ବେଣିପୁର- ନିମାପଡ଼ା : ପାଣି ଭିତରକୁ ଖସିପଡିଲା ମଝି ରାସ୍ତା

ଗୋପ: ଗୋପ ଜଳ ସମ୍ପଦ ବିଭାଗ ନିମାପଡ଼ା ବ୍ରାଞ୍ଚ କେନାଲ, ବେଣିପୁର- ନିମାପଡ଼ା ରାସ୍ତା ଭୁଶୁଡ଼ି ଯିବାରୁ ୫ଟି ପଞ୍ଚାୟତର ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ନିମାପଡ଼ା ବ୍ରାଞ୍ଚ କେନାଲରେ
ଏକ ସଂଯୋଗୀକରଣ ରାସ୍ତା ବେଣିପୁର ଠାରୁ ନିମାପଡ଼ାକୁ ରହିଛି । ଏହି ରାସ୍ତା ଦେଇ ଦୈନନ୍ଦିନ ନିମାପଡ଼ା ଓ ଗୋପ ଦୁଇଟି ବ୍ଲକ୍‌ର ପ୍ରାୟ ୨୦ଟି ଗାଁ ଅଢଙ୍ଗା ସାହି, ମାଧଗାଡ଼ିଆ, ଆଳିଚର, ବାଁ ଝାଟି, ଇଛାପୁର,
ତରଡ଼ାପଡ଼ା, ପୋଇତରାର ପ୍ରାୟ ହଜାର ହଜାର ଜନସାଧାରଣ ଯାତାୟାତ କରିଥାନ୍ତି ।

ଏହି ରାସ୍ତାଟି ସର୍ବପୁରାତନ ହୋଇଥିବା ବେଳେ କେନାଲ ପାଣି ଦ୍ୱାରା ଘଳିଆ ପଡ଼ି ବେଣିପୁର, ପୋଇତରା ରାସ୍ତା ପାଖରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି । ଯେଉଁଥିରେ ପ୍ରାୟ ୨୦ ଫୁଟ ରାସ୍ତା ଧୋଇଯିବା ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସାଧାରଣ ଜନତା ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଏପରିକି ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲରେ ପହଞ୍ଚି ପାରିନାହିଁ । ତୁରନ୍ତ ଏହି ରାସ୍ତାର ମରାମତି ପାଇଁ
ବିଭିନ୍ନ ମହଲରେ ଦାବି ହେଉଛି । ଏ ସମ୍ପର୍କରେ ଗୋପ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ, କେନାଲରୁ ପାଣି ଶୁଖିଗଲାଣି ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ