ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆସନ୍ତାକାଲି ତା.୨୮.୧୧.୨୦୨୦ରିଖ, ବିଛା ୧୩ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଶନିବାର । ତ୍ରୟୋଦଶୀ-ଦିବା ୧୦ଟା ୨୫ ମିନିଟ୍‌ ଦ୍ୱିଜା-ରାତ୍ରି ୩ଟା ୨୧ ମିନିଟ୍‌, ମେଷଚନ୍ଦ୍ର-୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ: ୬ଟା ୦୪ ମିନିଟ୍‌ ୩୭ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୦୪ ମିନିଟ୍‌ ୪୪ ସେକେଣ୍ଡ । ମୃତେ ଏକପାଦ ରାତ୍ରି ୩ଟା ୨୧ ମିନିଟ୍‌ ଗତେ ଦ୍ୱିପାଦ ପୁଷ୍କର ଦୋଷ । ଦିବା ୧୦ଟା ୨୫ ମିନିଟ୍‌ ମଧ୍ୟେ ବାଇଗଣ ଓ ପରେ ବିରି ଦ୍ରବ୍ୟ ଖାଇବା ମନା, ଖାଇଲେ ଦେହରେ ରୋଗ ।

ଶନିବାର ରାଶିଫଳ
ମେଷ : ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ଆତ୍ମସନ୍ତୋଷ ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା- ମା’ ଚଣ୍ଡୀ ।

ବୃଷ: ଘାତବାର ଓ ଦ୍ୱାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ ରହିବ । କର୍ମର ଅସ୍ଥିରତା, ବାଧାବିଘ୍ନ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ମନ ଚଳଚଞ୍ଚଳ ରହିବ ଓ ପରିବାରରେ ପରସ୍ପର ମଧ୍ୟରେ ବୁଝାମଣାର ଅଭାବ ରହିବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- ମା’ କମଳା ।

ମିଥୁନ : ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ ଓ ଆୟର ମାର୍ଗ ସବୁଆଡ଼ୁ ଖୋଲିଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ କୌଣସି ବିଶେଷ ସୂତ୍ରରୁ ଧନଲାଭ ହେବ । କର୍ମରେ ସଫଳତା, ପ୍ରଶଂସା ଓ ଆତ୍ମସନ୍ତୋଷ ଲାଭ କରିବେ । ନୂତନ ଭୂମି କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୬, ଆରାଧନା-ମା’ ଷୋଡ଼ଶୀ ।

କର୍କଟ: କର୍ମ ପ୍ରତି ଧ୍ୟାନ ଅଧିକ ରହିବ ଓ ସମସ୍ତ କର୍ମରେ ସଫଳତା ଏବଂ ଆତ୍ମସନ୍ତୋଷ ପାଇବେ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ମାନସିକ, ପାରିବାରିକ ଶାନ୍ତି ଓ ମନରେ ଉତ୍ସାହ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମର ଦାୟିତ୍ୱକୁ ବୁଝିବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ଭଗବାନ ଶିବ ।

ସିଂହ : ଆର୍ଥିକ ଅବସ୍ଥାରେ ଓ ଭାଗ୍ୟରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଆତ୍ମସନ୍ତୋଷ ଓ ପଦସ୍ଥ କର୍ମ•ରୀଙ୍କ କୃପାଲାଭ କରିବେ । ଗୁରୁଜନଙ୍କ କୃପା ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପାଇବେ । ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଶୁଭ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସନୀୟ କାର୍ଯ୍ୟ କରିବେ । ମହିଳାମାନେ ସମ୍ମାନିତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା- ମା’ ମାତଙ୍ଗୀ ।

କନ୍ୟା: ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ମନରେ ବିରକ୍ତିଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ ଓ ସମସ୍ତ କର୍ମରେ ବାଧାବିଘ୍ନ ସୃଷ୍ଟି ହେବ । ଧନକ୍ଷତି ଓ ପରିବାରରେ ବିବାଦ ହୋଇପାରେ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନଙ୍କ ପାଇଁ ଦିନଟି ବହୁତ ଖରାପ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ସ୍ନାୟୁବିକ ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୨, ଆରାଧନା- ମା’ ତାରିଣୀ ।

ତୁଳା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ମହିଳା ସହକର୍ମୀଙ୍କ ସହଯୋଗ ଲାଭ କରିବେ । ମୂଲ୍ୟବାନ ଧାତୁ କିମ୍ବା ବସନଭୂଷଣ କ୍ରୟ କରିବେ । ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ଖବର ପାଇବେ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ପରିବାର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ମା’ କମଳା ।

ବିଛା : ସହକର୍ମୀଙ୍କ ସହଯୋଗରେ ସମସ୍ତ କର୍ମରେ ଆ
ଶାତୀତ ସଫଳତା ପାଇବେ । ଅତି କଷ୍ଟସାଧ୍ୟ କାମ ମଧ୍ୟ ଆଜି ଆପଣଙ୍କ ପାଇଁ ସହଜ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ସମସ୍ତଙ୍କୁ ବଶୀଭୂତ କରିବାର ଶକ୍ତି ଜାଗ୍ରତ ହେବ । ରୋଗ, ଋଣ ଓ ଶତ୍ରୁ- ଏ ତିନୋଟିରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା- ପ୍ରଭୁ ହନୁମାନ ।

ଧନୁ: ବାପାମା’ଙ୍କ କୃପାଲାଭ କରିବେ ଏବଂ ସନ୍ତାନମାନେ ଆଜ୍ଞାଧୀନ ହେବେ । ମନରେ ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମ କରିବାର ଶୈଳୀରେ ପରିବର୍ତ୍ତନ ଘଟିବ । ଆପଣଙ୍କ କର୍ମରେ ସମସ୍ତଙ୍କୁ ଆପଣାର କରିବେ । ଜନ ସମ୍ପର୍କ ଓ ମାନ ସମ୍ମାନ ବୃଦ୍ଧି ଘଟିବ । ନୂତନ ଗବେଷଣା ଓ ନୂତନ ଲେଖାରେ ମନୋନିବେଶ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସା ପାଇବେ । ମହିଳମାନେ ପରିବାରର ସ୍ନେହ ଓ ଶ୍ରଦ୍ଧା ଲାଭ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା- ମା’ ତାରା ।

ମକର: ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । ବିଶେଷ କରି ପରିବହନ ବ୍ୟବସାୟ ଆଜି ଖରାପ ରହିବ । କର୍ମରେ ବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ହୋଇପାରେ । ଯାନବାହନରେ କ୍ଷତି ଓ ପରିବାରରେ ବିବାଦ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ସାମାନ୍ୟ କଥାରେ ବିବାଦ କରିବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା ।

କୁମ୍ଭ: ପରିବାର ସଦସ୍ୟଙ୍କ ସହାୟତା ଓ ଭାଇଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟ ବଢ଼ାଇବା ପାଇଁ ଚିନ୍ତା କରିବେ । କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ ଏବଂ କର୍ମରେ ଆତ୍ମସନ୍ତୋଷ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ହସଖୁସିରେ ଦିନଟି କାଟିବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା- ମା’ ଚଣ୍ଡୀ ।

ମୀନ: ଆୟର ମାର୍ଗ ସବୁଆଡ଼ୁ ଖୋଲିଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ଆତ୍ମସନ୍ତୋଷ ଓ ଦରମାରେ କିଛି ବୃଦ୍ଧି ଘଟିପାରେ । କୌଣସି ବିଶେଷ ସୂତ୍ରରୁ ଧନ ମିଳିବ ଓ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୫, ଆରାଧନା-ମା’ ଭୁବନେଶ୍ୱରୀ ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ,
କାଶ୍ୟପ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ହୀଂ ଶ୍ରୀଂ ଶନୈଶ୍ଚରାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ପରଂ କ୍ଷିପତି ଦୋଷେଣ
ବର୍ତ୍ତମାନ ସ୍ୱୟଂ ତଥା
ଯଶ୍ଚ କ୍ରୃଦ୍ଧତ୍ୟନୀଶାନଃ
ସ ଚ ମୂଢ଼ତମୋ ନରଃ ।ା
ଭାବାର୍ଥ: ଯିଏ ନିଜେ ଦୂଷିତ ଆଚରଣ ଦ୍ୱାରା ଗ୍ରସିତ ଓ ଯାହା ମଧ୍ୟରେ ଅନେକ ଦୋଷ ରହିଛି, କିନ୍ତୁ ଅନ୍ୟ ଉପରେ ଦୋଷାରୋପ କରି ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରି ନିଜ ଅହଂକାରକୁ ସନ୍ତୁଷ୍ଟ କରିଥାଏ, ଯିଏ ଛୋଟ କଥାରେ କ୍ରୋଧ କରେ ଓ ଅସମର୍ଥ ହୋଇ ମଧ୍ୟ ସମର୍ଥ ଉପରେ କ୍ରୋଧ କରେ, ସେ ହିଁ ମୂର୍ଖ ଓ ମୂଢ଼ମତି ଅଟେ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ