ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଅଦ୍ୟ ତା.୦୧.୧୧.୨୦୨୦ ରିଖ, ତୁଳା ୧୬ ଦିନ, କାର୍ତ୍ତିକ ମାସ କୃଷ୍ଣପକ୍ଷ ପ୍ରତିପଦା, ରବିବାର ।ପ୍ରତିପଦା-ରାତ୍ରି ୧୦ଟା ୫୩ ମିନିଟ୍‌, ଦ୍ୱିଜା- ରାତ୍ରି ୯ଟା । ମେଷଚନ୍ଦ୍ର- ରାତ୍ରି ୩ଟା ୪୪ ମିନିଟ୍‌ । ସୂର୍ଯ୍ୟୋଦୟ : ୫ଟା ୪୯ ମିନିଟ୍‌ ୧୯ ସେକେଣ୍ଡ ।ସୂର୍ଯ୍ୟାସ୍ତ: ୫ଟା ୧୦ ମିନିଟ୍‌ ୫୨ ସେକେଣ୍ଡ ।ମୃତେ ଏକପାଦ, ରାତ୍ରି ୯ଟା ଗତେ ଦ୍ୱିପାଦ, ରାତ୍ରି ୧୦ଟା ୫୩ ମିନିଟ୍‌ ‌ଗତେ ତ୍ରିପାଦ ପୁଷ୍କର ଦୋଷ ।ପାଣିକଖାରୁ ଖାଇବା ମନା, ଖାଇଲେ ଅର୍ଥହାନି । ଅଦ୍ୟ କାର୍ତ୍ତିକବ୍ରତ ଆରମ୍ଭ।

ରବିବାର ରାଶିଫଳ
ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ।ଘାତଚନ୍ଦ୍ର ହେତୁ କର୍ମରେ ଅନାଗ୍ରହ ଓ ବାଧାବିଘ୍ନ ଦେଖା ଦେବ ।ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ପରିବାରର ଅଶାନ୍ତି ଦେଖା ଦେବ । ସ୍ୱଜନ, ପ୍ରିୟଜନ, ବନ୍ଧୁବାନ୍ଧବଙ୍କ ସହ ମତାନ୍ତର କିମ୍ବା କଳହ ହୋଇ ପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌କର୍ମପ୍ରତି ବିମୁଖ ହେବେ ।ମହିଳା ମାନେ ଶାରୀରିକ ପୀଡ଼ା ଭୋଗିବେ ।ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା: ହନୁମାନ ।

ବୃଷ:ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ । ଅଟକିଥିବା ସ୍ୱକର୍ମ ଓ ନିଜସ୍ୱ କର୍ମକୁ ଆଜି ଶେଷ କରିବାରେ ସକ୍ଷମ ହେବେ । ଅପବ୍ୟୟ, ଅପବାଦ ଓ ଅପଯଶ ମୁକ୍ତ ହେବେ ।ପରିବାରର ଖର୍ଚ୍ଚ ଭାର କମ୍‌ ‌ରହିବ ଓ ଋଣମୁକ୍ତ ହେବାର ଚେଷ୍ଟା କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ସ୍ୱକର୍ମରେ ଯତ୍ନ କରିବେ ।ମହିଳା ମାନେ ଘର କରଣା ଦ୍ରବ୍ୟକ୍ରୟ କରିବେ ।ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା: ମା’ କମଳା ।

ମିଥୁନ: ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଦେଖାଦେବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ ।ମନରେ ଉତ୍ସାହ, ଉଦ୍ଦୀପନା ଭାବଜାଗ୍ରତ ହେବ ଓ ପରିବାର ସଦସ୍ୟଙ୍କ ସହିତ କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌କର୍ମରେ ମନୋନିବେଶ କରିବେ ।ମହିଳା ମାନେ ସଞ୍ଚୟ କରିବାର ମନୋବୃତ୍ତି ରଖିବେ ।ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା- ୮, ଆରାଧନା- ମା’ ଷୋଡ଼ଶୀ ।

କର୍କଟ: ନିଜସ୍ୱକର୍ମ ଓ ଘରୋଇ କର୍ମପ୍ରତି ଧ୍ୟାନ ଅଧିକ ରହିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ ।ପରିବାରରେ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆସନ୍ତାକାଲିର କର୍ମପାଇଁ ଚିନ୍ତା କରିବେ ଓ ସେଥିରେ ସଫଳ ହେବା ନିମନ୍ତେ ଯୋଜନା କରିବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌କର୍ମପ୍ରତି ଧ୍ୟାନ ଅଧିକ ଦେବେ ।ମହିଳା ମାନେ କର୍ମତତ୍ପର ହେବେ ।ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : କୃଷ୍ଣପକ୍ଷର ନବମ ଚନ୍ଦ୍ରହେତୁ ମାନ ସମ୍ମାନ ହାନି, ପ୍ରିୟବନ୍ଧୁଙ୍କ ସହ ବିବାଦ ଓ ଇତରଜନଠାରୁ ଅପମାନ ପାଇପାରନ୍ତି ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ବହୁତ କମ୍‌ ‌ରହିବ ।କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ ।ଗୁରୁଜନଙ୍କ ସହ ବିବାଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ ।ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ ।ମହିଳା ମାନେ ଅପମାନ ପାଇବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା: ମା’ ମାତଙ୍ଗୀ।

କନ୍ୟା: ଅଷ୍ଟମ ଚନ୍ଦ୍ରହେତୁ ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ପରିବାରରେ ଅଶାନ୍ତି ଦେଖା ଦେବ ।ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ।କର୍ମପ୍ରତି ଅନାଗ୍ରହ ଓ ଆଳସ୍ୟ ତାଭାବପ୍ରକାଶ ପାଇବ ।ଯେଉଁମାନଙ୍କର ଚିତ୍ରାକନ୍ୟା ସେମାନଙ୍କ ପାଇଁ ଦିନଟି ବହୁତ ଅଶୁଭ ରହିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ ।ମହିଳାମାନେ ମାନସିକ ଅବସାଦଗ୍ରସ୍ତ ହେବେ ।ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୮, ଆରାଧନା: ଭଗବାନ ବିଷ୍ଣୁ ।

ତୁଳା:ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନଲାଭର ସମ୍ଭାବନା ରହିଛି ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସହଧର୍ମିଣୀଙ୍କ ସହସମସ୍ତ ଗୃହକର୍ମ ଓ ସ୍ୱକର୍ମକୁ ସଫଳତାର ସହ ସମ୍ପାଦନ କରିବେ ।ପରିବାରରେ ସୁଖ, ଶାନ୍ତି ଓ ସୌହାର୍ଦ୍ଦ୍ୟ ପୂର୍ଣ୍ଣବାତାବରଣ ସୃଷ୍ଟି ହେବ ।ବିଦ୍ୟାର୍ଥୀ ଅସ୍ଥିର ମନା ହେବେ ।ମହିଳା ମାନେ ସ୍ୱାମୀସେବା ଓ ପରିବାର ସେବାରେ ମନ ବଳାଇବେ ।ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା: ମା’ ଲକ୍ଷ୍ମୀ ।

ବିଛା: ପୁରାତନ ରୋଗରୁ କିଛିଟା ମୁକ୍ତି ମିଳିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।ଋଣମୁକ୍ତ ହେବା ପାଇଁ ଯଥାସାଧ୍ୟ ଚେଷ୍ଟାକରିବେ ।ସମସ୍ତଙ୍କୁ ବଶୀଭୂତ କରିବାର ଶକ୍ତି ଜାଗ୍ରତ ହେବ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ।ପରିବାରରେ ଶାନ୍ତି ଓ ଦେହମନ ସୁସ୍ଥରହିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ‌ସ୍ୱକର୍ମରେ ଯଶ ସମ୍ମାନ ଲାଭ କରିବେ ।ମହିଳା ମାନେ ପରିବାରର ମନ ଜିଣିବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ମା’ ଚଣ୍ଡୀ ।

ଧନୁ: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବାଧା ପହଞ୍ଚିବ । ସ୍ୱଜନ, ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କ ଠାରୁ ଅପମାନ ପାଇପାରନ୍ତି ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଓ ମନରେ ଅବସାଦଭାବ ଜାଗ୍ରତ ହେବ ।ବିଦ୍ୟାର୍ଥୀ ବିଦ୍ୟାପ୍ରତି ବିମୁଖ ହେବେ ।ମହିଳାମାନେ ସନ୍ତାନ କର୍ମକୁ ନେଇ ଦୁଃଖୀ ହେବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ମା’ ବିମଳା ।

ମକର:ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଓ ପରିବହନରେ ଆୟ ଅଧିକ ହେବ ।ପରିବହନ ବ୍ୟବସାୟକୁ ବଢ଼ାଇବାର ଯୋଜନା କରିବେ । ନୂତନ ଯାନ, ଭୂମିକ୍ରୟ କରିବାର ଯୋଜନା କରିବେ ଓ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବେ । ସ୍ୱଜନ, ପ୍ରିୟଜନଙ୍କ ସହ ସୁସମ୍ପର୍କ ଓ ପରିବାରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ ।ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ ।ମହିଳାମାନେ ଅତିଥି ଚର୍ଚ୍ଚାକରିବେ ।ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା ।

କୁମ୍ଭ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।ପରିବାରରେ ସୁଖ, ଶାନ୍ତିର ବାତାବରଣ ରହିବ ଓ ଭାଇଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ । ନୂତନ କର୍ମାରମ୍ଭ ଓ ବାଣିଜ୍ୟ ସମ୍ପ୍ରସାରଣର ଯୋଜନା କରିବେ । ମନ ପ୍ରଫୁଲ୍ଲ ରହିବ ଓ ଦେହ ମନ ସୁସ୍ଥ ରହିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ ।ମହିଳା ମାନେ ଆତ୍ମସନ୍ତୋଷ ଲାଭ କରିବେ ।ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।

ମୀନ: ଆର୍ଥିକ କ୍ଷତି ଓ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ ।ମୂଲ୍ୟବାନ ପଦାର୍ଥ ନଷ୍ଟ ବାହଜିପାରେ ।ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ପରିବାରରେ ଅଶାନ୍ତି ଦେଖା ଦେବ । ଧନକୁ ନେଇ ବିବାଦ ଓ ବିପଦରେ ପଡ଼ିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ ।ମହିଳା ମାନେ ଅଯଥା ଖର୍ଚ୍ଚ କରିବେ ।ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ପ୍ରଭୁଶ୍ରୀଜଗନ୍ନାଥ ।

ବିଶେଷସୂଚନା
ସମସ୍ତରାଶିରବ୍ୟକ୍ତିମାନେ ଦିନଟିଶୁଭହେବାପାଇଁଉକ୍ତମନ୍ତ୍ରଟିଋଷ୍ୟାଦିକରିପାଠକରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟଶ୍ରୀସୂର୍ଯ୍ୟମହାମନ୍ତ୍ରସ୍ୟ,
ଅଗସ୍ତ୍ୟୋଭଗବାନ ଋଷିଃ ଅନୁଷ୍ଟୁପ୍‌ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତିରବିମହାଗ୍ରହଦେବତା
ସୁପ୍ରୀତୟେ ମନ୍ତ୍ର ଜପେବିନିଯୋଗଃ । (୧ ଥର)
ମନ୍ତ୍ର : ଓଁଘୃଣିସୂର୍ଯ୍ୟାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଧରୋଷଣୋ ଯଃ
ସମଲୋଷ୍ଟାଶମକାଞ୍ଚନଃ ।
ପ୍ରହୀଣଶୋକୋଗତସନ୍ଧିବିଗ୍ରହଃ
ନିନ୍ଦାପ୍ରଶଂସାପରତଃପ୍ରିୟାପ୍ରିୟେ
ତ୍ୟଜନ୍ତୁବାସୀନଦେଷଭିକ୍ଷୁକଃ ।ା
ଭାବାର୍ଥ: ଯିଏକ୍ରୋଧ କରନ୍ତି ନାହିଁ³ ମାଟି, ପଥର, ସୁନାକୁସମାନ ଦୃଷ୍ଟିରେ ଦେଖନ୍ତି³ ମୋହ, ମାୟା ଓ ଶତ୍ରୁତାରହିତ ଅଟନ୍ତି³ ନିନ୍ଦା, ପ୍ରଶଂସା ଯାହାଉପରେସମାନ ପ୍ରଭାବପକାଏ³ ଯିଏପ୍ରିୟ ଅପ୍ରିୟଉଭୟଙ୍କୁତ୍ୟାଗକରିପାରେ, ସେହିବ୍ୟକ୍ତିପୁଣ୍ୟାତ୍ମା ଓ ସାଧୁଭାବରେଗଣାହୁଏ ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ

ୟୁଏଇରେ ଚାଲିଥିବା ଆଇପିଏଲ ମହାକୁମ୍ଭ ଏବେ ଆସି ଅନ୍ତିମ ଚରଣରେ ପହଁଞ୍ଚିଛି।

   ସମ୍ବନ୍ଧିତ ଖବର


ବୁଧବାର ରାଶିଫଳ

୪ ରାଶି ପାଇଁ ଲକି ଡିସେମ୍ବର, ଜାଣନ୍ତୁ କେଉଁମାନେ ହେବେ ମାଲାମାଲ୍

ଆଜିର ରାଶିଫଳ (୦୧/୧୨ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୩୦/୧୧, ସୋମବାର)

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ