PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ରଥ ନିର୍ମାଣ ପରମ୍ପରା କହୁଛି ‘୯ଟି ହରିବୋଲ’; ଚକ-ଅଖ ସଂଯୁକ୍ତରେ ପ୍ରଥମ.. ରଥରେ ପ୍ରଭା ସିଂହାସନ ସ୍ଥାପନ ପରେ ପଡେ ଶେଷ ‘ହରିବୋଲ’

ପୁରୀ ୦୩/୦୬: ରଥ ନିର୍ମାଣ ପରମ୍ପରା କହୁଛି ୯ଥର ହରିବୋଲ । ପବିତ୍ର ଭଉଁରୀ ଉତ୍ସବରେ ଚକ-ଅଖ ସଂଯୁକ୍ତରେ ପଡ଼େ ପ୍ରଥମ ହରିବୋଲ । ରଥ ନିର୍ମାଣ ସେବକଙ୍କ ହରିବୋଲ ଧ୍ୱନିରେ କମ୍ପିଉଠେ ରଥଖଳା । ଭୋଇସେବକଙ୍କ ଏହି ପରମ୍ପରା କାହିଁ କେଉଁ ପ୍ରାଚୀନ ।

ଭୋଇ ସର୍ଦ୍ଦାର ରବି ଭୋଇ କୁହନ୍ତି ଯେବେ ଠାରୁ ରଥ ନିର୍ମାଣ ହେଉଛି ସେବେଠୁ ଏହି ହରିବୋଲ ଧ୍ୱନି । ଆମ୍ଭେ ପିତୃପିତାଙ୍କ ଠାରୁ ଶିଖି ଜାରି ରଖିଛୁ । ଆମ୍ଭେ ନିମିତ୍ତ ମାତ୍ର । ଅତି ସାଧାରଣ ମଣିଷ । ନିଃଶ୍ୱାସକୁ ବିଶ୍ୱାସ ନାହିଁ । କେବଳ ଠାକୁରଙ୍କ ପାଖେ ସମର୍ପିତ ଭାବ ରଖି ନିଜ କାର୍ଯ୍ୟ କରିଥାଉ । ଠାକୁରେ ହିଁ ତାଙ୍କ ରଥ ସେ ନିଜେ ଗଢିଥାନ୍ତି ।

ସର୍ଦ୍ଦାର ରବି କୁହନ୍ତି ରଥ ନିର୍ମାଣ ପରମ୍ପରାରେ ରହିଛି ୯ଥର ହରିବୋଲ ଧ୍ୱନୀ । ୫ଦଣ୍ଡା ଉଠିଲା ସମୟରେ ଦ୍ୱିତୀୟ ହରିବୋଲ ପଡ଼େ । ଏହାପରେ ଚାରି ନାହାକା ଉଠାଇ ତୃତୀୟ ଥର ଓ ଛଅ କାଠ ଉଠିବା ପରେ ଭୋଇ ସେବକମାନେ ଚତୁର୍ଥ ଥର ହରିବୋଲ ପକାଇଥାନ୍ତି । ୫ମ ହରିବୋଲ ପଡ଼ିବ ବଡ଼ପୋଟଳ ଉଠିଲା ବେଳେ ଓ ଖପୁରି(ଶେଷ ୧୩ନମ୍ବର ପୋଟଳ) ଉଠାଇବା ସମୟରେ ଷଷ୍ଠ ଥର ପାଇଁ ହରିବୋଲ ଧ୍ୱନି ଦିଆଯାଏ । ରଥରେ ‘ଦୁଆର ଘଡ଼ା’ ଉଠିବା ଓ କଳସ ସ୍ଥାପନ ସମୟରେ ଯଥାକ୍ରମେ ୭ମ ଓ ୮ମ ଥର ପାଇଁ ହରିବୋଲ ପଡ଼େ । ରଥରେ ପ୍ରଭା ସିଂହାସନ ସ୍ଥାପନ କରି ନବମ ତଥା ଶେଷ ଥର ପାଇଁ ହରିବୋଲ ଧ୍ୱନି ଦେବାର ପରମ୍ପରା ରହିଥିବା ସର୍ଦ୍ଦାର ରବି ଭୋଇ କହିଛନ୍ତି । ରଥ ନିର୍ମାଣର ଏହା ଶେଷ ପର୍ଯ୍ୟାୟ କାର୍ଯ୍ୟ ।