PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଚିଣ୍ଟୁ ହତ୍ୟା ମାମଲା : ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଭୁବନେଶ୍ବର, ୧୮।୧ ଚିଣ୍ଟୁ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଅଭିଉକ୍ତଙ୍କୁ ଗିରଫ ଦାବିରେ ପ୍ରେସ ଛକରେ ଗାଡକଣ ଗ୍ରାମବାସୀ ରାସ୍ତାରୋକ  କରିଛନ୍ତି। ଚିଣ୍ଟୁ ହତ୍ୟାକାଣ୍ଡ ଘଟଣାରେ ମିଲୁ ନାମକ ଯୁବକ ଏବେ ବି ଫେରାର ରହିଛି । ମିଲୁକୁ ଗିରଫ ଦାବିରେ  ଗ୍ରାମବାସୀ ପ୍ରେସ ଛକରେ ରାସ୍ତାରୋକୋ କରିଛନ୍ତି। ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଚି। ଅନ୍ୟପକ୍ଷରେ ମିଲୁଙ୍କୁ ଧରିବା ପାଇଁ ସହିଦନଗର ଥାନାରେ ଗଠନ ହୋଇଛି ସ୍ୱତନ୍ତ୍ର ଟିମ ।

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ସହିଦନଗର ଥାନା ଅନ୍ତର୍ଗତ ପ୍ରେସ୍‌ ଛକରେ ମିଲୁ ଓ ସତ୍ୟ ଗୋଡ଼ାଇ ଗୋଡ଼ାଇ ଛୁରି ଭୁସି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣର ନିବାସ ପରିଡ଼ାଙ୍କ ପୁଅ ଚିଣ୍ଟୁ ଓରଫ ନିରଞ୍ଜନ ପରିଡ଼ା (୧୯)ଙ୍କୁ ମାରି ଥିଲେ । ଛୁରା ମାଡ଼ରେ ଗାଡ଼କଣର ବିଶାଲ ପାତ୍ର ଓ ଶ୍ରୀତନୁ ମିଶ୍ର ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

ଘଟଣାରୁ ଜଣାଯାଇଛି,ଶନିବାର ସନ୍ଧ୍ୟା ୬ଟା ବେଳେ ଚିଣ୍ଟୁ, ବିଶାଲ ଓ ଶ୍ରୀତମ ପ୍ରେସ୍‌ ଛକରେ ଥିବା ଏକ ଦୋକାନକୁ ମୋମୋ ଖାଇବାକୁ ଯାଇଥିଲେ । ସେମାନେ ଅର୍ଡର ଦେଇ ନିଜ ଭିତରେ ଗପସପ ହେଉଥିଲେ । ସେଠାରେ ପୂର୍ବରୁ ୪ ଜଣ ପିଲା ବସି ଖଟି କରୁଥିଲେ । ସେମାନେ ଚିଣ୍ଟୁ ଓ ତାଙ୍କ ସାଙ୍ଗମାନଙ୍କୁ କାହିଁକି ଷ୍ଟାଇଲ୍‌ ମାରୁଛ, ତୁମ ଘର କେଉଁଠି ବୋଲି ପଚାରିଥିଲେ । ଆମେ ଗାଡ଼କଣ ପିଲା ତୁମର କ’ଣ ଗଲା ବୋଲି ଚିଣ୍ଟୁଙ୍କ ସାଙ୍ଗମାନେ କହିବାରୁ ସେମାନେ ଛୁରିରେ ଆତର୍କିତ ଆକ୍ରମଣ କରିଥିଲେ । ଚିଣ୍ଟୁଙ୍କ ଛାତିକୁ ଛୁରି ଭୁସି ଦେବାରୁ ସେ ତଳେ ପଡ଼ି ଯାଇଥିଲେ । ବିଶାଲ ଓ ଶ୍ରୀତନୁଙ୍କ ହାତ ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଛି । ଆକ୍ରମଣ ପରେ ୪ ଜଣ ସେଠାରୁ ପଳାଇଥିଲେ । ସ୍ଥାନୀୟ ଲୋକେ ଚିଣ୍ଟୁ, ବିଶାଲ ଓ ଶ୍ରୀତନୁଙ୍କୁ ଉଦ୍ଧାର କରି ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଚିଣ୍ଟୁଙ୍କୁ ମୃତ ଘୋଷଣା କରିଥିଲେ ।