ଲକ୍‌ଡାଉନ୍‌ରେ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ- ନେତା କି ପ୍ରଶାସନ କେହି ରାସ୍ତା ମରାମତି ପାଇଁ କର୍ଣ୍ଣପାତ କରି ନଥିବା ଅଭଯୋଗ

ଭଦ୍ରକ – ରେଳ ଷ୍ଟେସନ୍‌ରୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତାର ଅବସ୍ଥା କହିଲେ ନସରେ । ଗ୍ରାମ୍ୟ ଉନୟନ ବିଭାଗ କାହିଁ କେଉଁ ଦିନରୁ ତିଆରି କରିଥିଲା ରାସ୍ତା । ଏବେ ରାସ୍ତା ର ଅବସ୍ଥା ଅତି କଦର୍ଯ୍ୟ ହୋଇଯାଇଥିଲା । ରାସ୍ତା ମରାମତି କରିବା ପାଇଁ ଗାଁ ଲୋକେ କେତେ ଅନୁରୋଧ କେତେ ଗୁହାରି କରିଥିଲେ । ହେଲେ କିଛି ଫଳ ମିଳି ନଥିଲା । ହେଲ ଏହାକୁ ମରାମତି କରିବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ବାସିନ୍ଦା । ଚାନ୍ଦା କରି ନିଜେ ରାସ୍ତା ମରାମତି କରିବାପାଇଁ ଆଗେଇ ଆସିଛନ୍ତି । ଭଦ୍ରକ ଜିଲ୍ଲା ଜାନୁମଞ୍ଜସାହି ଗାଁ ଦେଇ ଯାଇଛି ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନରୁ ବାଲେଶ୍ଵର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତାର ଅବସ୍ଥା ଅତି ଦୟନୀୟ ହେବା ସହ ଛୋଟ ବଡ ଦୁର୍ଘଟଣା ଘଟୁଥିବାରୁ ଗ୍ରାମବାସୀମାନେ ରାସ୍ତା ନିର୍ମାଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ।

ଏହି ରାସ୍ତାର ଅବସ୍ଥା ଏପରି ଥିଲା ଗାଡିଟିଏ ବି ଯାଇ ପାରୁ ନଥିଲା ।ବାଲେଶ୍ଵର ଜିଲ୍ଲାର ଅଡା , ଡୁଙ୍ଗୁରା , ଖଇରା ଓ କୁପାରୀ ବ୍ଲକକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ଗ୍ରାମ୍ୟ ଉନୟନ ବିଭାଗ ବହୁ ଦିନ ତଳେ ରାସ୍ତା ନିର୍ମାଣ କରିଥିଲା । ଏବେ ଆଉ ମରାମତି ହୋଇ ନଥିଲା । ଅନେକ ଗାଁର ଲୋକ ଷ୍ଟେସନକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ରାସ୍ତାର ଶୋଚନୀୟ ଅବସ୍ଥା ଦେଖି ଗ୍ରାମବାସୀମାନେ ନିଜ ମଧ୍ୟରେ ଚାନ୍ଦା କରି ରାସ୍ତା ନିର୍ମାଣ କରୁଛନ୍ତି ।

ଏହି ରାସ୍ତାରେ ବହୁଥର ଦୁର୍ଘଟଣା ମଧ୍ୟ ହେଲାଣି । ଗ୍ରାମବାସୀ ନିଷ୍ପତି ନେଇଛନ୍ତି ଯେ ନିଜେ ଏବେ ରାସ୍ତା ର ମରାମତି କରିବେ । ଗାଁ ର ସାହି ସାହି ବୁଲି ଟଙ୍କା ଆଦାୟ କରିଛନ୍ତି । ସେହି ଟଙ୍କାରେ ରାସ୍ତା ମରାମତି କରିଛନ୍ତି । ପାହାଡିମାଟି , ବୋଲଡର , କ୍ରସରରୁ ଡଷ୍ଟ ଆଣି ଖାଲଖମା ମରାମତି କରିଛନ୍ତି । ଯେମିତି କି ବାଇକ ଟିଏ ସୁରୁଖୁରରେ ଯାଇପାରିବ । ଆମ୍ବୁଲାନ୍ସ ହେଉକି ଦମକଳ ଗାଡି ଏହି ରାସ୍ତା ଦେଇଯିବା ବେଳେ ଗାଡି ବହୁ କଷ୍ଟରେ ଖାଲରେ ପଶି ଯାଇଥାଏ । ସ୍କୁଲ ଯାଉଥିବା ପିଲା ମଧ୍ୟ ବହୁଥର ରାସ୍ତା ରେ ପଡି ମଧ୍ୟ ଆହତ ହୋଇଛନ୍ତି । ଏବେ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କୁ ରାସ୍ତା ମରାମତି ପାଇଁ ବହୁ ଅନୁରୋଧ କରିଛନ୍ତି । ହେଲେ ରାସ୍ତା ନିର୍ମାଣ ପାଇଁ କେହି ଦୃଷ୍ଟି ଦେଇ ନାହାନ୍ତି । ଏବେ ଏଥିପାଇଁ ସମ୍ପୃକ୍ତ ଥିବା ବିଭାଗ ରାସ୍ତାର ସ୍ଥାୟୀ ମରାମତି ପାଇଁ ଦୃଷ୍ଟି ଦେବାକୁ ଦାବି ହୋଇଛି ।

   ସମ୍ବନ୍ଧିତ ଖବର


ମର୍ଣ୍ଣିଂ ୱାକ୍‌ ବେଳେ ଟଳି ପଡ଼ିଲେ ଅବସରପ୍ରାପ୍ତ ଡିଜିପି

ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

କୂଅରେ ପଡି ମାଆ ଏବଂ ଶିଶୁ ପୁତ୍ର ମୃତ – କାରଣ ଅସ୍ପଷ୍ଟ

ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡୋଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ