ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଅଦ୍ୟ ତା.୩୦.୧୦.୨୦୨୦ରିଖ, ତୁଳା ୧୪ ଦିନ, ଆଶ୍ୱିନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ, ଶୁକ୍ରବାର। ଚତୁର୍ଦ୍ଦଶୀ-ସନ୍ଧ୍ୟା ୫ଟା ୪୯ ମିନିଟ୍‌, ରେବତୀ-ଦିବା ୩ଟା। ମୀନଚନ୍ଦ୍ର-ଦିବା ୩ଟା। ସୂର୍ଯ୍ୟୋଦୟ : ୫ଟା ୪୮ ମିନିଟ୍‌ ୨୪ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୧୧ ମିନିଟ୍‌ ୫୪ ସେକେଣ୍ଡ। ପୁଷ୍କର ଦୋଷ ନାସ୍ତି। ବିରି ଦ୍ରବ୍ୟ ଖାଇବା ମନା, ଖାଇଲେ ଚିରରୋଗୀ। ଅଦ୍ୟ କୋଜାଗର ବ୍ରତ, ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା।

ଶୁକ୍ରବାର ରାଶିଫଳ

ମେଷ: ଦିବା ୩ଟା ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଦିବା ୩ଟା ପରେ ଘାତଚନ୍ଦ୍ର ହେତୁ ସ୍ୱଜନରେ ବିବାଦ, ପରିବାରରେ ଅଶାନ୍ତି ଓ ମନ ଅସ୍ଥିର ରହିବ । ଯେଉଁମାନଙ୍କର ଅଶ୍ୱିନୀ ମେଷ ଓ ସେମାନଙ୍କ ପାଇଁ ଦିନଟି ବହୁତ ଖରାପ । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ଶାରୀରିକ ପୀଡ଼ା ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ମା’ ଚଣ୍ଡୀ ।

ବୃଷ: ଦିବା ୩ଟା ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ଆତ୍ମସନ୍ତୋଷ ଲାଭ କରିବେ । ଦିବା ୩ଟା ପରେ ଦ୍ୱାଦଶ ଚନ୍ଦ୍ର ହେତୁ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । ପରିବାରର ଖର୍ଚ୍ଚହାର ଅଧିକ ରହିବ, ତେଣୁ ଋଣ କରିବାକୁ ପଡ଼ିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ଘରକରଣା ଦ୍ରବ୍ୟ କ୍ରୟ କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା: ମା’ କମଳା ।

ମିଥୁନ: ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟ ଉନ୍ନତି ପାଇଁ ଚିନ୍ତା କରିବେ । କର୍ମରେ ଉନ୍ନତି ଘଟିବ ଓ ନୂତନ କର୍ମାରମ୍ଭର ଯୋଜନା କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ହୃତଧନ ଫେରିପାଇବେ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା- ମା’ ଷୋଡ଼ଶୀ ।

କର୍କଟ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ । ବ୍ୟବସାୟ ସମ୍ପ୍ରସାରଣ କରିବାର ଯୋଜନା କରିବେ । କର୍ମରେ ସଫଳତା, ପ୍ରଶଂସା ଓ ଆତ୍ମସନ୍ତୋଷ ଲାଭ କରିବେ । କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ସହାୟତା ଲାଭ କରିବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବିଦ୍ୟାର୍ଥୀ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ପରିବାରର ଆଦର ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ଦିବା ୩ଟା ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବାଧା ଓ ଅନାଗ୍ରହ ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଯେଉଁମାନଙ୍କର ଉତ୍ତର ଫାଲଗୁନୀ ସିଂହ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ । ଦିବା ୩ଟା ପରେ ନବମ ଚନ୍ଦ୍ର ହେତୁ ସ୍ଥିତିରେ ପରିବର୍ତ୍ତନ ଆସିବ ଓ ସମସ୍ତ କର୍ମରେ ସଫଳତା ପାଇବେ । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ଅବସାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ମୂଲ୍ୟବାନ ଧାତୁ ଓ ବସନଭୂଷଣ କ୍ରୟ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଆତ୍ମସମ୍ମାନ ବଜାୟ ରହିବ । ମହିଳା ସହକର୍ମୀ ସହଯୋଗ କରିବେ । ସହଧର୍ମିଣୀଙ୍କ ସହ ମଧୁର ସମ୍ପର୍କ ରହିବ ଓ ପରିବାରରେ ଶାନ୍ତି ଅତୁଟ ରହିବ । ଦିବା ୩ଟା ପରେ ଅଷ୍ଟମ ଚନ୍ଦ୍ର ହେତୁ ସମସ୍ତ କର୍ମରେ ବିଘ୍ନ ଘଟିବ । ବିଦ୍ୟାର୍ଥୀ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନେ ଆଭୂଷଣରେ ରୁଚି ରଖିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୨, ଆରାଧନା: ମା’ ଷୋଡ଼ଶୀ ।

ତୁଳା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହଯୋଗ ପାଇବେ । ପୁରାତନ ରୋଗରୁ ମୁକ୍ତି ପାଇବେ । ଋଣମୁକ୍ତ ହେବା ପାଇଁ ଚେଷ୍ଟା ଜାରି ରଖିବେ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ଦିବା ୩ଟା ପରେ ସପ୍ତମ ଚନ୍ଦ୍ର ହେତୁ ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନଲାଭ ହେବ । ବିଦ୍ୟାର୍ଥୀ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା: ମା' କମଳା ।

ବିଛା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଆତ୍ମସମ୍ମାନ ଓ ଆତ୍ମମର୍ଯ୍ୟାଦା ବୃଦ୍ଧି ପାଇବ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ବାପାମା’ଙ୍କ କୃପାଲାଭ କରିବେ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ଦିବା ୩ଟା ପରେ ଷଷ୍ଠ ଚନ୍ଦ୍ର ହେତୁ କର୍ମରେ ଆଶାତୀତ ସଫଳତା, ଭାଗ୍ୟରେ, କର୍ମରେ ଓ ବାଣିଜ୍ୟରେ ଉନ୍ନତି ଘଟିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ମା’ ଚଣ୍ଡୀ ।

ଧନୁ: ଘାତଚନ୍ଦ୍ର ଓ ଘାତବାର ହେତୁ କର୍ମରେ ବିଘ୍ନ, ସହକର୍ମୀଙ୍କ ସହ ବିବାଦ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି, ପରିବାରରେ ବିବାଦ, ସ୍ୱଜନରେ ମତାନ୍ତର, ଯାନବାହନରେ କ୍ଷତି ଓ ମକଦ୍ଦମାରେ ପଡ଼ିପାରନ୍ତି । ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ । ଦିବା ୩ଟା ପରେ ପଞ୍ଚମ ଚନ୍ଦ୍ର ହେତୁ ସ୍ଥିତିରେ ପରିବର୍ତ୍ତନ ଆସିବ । ବିଦ୍ୟାର୍ଥୀ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବିବାଦରେ ଫସିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ମା’ ବିମଳା

ମକର: ଦିବା ୩ଟା ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଓ କର୍ମରେ ସଫଳତା ପାଇବେ । ନୂତନ କର୍ମାରମ୍ଭ କରିପାରନ୍ତି । ଦିବା ୩ଟା ପରେ ଚତୁର୍ଥ ଚନ୍ଦ୍ର ହେତୁ ସ୍ୱଜନରେ ବିବାଦ, ପରିବାରରେ ଅଶାନ୍ତି, ଯାନବାହନରେ କ୍ଷତି, ବାଣିଜ୍ୟରେ କ୍ଷତି, କର୍ମରେ ବିଘ୍ନ ଓ ମନରେ ଅସ୍ଥିରତା ଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ ତାରିଣୀ ।

କୁମ୍ଭ: ଆକସ୍ମିକ ଧନଲାଭ ଓ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ଦରମାରେ କିଛି ବୃଦ୍ଧି ଘଟିବ । ଦେଇଥିବା ଧନ ଫେରିପାଇବେ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ଦିବା ୩ଟା ପରେ ତୃତୀୟ ଚନ୍ଦ୍ର ହେତୁ ଭାଇଭଉଣୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଆଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

ମୀନ: ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ ଓ ତାଙ୍କର ସାହାଯ୍ୟ, ସହଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । କର୍ମରେ ସଫଳତା ପାଇବେ ଓ ସମ୍ମାନ ବୃଦ୍ଧି ଘଟିବ । ପରିବାରରେ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ମା’ ବିମଳା ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଶୁକ୍ର ମହାମନ୍ତ୍ରସ୍ୟ,
ଭରଦ୍ୱାଜ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଶୁକ୍ର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ହୀଂ ଶ୍ରୀଂ ଶୁକ୍ରାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଯଦି ସନ୍ତଂ ସେବତେ ଯଦ୍ୟସନ୍ତଂ
ତପସ୍ୱିନଂ ଯଦି ବା ସ୍ତେନମେବ ।
ବାସୋ ଯଥା ରଙ୍ଗ ବଶଂ ପ୍ରଯାତି,
ତଥା ସ ତେଷାଂ ବଶମତ୍ତ୍ୟୁପୈତି ।
ଭାବାର୍ଥ: ବ୍ୟକ୍ତି ଯେପରି ସଂଗତି କରେ, ସେ ସେଇଭଳି ହୋଇଯାଏ । କପଡ଼ାରେ ଯେଉଁ ରଙ୍ଗ ଦିଆଯାଏ, କପଡ଼ା ସେଇ ରଙ୍ଗ ଧାରଣ କରେ । ଠିକ୍‌ ସେହିପରି ଉତ୍ତମ ସଙ୍ଗ ଉତ୍ତମ ଓ ଦୁଃ ସଂଗତିରେ ବ୍ୟକ୍ତି ଦୁର୍ଜନ ହୋଇଥାଏ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.