ବୁଧବାର ରାଶିଫଳ, ଜାଣନ୍ତୁ କେମିିତି କଟିବ ଆପଣଙ୍କ ଦିନ

ଅଦ୍ୟ ତା.୨୮.୧୦.୨୦୨୦ ରିଖ, ତୁଳା ୧୨ ଦିନ, ଆଶ୍ୱିନ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ, ବୁଧବାର । ଦ୍ୱାଦଶୀ-ଦିବା ୧୨ଟା ୫୭ ମିନିଟ୍‌, ପୂର୍ବଭାଦ୍ର-ଦିବା ୯ଟା ୧୪ ମିନିଟ୍‌, ମୀନଚନ୍ଦ୍ର-୬୦ ଦଣ୍ଡ, ଅହୋ ରାତ୍ର ।ସୂର୍ଯ୍ୟୋଦୟ : ୫ଟା ୪୭ ମିନିଟ୍‌ ୩୧ ସେକେଣ୍ଡ ।ସୂର୍ଯ୍ୟାସ୍ତ: ୫ଟା ୧୩ ମିନିଟ୍‌ ୦୩ ସେକେଣ୍ଡ ।ମୃତେ ଦ୍ୱିପାଦ ଦିବା ୯ଟା ୧୪ ମିନିଟ୍‌ଗତେ ୧୨ଟା ୫୭ ମିନିଟ୍‌ମଧ୍ୟେ ଏକପାଦ ପୁଷ୍କର ଦୋଷ ।ପୋଇ ଖାଇବା ମନା, ଖାଇଲେ ବ୍ରହ୍ମହତ୍ୟା ପାପ । ଅଦ୍ୟ ପଦ୍ମନାଭ ଦ୍ୱାଦଶୀ।

ବୁଧବାର ରାଶିଫଳ
ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷାବ୍ୟୟ ଅଧିକରହିବ ।କର୍ମପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି ।ବ୍ୟବସାୟ କର୍ମରେ ଦୂରସ୍ଥାନକୁ ଯାତ୍ରାକରି ପାରନ୍ତି ।ପରିବାରରେ ସାମାନ୍ୟ କଥାରେ ବିବାଦ ହେବାର ସମ୍ଭାବନା ରହିଛି ।ବିଦ୍ୟାର୍ଥୀ ସ୍ୱକର୍ମରେ ଆଳସ୍ୟତା କରିବେ ।ମହିଳା ମାନେ ବଦଖର୍ଚ୍ଚି ହେବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ମା’ ଚଣ୍ଡୀ।

ବୃଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକହେବ ।ବ୍ୟବସାୟ ସମ୍ପ୍ରସାରଣର ଯୋଜନା କରିବେ ।କୌଣସି ଆର୍ଥିକ ସଂସ୍ଥାରେ ଧନ ବିନିଯୋଗ କରିବେ ।କର୍ମରେ ଉନ୍ନତି, ଦରମାରେ କିଛିବୃଦ୍ଧି ଘଟିପାରେ ।ମୂଲ୍ୟବାନ ଧାତୁ, ଭୂମିକ୍ରୟ କରିବାର ସୁଯୋଗ ଆସିପାରେ । ଆର୍ଥିକ ଅବସ୍ଥାରେ ଉନ୍ନତିର ସମ୍ଭାବନା ରହିଛି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ ।ମହିଳା ମାନେ ସଞ୍ଚୟ ମନୋବୃତ୍ତି ରଖିବେ ।ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା: ମା’ ଲକ୍ଷ୍ମୀ ।

ମିଥୁନ: କର୍ମରେ ଉନ୍ନତି ଓ କର୍ମପ୍ରତି ଧ୍ୟାନ, ଏକାଗ୍ରତା ଓ ଆନ୍ତରିକତା ଭାବବୃଦ୍ଧି ହେତୁୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କରିପାର ନ୍ତିକିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅତ୍ୟଧିକ ଆଗ୍ରହ ପ୍ରକାଶ କରିବେ ।ମହିଳା ମାନେ କର୍ମତତ୍ପର ହେବେ ।ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୨, ଆରାଧନା-ମା’ ବିମଳା ।

କର୍କଟ: ଘାତବାର ଓ ନବମ ଚନ୍ଦ୍ରହେତୁ ଘାତବାରର ବିଶେଷ ପ୍ରଭାବ ପଡ଼ିବ ନାହିଁ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।କର୍ମରେ ସଫଳତା, ପ୍ରଶଂସା ଓ ପଦସ୍ଥକର୍ମ•ରୀଙ୍କକୃପାଲାଭ କରିବେ ।ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିବ ।ମାନ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ ।ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ ।ମହିଳାମାନେ ଗୁରୁଜନଙ୍କସେବାରେବ୍ରତୀହେବେ ।ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ଅଷ୍ଟମ ଚନ୍ଦ୍ରହେତୁ ମନରେ ଅସ୍ଥିର ତାଭାବ ଓ ବିରକ୍ତି ଭାବପ୍ରକାଶ ପାଇବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।କର୍ମରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହବିବାଦ ହୋଇପାରେ ।ଯେଉଁମାନଙ୍କର ପୂର୍ବ ଫାଲ୍‌ଗୁନୀ ସିଂହସେମାନଙ୍କ ପାଇଁ ଦିନ ଟିବହୁତ ଅଶୁଭ ରହିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିର ମନା ହେବେ ।ମହିଳା ମାନେ ଶାରୀରିକ ପୀଡ଼ା ଭୋଗିବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।କର୍ମରେ ଆତ୍ମସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।ସ୍ତ୍ରୀହେତୁକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁୁ ଧନପ୍ରାପ୍ତି ହୋଇପାରେ ।ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ବାର୍ତ୍ତା ଆସିପାରେ ।ପରିବାରରେ ଶାନ୍ତି ଓ ସହଧର୍ମିଣୀଙ୍କ ସହ ସମ୍ପର୍କ ମଧୁର ହେବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ ।ମହିଳା ମାନେ ସ୍ୱାମୀ ସେବା କରିବେ ।ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା: ମା’ ଷୋଡ଼ଶୀ ।

ତୁଳା:ଷଷ୍ଠଚନ୍ଦ୍ର ହେତୁ ସମସ୍ତଙ୍କୁ ବଶୀଭୂତ କରିବାର ଶକ୍ତି ଜାଗ୍ରତ ହେବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।କର୍ମରେ ପ୍ରଶଂସିତ ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ ।ରୋଗ, ଋଣ, ଶତ୍ରୁ ଏ ତିନୋଟିରୁ କିଛି ମାତ୍ରାରେ ମୁକ୍ତି ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ସ୍ୱକର୍ମରେ ମନୋନିବେଶ କରିବେ ।ମହିଳା ମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ ।ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା: ମା’ କମଳା ।

ବିଛା: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।କର୍ମରେ ସଫଳତା, ପ୍ରଶଂସା ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ ।ସନ୍ତାନ ମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମରେ ଗର୍ବ ଅନୁଭବ କରିବେ ।ପରିବାରରେ ସୁଖ, ଶାନ୍ତିର ବାତାବରଣ ରହିବ ଓ ବାପାମା’ଙ୍କ କୃପା ଲାଭ କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌କର୍ମରେ ଆଗ୍ରହୀ ହେବେ ।ମହିଳା ମାନେ ସନ୍ତାନ ବତ୍ସଳା ହେବେ ।ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ମା’ ବଗଳାମୁଖୀ ।

ଧନୁ:ଘାତଚନ୍ଦ୍ର ହେତୁ ବାଦ ବିବାଦ, ସ୍ୱାସ୍ଥ୍ୟପ୍ରତି ଓ ଦୁର୍ଘଟଣା ପ୍ରତି ସତର୍କ ହେବେ ।ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ ।କର୍ମରେ ଆଳସ୍ୟତା ଓ ବାଧା ଦେଖାଦେବ । ଯାନବାହନରେ କ୍ଷତି, ସ୍ୱଜନରେ ବିବାଦ, ପରିବାରରେ ଅଶାନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ ବାହଜିଯାଇ ପାରେ ।ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନଙ୍କ ପାଇଁ ଦିନଟିବହୁତ ଅଶୁଭରହିବ ।ସେମାନେ ମାଲିମକଦ୍ଦମାରେ ପଡ଼ିବାର ସମ୍ଭାବନା ରହିଛି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତିବିମୁଖ ହେବେ ।ମହିଳାମା ନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା- ମା’ ତାରା ।

ମକର: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଉ ତ୍ତମହେବ ।କର୍ମରେ ଆତ୍ମସନ୍ତୋଷ ଓ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ରସମ୍ଭାବନା ରହିଛି ।ପରିବାରରେ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ ।ଭାଇଭଉଣୀଙ୍କ ସହାୟତା ପାଇବେ ଓ ତାଙ୍କ ସହସମ୍ପର୍କମଧୁର ହେବ ।ବିଦ୍ୟାର୍ଥୀ କର୍ମରେ ସଫଳତା ପାଇବେ ।ମହିଳା ମାନେ ସୁଖୀହେବେ ।ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।
କୁମ୍ଭ: ଆର୍ଥିକ ଅବସ୍ଥାରେ ଦ୍ରୁତ ଉନ୍ନତି ଘଟିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।କର୍ମରେ ସଫଳତା, ଆତ୍ମସନ୍ତୋଷ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବଏବଂ ଦରମାରେ କିଛି ବୃଦ୍ଧି ଘଟିପାରେ ।କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଓ ବାଣିଜ୍ୟରେ ଉନ୍ନତି ପାଇଁ ଯୋଜନା କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ସ୍ୱକର୍ମରେ ଅବହେଳା କରିବେ ।ମହିଳା ମାନେ ସଞ୍ଚୟର ପନ୍ଥା ନିରୂପଣକରିବେ ।ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ କାଳୀ ।
ମୀନ: ସୁୁଖାଦ୍ୟ, ସୁବସନ ପ୍ରାପ୍ତି ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧିପାଇବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ ।କର୍ମରେ ସଫଳତା ଓ କର୍ମପ୍ରତି ଆନ୍ତରିକତା ଭାବ ଜାଗ୍ରତ ହେବ ।ପରିବାରରେ ଶାନ୍ତି ଓ ଦେହମନ ସୁସ୍ଥରହିବ ।ବିଦ୍ୟାର୍ଥୀ ଉଚ୍ଚମନା ହେବେ ।ମହିଳା ମାନେ ଆତ୍ମସନ୍ତୋଷ ଲାଭ କରିବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ମା’ ତାରିଣୀ ।

ବିଶେଷସୂଚନା
ସମସ୍ତରାଶିରବ୍ୟକ୍ତିମାନେ ଦିନଟିଶୁଭହେବାପାଇଁଉକ୍ତମନ୍ତ୍ରଟିଋଷ୍ୟାଦିକରିପାଠକରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟଶ୍ରୀବୁଧ ମହାମନ୍ତ୍ରସ୍ୟ,
କାତ୍ୟାୟନ ଋଷିଃ ଅନୁଷ୍ଟୁପ୍‌ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତିବୁଧ ଦେବତା
ସୁପ୍ରୀତୟେ ମନ୍ତ୍ର ଜପେବିନିଯୋଗଃ । (୧ ଥର)
ମନ୍ତ୍ର : ଓଁଐଂଶ୍ରୀଂଶ୍ରୀଂବୁଧାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଅବ୍ୟାଧିଜଂକଟୁଜଂଶୀର୍ଷରୋଗଂ
ପାପାନୁବନ୍ଧଂପୁରୁଷଂତୀକ୍ଷ୍‌ଣମୁଷଣମ୍‌ ।
ସତାଂଯେୟଂ ଯନ୍ନ ପିବନ୍ତ୍ୟସନ୍ତୋ
ମନ୍ୟୁଂମହାରାଜପିବପ୍ରଣାମ୍ୟ ।ା
ଭାବାର୍ଥ:କ୍ରୋଧରୂପୀହଳାହଳବିଷରୋଗରେହିଁଉତ୍ପନ୍ନହୋଇଥାଏ ।ଏହାବିଷାକ୍ତ, ବୁଦ୍ଧିଭ୍ରଷ୍ଟକାରକ ଓ କଠୋର ଅଟେ ।ବିବେକବାନ୍‌ଏହାଉତ୍ପନ୍ନହେବାମାତ୍ରେପିଇଯାନ୍ତି ।ମାତ୍ର ଦୁଷ୍ଟ, ଅହଂକାରୀ, ମୂୂର୍ଖଏହାରବଶୀଭୂତହୋଇସର୍ବନାଶକୁ ନିମନ୍ତ୍ରଣକରନ୍ତି ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ

   ସମ୍ବନ୍ଧିତ ଖବର


ବୁଧବାର ରାଶିଫଳ

୪ ରାଶି ପାଇଁ ଲକି ଡିସେମ୍ବର, ଜାଣନ୍ତୁ କେଉଁମାନେ ହେବେ ମାଲାମାଲ୍

ଆଜିର ରାଶିଫଳ (୦୧/୧୨ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୩୦/୧୧, ସୋମବାର)

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ