ ଦଣ୍ଡ ଅହୋରାତ୍ର। ସୂର୍ଯ୍ୟୋଦୟ : ୬ଟା ୦୨ ମିନିଟ୍‌ ୪୪ ସେକେଣ୍ଡ। ସୂର୍ଯ୍ୟାସ୍ତ: ୫ଟା ୦୪ ମିନିଟ୍‌ ୧୩ ସେକେଣ୍ଡ। ମୃତେ ନିଶାନ୍ତ, ୫ଟା ୧୩ ମିନିଟ୍‌ ଗତେ ଏକପାଦ ପୁଷ୍କର ଦୋଷ। ଶିମ୍ବ ଖାଇବା ମନା, ଖାଇଲେ ମହାପାପ। ଅଦ୍ୟ ବଡ଼ ଏକାଦଶୀ, ଭୀଷ୍ମ ପଞ୍ଚକ ଆରମ୍ଭ।

ବୁଧବାର ରାଶିଫଳ
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପରିବାରର ବ୍ୟୟଭାରରେ ଅତିଷ୍ଠ ହେବେ ଓ ସେଥିପାଇଁ ଋଣ କରିବାକୁ ବାଧ୍ୟ ହେବେ । କର୍ମ ପ୍ରତି ଆଳସ୍ୟତା ଓ ଅନାଗ୍ରହ ଭାବ ଜାଗ୍ରତ ହେବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ମନ ଚଳଚଞ୍ଚଳ ଓ ବିଷାଦଗ୍ରସ୍ତ ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା- ପ୍ରଭୁ ହନୁମାନ।

ବୃଷ: ଆର୍ଥିକ ଅବସ୍ଥାରେ ଦ୍ରୁତ ପରିବର୍ତ୍ତନ ଘଟିବ। ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମ କରିବାର ଶୈଳୀରେ ପରିବର୍ତ୍ତନ ଘଟିବ ଓ ଦରମାରେ କିଛି ବୃଦ୍ଧି ଘଟିପାରେ। ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ଯଶସମ୍ମାନର ଅଧିକାରୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- କମଳା।

ମିଥୁନ : କର୍ମରେ ଉନ୍ନତି କରିବେ ଓ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ ଏବଂ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ ଓ ପରିବାରରେ ହସଖୁସିର ପରିବେଶ ରହିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅଧିକ ଯତ୍ନବାନ ହେବେ। ମହିଳାମାନେ କର୍ମତତ୍ପର ହେବେ। ଶୁଭରଙ୍ଗ-ଚକୋଲେଟ, ଶୁଭସଂଖ୍ୟା-୪, ଆରାଧନା- ମା’ ଷୋଡ଼ଶୀ।

କର୍କଟ: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳ ଓ ପ୍ରଶଂସିତ ହେବେ ଏବଂ ପଦସ୍ଥ କର୍ମ•ରୀଙ୍କ ଶ୍ରଦ୍ଧାଲାଭ କରିବେ । କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ସହାୟତା ଲାଭ କରିବେ । ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ଘାତବାର ଯୋଗୁ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିଦ୍ୟାର୍ଥୀ ଉଚ୍ଚମନା ହେବେ । ମହିଳାମାନେ ଗୁରୁଜନଙ୍କ ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ପ୍ରଭୁ ସଦାଶିବ ।

ସିଂହ : ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା ଓ ଶାରୀରିକ ପୀଡ଼ା ଭୋଗିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଅସଫଳ ଓ କର୍ମସ୍ଥାନରେ ବାଧାବିଘ୍ନ ଦେଖାଦେବ । ଯେଉଁମାନଙ୍କର ପୂର୍ବ ଫାଲଗୁନୀ ସିଂହ ସେମାନଙ୍କ ପାଇଁ ବିଶେଷ ଅସୁବିଧା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା- ମା’ ମାତଙ୍ଗୀ ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଶୁଭ ରହିବ । ମୂଲ୍ୟବାନ ଧାତୁ କିମ୍ବା ବସନଭୂଷଣ କ୍ରୟ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଓ କୌଣସି ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । କର୍ମରେ ସଫଳତା ଓ ପ୍ରଶଂସା ପାଇବେ । ପରିବାରରେ ଶାନ୍ତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବସନଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୪, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା : ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ସମସ୍ତଙ୍କୁ ବଶୀଭୂତ କରିବାର ଶକ୍ତି ଜାଗ୍ରତ ହେବ । କର୍ମରେ ଆଶାତୀତ ସଫଳତା ଓ ଅସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜସାଧ୍ୟ ହେବ । ଋଣମୁକ୍ତ ହେବାର ଚେଷ୍ଟା କରିବେ ଓ ପରିବାରରେ ଶାନ୍ତି ବିରାଜମାନ କରିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା- ମା’ ଗାୟତ୍ରୀ ।

ବିଛା : ମାନସିକ, ପାରିବାରିକ ଶାନ୍ତି ଓ ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ହେବ । କଳା ଓ ଗବେଷଣା ପ୍ରତି ରୁଚି ରଖିବେ । କର୍ମରେ ସଫଳତା ଓ ପ୍ରଶଂସା ପାଇବେ ଏବଂ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବେ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ ଓ ଦେହମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପରିଶ୍ରମ କରିବେ । ମହିଳାମାନେ ସନ୍ତାନବତ୍ସଳା ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ କାର୍ତ୍ତିକେୟ ।

ଧନୁ: ଘାତଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ବିଶେଷକରି ପରିବହନରେ ଅଧିକ କ୍ଷତି ଘଟିବ । କର୍ମସ୍ଥାନରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସ୍ୱଜନ ଓ ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ଏବଂ ଯାନବାହନରେ କ୍ଷତି ପହଞ୍ଚିବ । ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ଯେଉଁମାନଙ୍କର ମୂଳା ଧନୁ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ଭଗବାନ ବିଷ୍ଣୁ ।

ମକର: ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ମାନସିକ, ପାରିବାରିକ ଶାନ୍ତି ଓ ଦେହ ମନ ସୁସ୍ଥ ରହିବ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ଭାଇଭଉଣୀଙ୍କ ସହ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା ।

କୁମ୍ଭ: ଆୟର ମାର୍ଗ •ରିଆଡ଼ୁ ଖୋଲିଯିବ । ଆର୍ଥିକ ଅବସ୍ଥାରେ ଦ୍ରୁତ ପରିବର୍ତ୍ତନ ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମ ପ୍ରତି ଧ୍ୟାନ ଅଧିକ ରହିବ ଓ ଦରମାରେ କିଛି ଅଧିକ ମିଳିବ । ମୂଲ୍ୟବାନ ଧାତୁ କିମ୍ବା ଘରୋଇ ଉପକରଣ କ୍ରୟ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ମନସ୍ତାପରେ ରହିବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା- ମା’ ଚଣ୍ଡୀ ।

ମୀନ: ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ମଧୁର ସମ୍ପର୍କ ରହିବ ଓ ସମସ୍ତ କର୍ମରେ ତାଙ୍କର ସହାୟତା ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ରହିବ । କର୍ମରେ ଆତ୍ମସନ୍ତୋଷ, ସଫଳତା ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସୁଖାଦ୍ୟ, ସୁବସନ ପ୍ରାପ୍ତି, ପରିବାରରେ ଶାନ୍ତି ଓ ଦେହମନ ସୁସ୍ଥ ରହିବ । ବିଦ୍ୟାର୍ଥୀ ଉତ୍କର୍ଷ ଲାଭ କରିବେ । ମହିଳାମାନେ ବେଶଭୂଷା ପ୍ରତି ଯତ୍ନବାନ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ୱରୀ ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ବୁଧ ମହାମନ୍ତ୍ରସ୍ୟ,
କାତ୍ୟାୟନ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ବୁଧ ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ଶ୍ରୀଂ ଶ୍ରୀଂ ବୁଧାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ସୁଖଂ ଚ ଦୁଃଖଂ ଚ ଭବା ଭବୌଚ
ଲାଭା ଲାଭୌ ମରଣଂ ଜୀବିତଂ ଚ ।
ପର୍ଯାଯଶଃ ସର୍ବମେତେ ସ୍ପୃଶନ୍ତି
ତସ୍ମାଦ୍‌ ଧୀରୋନ ଚ ହୀଷ୍ୟେନ୍ନ ଶୋଚତେ ।
ଭାବାର୍ଥ: ଏ ସଂସାରରେ ସୁଖ, ଦୁଃଖ, ଭଲ-ମନ୍ଦ, ନିର୍ମାଣ-ବିନାଶ, ହାନି-ଲାଭ, ଜୀବନ-ମରଣ, ଯଶ-ଅପମାନ ଆଦି ସମସ୍ତ ସାଥିରେ ଲାଗି ରହିଥାଏ । ଏଣୁ ବିବେକବାନ ବ୍ୟକ୍ତି ଓ ଜ୍ଞାନୀ ଏଥିରେ ବିଚଳିତ ହୁଅନ୍ତି ନାହିଁ । କାରଣ ପରିସ୍ଥିତି ଓ ସମୟ ଉପରେ ଦେବତାଙ୍କର ମଧ୍ୟ ନିୟନ୍ତ୍ରଣ ନ ଥାଏ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ