ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ରଥଖଳା ହାଲ୍‌ଚାଲ୍‌...ସରିଲା ୩୩ ତୁମ୍ବରେ ବିନ୍ଧ କାର୍ଯ୍ୟ

ପୁରୀ, ୨୦/୦୫: ଭୁଜ ତଳେ ମୋତେ ରଖ ମହାବାହୁ...,ବାହୁ ତଳେ ମୋତେ  ରଖ...,ବିପୁଳ ଭୁଜ ବିସ୍ତାରି ଦେଲେ ଛାର...  କି କରିପାରିବ ଦୁଃଖ ମହାବାହୁ... । ରଥଖଳା  ପରିବେଶକୁ ଭାବଭକ୍ତି ଭରା କରୁଥିଲା ପଦ୍ମଶ୍ରୀ  ସ୍ୱର୍ଗତ ପ୍ରଫୁଲ କରଙ୍କ ଏହି ଜଣାଶୁଣା ଭଜନ । ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ଭାବରେ  ନିର୍ମାଣକାରୀଙ୍କ ରଥ ନିର୍ମାଣ ଦର୍ଶନାର୍ଥୀଙ୍କ ଭିତରେ  ଭରୁଥିଲା ଅଦ୍ଭୁତ ଆକର୍ଷଣ । ବିଶ୍ୱକର୍ମାମାନେ ତୁମ୍ବରେ ବିନ୍ଧ ଖୋଦେଇ କରିବାରେ ଥିଲେ  ନିମଗ୍ନ । କରତି ସେବକ ତୁମ୍ବକୁ ସାଇଜ୍‌ କରି କାଟୁଛନ୍ତି ।  

ଭୋଇ ସେବକମାନେ ତୁମ୍ବ ଟେକାପକା କରିବାରେ  ବ୍ୟସ୍ତ । ରଥ ଖଳାରେ ନିର୍ମାଣ କାର୍ଯ୍ୟ ପରିଚାଳନା ପାଇଁ  ଜାଗ୍ରତ ରହିଥିଲେ ରଥ ଅମିନ । ଦୋଳବେଦି ଶାଳରେ ଚକ  ପାଇଁ ଅରକଣ୍ଟା ଓ ପନ୍ଦାରି ତିଆରିରେ ବ୍ୟସ୍ତ ଥିଲେ  କମାର ସେବକମାନେ । ରବିବାର କାର୍ଯ୍ୟ ଶେଷ ସୁଦ୍ଧା ରଥ ତ୍ରୟର ୩୩ ତୁମ୍ବରେ ୧୬ ଯୋଡ଼ା ବିନ୍ଧ  ଓ ଅରକଣ୍ଟା ପାଇଁ ଅଗର  ବିନ୍ଧ ସରିଛି । ତାଳଧ୍ୱଜର  ତାଳଧ୍ୱଜ ରଥର ୧୪  ତୁମ୍ବରୁ ୧୧ଟି ତୁମ୍ବରେ  ବିନ୍ଧ ସରିଛି । ସେହିଭଳି  ଦର୍ପଦଳନ ରଥର ୧୨ଟି  ତୁମ୍ବରୁ ୧୦ଟି ଓ ନନ୍ଦିଘୋଷ ରଥର ୧୬ଟି ଚକରୁ  ୧୨ ଗୋଟିରେ ବିନ୍ଧ ନିର୍ମାଣ ସରିଛି । କରତି  ସେବକମାନେ ବିନ୍ଧ ହୋଇଥିବା ତୁମ୍ବରେ ଘେର  କଟା କାର୍ଯ୍ୟ ଜାରି ରଖିଛନ୍ତି । ରବିବାର ରଥ ନିର୍ମାଣ କାର୍ଯ୍ୟରେ ୧୨୮ ଜଣ ନିଯୋଜିତ ହୋଇଛନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.