ରବିବାର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଅଦ୍ୟ ତା.୨୫.୧୦.୨୦୨୦ରିଖ, ତୁଳା ୯ ଦିନ, ଆଶ୍ୱିନ ମାସଶୁକ୍ଳପକ୍ଷ ନବମୀ, ରବିବାର । ନବମୀ-ଦିବା ୭ଟା ୪୫ ମିନିଟ୍‌, ଧନିଷ୍ଠା-ରାତ୍ରି ୪ଟା ୨୬ ମିନିଟ୍‌, ମକରଚନ୍ଦ୍ର-ଦିବା ୩ଟା ୨୯ ମିନିଟ୍‌ ।ସୂର୍ଯ୍ୟୋଦୟ : ୫ଟା ୪୬ ମିନିଟ୍‌ ୧୭ ସେକେଣ୍ଡ ।ସୂର୍ଯ୍ୟାସ୍ତ: ୫ଟା ୧୪ ମିନିଟ୍‌ ୫୦ ସେକେଣ୍ଡ ।ମୃତେ ଏକ ପାଦ ପୁଷ୍କର ଦୋଷ ।ଶାରଦୀୟ ପୂଜାର ମହା ନବମୀ ପର୍ବ, ପୀଠେ ବିଜୟା ଦଶମୀ, ସୋମନାଥ ବ୍ରତ ଉଦ୍‌ଘାଟନ ।କଳମ୍ବୀଶାଗ ଖାଇବା ମନା, ଖୋଇଲେ ଗୋବଧ ସମପାପ ।

ରବିବାର ରାଶିଫଳ

ମେଷ: ଦିବା ୩ଟା ୨୯ ମିନିଟ୍‌ ପର୍ଯ୍ୟନ୍ତ ଦଶମ ଚନ୍ଦ୍ରପରେ ଏକାଦଶ ଚନ୍ଦ୍ରହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ପାଇଁ ଚିନ୍ତା କରିବେ । ନିଜସ୍ୱକର୍ମ ଓ ଘରୋଇ କର୍ମକୁ ଆଜି ସଫଳତାର ସହ ପରିସମାପ୍ତି କରିବେ ।ପରିବାରରେ ଶାନ୍ତି ବଜାୟ ରହିବ ଓ ଦେହମନ ସୁସ୍ଥ ରହିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ ।ମହିଳା ମାନେ ଆୟର ପନ୍ଥା ନିରୂପଣ କରିବେ ।ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା: ମା’ ବଗଳାମୁଖୀ ।

ବୃଷ: ଆର୍ଥିକ ଅବସ୍ଥାରେ ଓ ଭାଗ୍ୟରେ ଉନ୍ନତି ଘଟିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।ବ୍ୟବସାୟର ଅଧିକ ଶାଖା ଖୋଲିବା ପାଇଁ ଚିନ୍ତା କରିବେ ।ପଦସ୍ଥକର୍ମ•ରୀ, କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ସହାୟତା ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଦାୟିତ୍ୱକୁ ଠିକ୍‌ ଭାବେ ବୁଝିବେ ।ମହିଳା ମାନେ କର୍ମତତ୍ପର ହେବେ ।ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା: ମା’ କମଳା ।

ମିଥୁନ: ଦିବା ୩ଟା ୨୯ ମିନିଟ୍‌ ‌ପର୍ଯ୍ୟନ୍ତ ଅଷ୍ଟମଚନ୍ଦ୍ର ଓ ପରେ ନବମ ଚନ୍ଦ୍ର ତଥା ଘାତଚନ୍ଦ୍ର ହେତୁ ଭାଗ୍ୟରେ ବିପର୍ଯ୍ୟୟ ଘଟିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ଆର୍ଥିକ ଅବସ୍ଥାରେ ଅବନତି ଘଟିବ ।ଗୁରୁଜନଙ୍କ ସହ ବିବାଦ ଓ ଇତର ଜନ କିମ୍ବା ପ୍ରିୟବନ୍ଧୁଙ୍କ ଠାରୁ ଅପମାନ ପାଇ ପାରନ୍ତି ।ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ଆକ୍ରୋଶର ଶିକାରହେବେ ।ଯେଉଁମାନଙ୍କର ମୃଗ ଶିରା ମିଥୁନ, ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌କର୍ମପ୍ରତି ବିମୁଖ ହେବେ ।ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ଷୋଡ଼ଶୀ ।

କର୍କଟ: ଦିବା ୩ଟା ୨୯ ମିନିଟ୍‌ ପର୍ଯ୍ୟନ୍ତ ସପ୍ତମଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ ।ସ୍ତ୍ରୀହେତୁକ ଧନପ୍ରାପ୍ତି କିମ୍ବା କୌଣସି ବିଶେଷସୂତ୍ରରୁ ଧନପ୍ରାପ୍ତି ହୋଇପାରେ । ଦିବା ୩ଟା ୨୯ ମିନିଟ୍‌ପରେ ଅଷ୍ଟମଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ପରିବାରରେ ଅଶାନ୍ତି ଓ ଶାରୀରିକପୀଡ଼ା ଭୋଗକରି ପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ ।ମହିଳାମାନେ ଥଣ୍ଡାଜନିତ ରୋଗରେ ପଡ଼ିପାରନ୍ତି ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଭଗବାନ ଶିବ ।

ସିଂହ : ଦିବା ୩ଟା ୨୯ ମିନିଟ୍‌ ‌ପର୍ଯ୍ୟନ୍ତ ଘାତଚନ୍ଦ୍ରହେତୁ ଯେକୌଣସି କର୍ମ କରିବା ପୂର୍ବରୁ ଭଲ କରି ଚିନ୍ତା କରିବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ଅଯଥା ବିବାଦରେ ପଡ଼ି ପାରନ୍ତି ।ବାକ୍‌ସଂଯମ ନ କଲେ ଅଯଥା ଶତ୍ରୁବୃଦ୍ଧି ହେବ । ଦିବା ୩ଟା ୨୯ ମିନିଟ୍‌ପରେ ସପ୍ତମ ଚନ୍ଦ୍ରହେତୁ ସ୍ଥିତିରେ ପରିବର୍ତ୍ତନ ଆସିବ ଓ କର୍ମରେ ଆଂଶିକ ଶୁଭଫଳ ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌କର୍ମପ୍ରତି ବିମୁଖ ହେବେ ।ମହିଳାମାନେ ଅବସାଦଗ୍ରସ୍ତ ହେବେ ।ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୩, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧିଘଟିବ ।ମାନସିକ, ପାରିବାରିକଶାନ୍ତି, ସ୍ୱାସ୍ଥ୍ୟଉତ୍ତମ ରହିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।ବାପା, ମା’ଙ୍କକୃପା ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ।ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଯତ୍ନବାନ ହେବେ ।ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ ।ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା: ଭଗବାନ ବିଷ୍ଣୁ ।

ତୁଳା: ଦିବା ୩ଟା ୨୯ ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ରହେତୁ ସ୍ୱଜନ, ପ୍ରିୟଜନଙ୍କ ସହ ମତାନ୍ତର ଓ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । ମନ ଅସ୍ଥିର ରହିବ ଓ ପରିବାରରେ ଅଶାନ୍ତି ଲାଗିରହିବ ।ଯେଉଁମାନଙ୍କର ଚିତ୍ରା ତୁଳା ସେମାନଙ୍କ ପାଇଁ ଦିନଟି ଅଶୁଭ ରହିବ । ୩ଟା ୨୯ ମିନିଟ୍‌ ପରେ ପଞ୍ଚମ ଚନ୍ଦ୍ରହେତୁ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ ଓ କିଛି ଶୁଭଫଳ ପାଇ ପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।ମହିଳା ମାନେ ବିବାଦରେ ପଡ଼ିପାରନ୍ତି ।ଶୁଭରଙ୍ଗ-ଚକୋଲେଟ୍‌, ଶୁଭସଂଖ୍ୟା-୫, ଆରାଧନା: ମା’ ଗାୟତ୍ରୀ ।

ବିଛା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟମଧ୍ୟମ ହେବ କିନ୍ତୁ ଦିବା ୩ଟା ୨୯ ମିନିଟ୍‌ପରେ ଚତୁର୍ଥ ଚନ୍ଦ୍ରହେତୁ ବ୍ୟବସାୟରେ କିଛି ବିଘ୍ନଘଟିପାରେ । ସ୍ୱଜନ, ପ୍ରିୟଜନଙ୍କସହ ଅପ୍ରିୟତା ଓ ମନରେ ଅସ୍ଥିରତା ପ୍ରକାଶ ପାଇପାରେ ।ମୂଲ୍ୟବାନ ପଦାର୍ଥ ନଷ୍ଟ ବାହଜିଯାଇପାରେ ।ଯେଉଁ ମାନଙ୍କର ଅନୁରାଧା ବିଛା ସେମାନଙ୍କ ପାଇଁ ଦିନଟି ଅଶୁଭ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌କର୍ମରେ ଅନାଗ୍ରହୀ ହେବେ ।ମହିଳା ମାନେ ଶାରୀରିକ ପୀଡ଼ା ଭୋଗିବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା-ମା’ ଚଣ୍ଡୀ ।

ଧନୁ:ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷସୂତ୍ରରୁ ଧନପ୍ରାପ୍ତି ହେବ । ଦିବା ୩ଟା ୨୯ ମିନିଟ୍‌ପରେ ତୃତୀୟ ଚନ୍ଦ୍ରହେତୁ ମାନସିକ, ପାରିବାରିକ ଶାନ୍ତି ଓ ଭାଇ, ଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌କର୍ମରେ ମନୋ ନିବେଶ କରିବେ ।ମହିଳା ମାନେ ସଞ୍ଚୟ କରିବାରେ ରୁଚି ରଖିବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ମା’ ତାରିଣୀ।

ମକର: ସ୍ୱଜନ, ପ୍ରିୟଜନ ଏବଂ ବନ୍ଧୁ ବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ ଓ ତାଙ୍କର ସହ ଯୋଗ ପାଇବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।ମାନସିକ, ପାରିବାରିକ ଶାନ୍ତି ଓ ଦେହ, ମନ ସୁସ୍ଥରହିବ । ଦିବା ୩ଟା ୨୯ ମିନିଟ୍‌ପରେ ଦ୍ୱିତୀୟ ଚନ୍ଦ୍ରହେତୁ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ ।ବିଦ୍ୟାର୍ଥୀ କର୍ମରେ ଆଳସ୍ୟତା କରିବେ ।ମହିଳା ମାନଙ୍କର ଆତ୍ମସମ୍ମାନ ବୃଦ୍ଧିପାଇବ ।ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା ।

କୁମ୍ଭ: ଦିବା ୩ଟା ୨୯ ମିନିଟ୍‌ ‌ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ରହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକରହିବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । ଦିବା ୩ଟା ୨୯ ମିନିଟ୍‌ପରେ ଶ୍ରୀଚନ୍ଦ୍ରହେତୁ ସ୍ଥିତିରେ ପରିବର୍ତ୍ତନ ଆସିବ ଓ ସମସ୍ତ କର୍ମରେ ଶୁଭଫଳ ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ସ୍ୱକର୍ମରେ ଆଳସ୍ୟତା କରିବେ ।ମହିଳା ମାନେ ଅସ୍ଥିର ମନା ହେବେ ।ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।

ମୀନ:ଦିବା ୩ଟା ୨୯ ମିନିଟ୍‌ ‌ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ରହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ଏହାପରେ ଦ୍ୱାଦଶଚନ୍ଦ୍ର ଓ ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାର କଲାବେଳେ ସତର୍କ ରହିବେ ।ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ ।ମହିଳା ମାନେ ଉଦର ଯନ୍ତ୍ରଣା ପାଇବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଭଗବାନ ବ୍ରହ୍ମା ।

ବିଶେଷସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭହେବାପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରିପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟଶ୍ରୀସୂର୍ଯ୍ୟମହାମନ୍ତ୍ରସ୍ୟ,
ଅଗସ୍ତ୍ୟୋଭଗବାନ ଋଷିଃ ଅନୁଷ୍ଟୁପ୍‌ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତିରବିମହାଗ୍ରହଦେବତା
ସୁପ୍ରୀତୟେ ମନ୍ତ୍ର ଜପେବିନିଯୋଗଃ । (୧ ଥର)
ମନ୍ତ୍ର : ଓଁଘୃଣିସୂର୍ଯ୍ୟାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଯତୋ, ଯତୋ ନିବର୍ତ୍ତତେ ତତସ୍ତତୋବିମୁଚ୍ୟତେ ।
ନିଂବର୍ତନାଦ୍ଧିସର୍ବତୋ ନ ବେର୍ତ୍ତ ଦୁଃଖମଶ୍ଚପି ।
ଭାବାର୍ଥ:ବିଷୟଭୋଗ ଦ୍ୱାରାକେବେହେଲେସୁଖପ୍ରାପ୍ତିହୁଏ ନାହିଁ ।ଯେଉଁମନୁଷ୍ୟ ଏଥିରେଲିପ୍ତ ହୁଏ, ସେ ନିଜରଶକ୍ତିହରାଇ ଆଳସ୍ୟ, ପ୍ରମୋଦ ଓ ଉତ୍ତେଜନାଭୋଗିଥାଏ ।ଯେତେବେଳେ ଏଥିରୁ ଦୂରେଇ ଯାଏ, ସେଏହାରଚିନ୍ତାକରି ଦୁଃଖୀହୁଏ ।ଏଣୁବୁଦ୍ଧିମାନ ବ୍ୟକ୍ତିଏସବୁକାମନାରେ ନିଜରସମୟ ଓ ଶକ୍ତି ନଷ୍ଟ କରନ୍ତି ନାହିଁ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ

   ସମ୍ବନ୍ଧିତ ଖବର


ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଚଳିତ ସପ୍ତାହର ରାଶିଫଳ

ଆଜିର ରାଶିଫଳ (୨୯/୧୧,ରବିବାର)

ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୮/୧୧ ଶନିବାର)

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ