PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ମାର୍ଗଶିର ମାସ କୃଷ୍ଣପକ୍ଷ ଦଶମୀ, ସୋମବାର ରାଶିଫଳ -ଷଷ୍ଠ ଚନ୍ଦ୍ର ହେତୁ ସମସ୍ତ କର୍ମରେ ସଫଳତା, ମାନ ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି

ପଞ୍ଜିକା
ଅଦ୍ୟ ତା.୨୯.୧୧.୨୦୨୧ରିଖ, ବିଛା ୧୪ ଦିନ, ମାର୍ଗଶିର ମାସ କୃଷ୍ଣପକ୍ଷ ଦଶମୀ, ସୋମବାର । ଦଶମୀ-ରାତ୍ରି ୪ଟା ୧୭ ମିନିଟ୍‌ । ଉତ୍ତରା ଫାଲଗୁନୀ-ରାତ୍ରି ୯ଟା ୪୪ ମିନିଟ୍‌ । କନ୍ୟା ଚନ୍ଦ୍ର-୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ : ୬ଟା ୦୫ ମିନିଟ୍‌ ୦୪ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୦୪ ମିନିଟ୍‌ ୪୫ ସେକେଣ୍ଡ । ଯୋଗିନୀ ଉତ୍ତରେ, ରାତ୍ରି ୪ଟା ୧୭ ମିନିଟ୍‌ ଗତେ ଆଗ୍ନେୟେ । ମୃତେ ରାତ୍ରି ୯ଟା ୪୪ ମିନିଟ୍‌ ମଧ୍ୟେ ଏକ ପାଦ ପୁଷ୍କର ଦୋଷ । କଳମ୍ବୀ ଶାଗ ଖାଇବା ମନା, ଖାଇଲେ ଗୋବଧ ସମ ପାପ ।

ରାଶିଫଳ
ମେଷ: ଷଷ୍ଠ ଚନ୍ଦ୍ର ହେତୁ ସମସ୍ତ କର୍ମରେ ସଫଳତା, ମାନ ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି ପାଇବ । ରାଜନୈତିକ ବ୍ୟକ୍ତିଙ୍କ ସହାୟତା ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ ସୁନାମ ଅର୍ଜନ କରିବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ସ୍କନ୍ଦ ।


ବୃଷ: ଘାତଚନ୍ଦ୍ର ହେତୁ ମାନ ସମ୍ମାନ ହାନି, ମାନସିକ ଅସ୍ଥିରତା ଏବଂ ଇତର ଜନଠାରୁ ଅପମାନ ପାଇବେ । ସନ୍ତାନମାନେ ଅବଜ୍ଞା କରିବେ ଏବଂ ତାଙ୍କ କର୍ମକୁ ନେଇ ବିପଦରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ପରିଶ୍ରମ ତୁଳନାରେ ସଫଳତା କମ୍‌ ମିଳିବ ଏବଂ ସହକର୍ମୀଙ୍କ ସହ ମତାନ୍ତର ହେବ । ଯେଉଁମାନଙ୍କର କୃତ୍ତିକା ବୃଷ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା-ମା’ କମଳା ।


ମିଥୁନ: କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ହେତୁ ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ ହେବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ । କର୍ମରେ ସଫଳତା, ସହକର୍ମୀଙ୍କ ସହାୟତା ଏବଂ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ସଫଳତା ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ବୁଲାବୁଲିରେ ମନ ଦେବେ । ମହିଳାମାନେ ଅତିଥି ସେବା କରିବେ । ଶୁଭରଙ୍ଗ-ଚକୋଲେଟ୍‌, ଶୁଭସଂଖ୍ୟା-୬, ଆରାଧନା-ମା’ ତ୍ରିପୁର ସୁନ୍ଦରୀ ।


କର୍କଟ: ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତି ମିଳିପାରେ । କର୍ମରେ ଉନ୍ନତି, ସଫଳତା ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି ଓ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥାରେ କିଛିଟା ସୁଧାର ଆସିବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ । ମହିଳାମାନେ ସ୍ୱାଭିମାନୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୨, ଆରାଧନା-ମା’ ଭୁବନେଶ୍ୱରୀ ।


ସିଂହ : କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ସ୍ୱାସ୍ଥ୍ୟପ୍ରତି ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ ଆର୍ଥିକ ଠକାମିରେ ପଡ଼ିବେ । ଧନକୁ ନେଇ ବିବାଦ ଓ ମକଦ୍ଦମାରେ ପଡ଼ିପାରନ୍ତି । କର୍ମରେ ବିଫଳତା ଏବଂ କର୍ମପ୍ରତି ଆଳସ୍ୟତା ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ମଘା ଓ ଉତ୍ତରାଫାଲ୍‌ଗୁନୀ ସିଂହ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା-ମା’ ପ୍ରଭୁ ଶ୍ରୀଜଗନ୍ନାଥ ।


କନ୍ୟା: ଶ୍ରୀଚନ୍ଦ୍ର ହେତୁ ଧନ, ମାନ, ସମ୍ମାନ, ସୁଖ୍ୟାତି, ପ୍ରତିପତ୍ତି, ସାମାଜିକ ପ୍ରତିଷ୍ଠା ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନରେ ପ୍ରସନ୍ନତା ଓ ଆତ୍ମସନ୍ତୋଷ ରହିବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମସ୍ତଙ୍କ ଶ୍ରଦ୍ଧାଭାଜନ ହେବେ । ଯେଉଁମାନଙ୍କର ହସ୍ତା ଓ ଚିତ୍ରା କନ୍ୟା ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଆମୋଦ ପ୍ରମୋଦରେ ମନ ଦେବେ । ମହିଳାମାନେ ପରିବାର ସେବାରେ ମନ ଦେବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା- ମା’ ଷୋଡ଼ଶୀ ।


ତୁଳା : ଖର୍ଚ୍ଚ କାଟ କରିବା ପାଇଁ ନାନା କୌଶଳ ଚିନ୍ତା କରିବେ ଏବଂ ମନରେ କଂଜୁସୀ ସ୍ୱଭାବ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ । କର୍ମରେ ଆଶାଠାରୁ ଅଧିକ ସଫଳତା, ସମସ୍ତ କଷ୍ଟସାଧ୍ୟ କାମ ଓ ବକେୟା କାମକୁ ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ କର୍ମରେ ଧ୍ୟାନ ଦେବେ । ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା- ମା’ ସମଲେଶ୍ୱରୀ ।


ବିଛା: ମୂଲ୍ୟବାନ ଧାତୁ, ଭୂମି କ୍ରୟ ଓ ଗୃହ ନିର୍ମାଣ କର୍ମ ଆରମ୍ଭ କରିବେ । ଆକସ୍ମିକ ଧନଲାଭ ଏବଂ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନ ଦେବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ବଗଳାମୁଖୀ ।


ଧନୁ: ଭାଗ୍ୟ ଅପେକ୍ଷା କର୍ମକୁ ଅଧିକ ଧ୍ୟାନ ଦେବେ । ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ଓ କର୍ମକୁଶଳତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ । ଯେଉଁମାନଙ୍କର ପୂର୍ବଷାଢ଼ା ଧନୁ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଧୂମାବତୀ ।


ମକର: ଗୁରୁଜନଙ୍କ ସହ ବିବାଦ, ପରିବାରରେ ମନୋମାଳିନ୍ୟ, ନିଜର ପ୍ରିୟବନ୍ଧୁ ଓ ପଡ଼ୋଶୀଙ୍କ ସହ ମତାନ୍ତର ଓ ଅପମାନ, ଅପଯଶ ପାଇବେ । ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ ମନ ବିଷାଦଗ୍ରସ୍ତ ରହିବ । କର୍ମରେ ବିଫଳତା ଓ ପଦସ୍ଥ କର୍ମ·ରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ କର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ଅପମାନ ପାଇବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ମା’ ଦୁର୍ଗା ।


କୁମ୍ଭ: ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିବେ । ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ସମସ୍ତ ଭୁଲ କାମ ଠିକ୍‌ ପରି ଲାଗିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଯାହା ହେବ ତା’ଠାରୁ ଅଧିକ ବଦଖର୍ଚ୍ଚ ହେବ ଏବଂ କର୍ମରେ ବାଧାପ୍ରାପ୍ତ ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ କର୍ମପ୍ରତି ବିମୁଖ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୬, ଆରାଧନା-ମା’ କାଳୀ ।


ମୀନ: ସୋମବାର ସପ୍ତମ ଚନ୍ଦ୍ର ହେତୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ମୂଲ୍ୟବାନ ଧାତୁ, ବସନ, ଭୂଷଣ କ୍ରୟ କରିବେ ଏବଂ ପରିବାର ସହ କୌଣସି ମାଙ୍ଗଳିକ କର୍ମରେ ଯୋଗ ଦେବେ । ବାଣିଜ୍ୟରେ ଉତ୍ତମ ଆୟ ଓ କର୍ମରେ ସଫଳତା, ସମ୍ମାନ ଓ ମହିଳା ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ପୁର୍ବଭାଦ୍ର ଓ ରେବତୀ ମୀନ ସେମାନେ ସୁଫଳ ପାଇବେ । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ମା’ ତାରା ।


ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଚନ୍ଦ୍ର ମହାମନ୍ତ୍ରସ୍ୟ, ଗୌତମ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଚନ୍ଦ୍ର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ହୀଂ ସୋମାୟ ନମଃ । (୧୦୮ ଥର) ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଅହୋ ସ୍ନିତ୍‌ ବିଚିତ୍ରାଣି ଚରିତାନି ମହାତ୍ମନାମ୍‌ ।
ଲକ୍ଷ୍ମୀଂ ତୃଣାୟ ମନ୍ୟତେ, ତଦ୍‌ଭରତୋତ୍ନ ନମନ୍ତି ଚ ।
ଭାବାର୍ଥ: ମହାପୁରୁଷମାନେ ଧନକୁ ଘାସ ପରି ଏକ ସାମାନ୍ୟ ଜିନିଷ ବୋଲି ଭାବିଥାନ୍ତି । ମାତ୍ର ଯେତେବେଳେ ସେମାନଙ୍କ ପାଖରେ ଧନ ବଢିଚାଲେ, ସେମାନେ ବିନମ୍ର ହୋଇ ଉଠନ୍ତି । ଧନବୃଦ୍ଧିରେ ସେମାନଙ୍କ ନିକଟରେ ଗର୍ବଭାବ ପ୍ରବେଶ କରିପାରେ ନାହିଁ ।(·ଣକ୍ୟ)
ଜ୍ୟୋତିର୍ବିଦ୍‌: କୈଳାସ ଦାଶ
ଜାତକ ସମାଚାର – ଝସଦ୍ଭମର-୧୯୯୭, ଭୁବନେଶ୍ୱର,ଗକ୍ଟଭ.:୯୪୩୭୧୩୩୪୭୩
ଭୁବନେଶ୍ୱର : ରବି, ସୋମ, ମଙ୍ଗଳ । ବାଲୁଗାଁ : ବୁଧ, ଗୁରୁ, ଶୁକ୍ର, ଶନି
ଡବଗ୍ଧମଷ ଙ୍କଗ୍ଦ କ୍ଟଦ୍ଭ – ଣକ୍ଟଙ୍କଞଙ୍କଭର ଇଝଞଜଙ ଝବଜ୍ଞଭବୟ