PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ରଥଖଳା ହାଲ୍‌ଚାଲ୍‌..ପଇତା ପିନ୍ଧିଲା ‘ନାହାକା ଚକ’, ଆଜିଠୁ ଆରମ୍ଭ ହେବ ଅଖ କାମ

ପୁରୀ,୩୧/୦୫: ରଥର ନାହାକା ଚକରେ ପଇତା ପିନ୍ଧାଯାଇଛି । ପଇର ମଝି ଅଂଶରେ ଅଢ଼େଇ ଇଞ୍ଚର ଏକ ବିଟ ଭଳି ଚକ୍ରାକାର ବଳୟ ହେଉଛି ‘ପଇତା’ । ପୁରୁଷ ଛାତିରେ ପଇତା ସଦୃଶ । ବାରିସିରେ ହାଣି ନିପୁଣ ବିଶ୍ୱକର୍ମାମାନେ ଏହାକୁ ତିଆରି କରିଛନ୍ତି । ଚକର ସୌନ୍ଦର୍ଯ୍ୟ ବୃଦ୍ଧି କରେ ପଇତା। ସୋମବାର ରଥର ଅଖ କାମ ଆରମ୍ଭ ହେବ । ଏଣୁ ଭୋଇ ସେବକମାନେ ଅଖ କାଠ ଆଣି ଯଥାସ୍ଥାନରେ ରଖିଛନ୍ତି । ପ୍ରଥମେ ରଥ ମୁଖ୍ୟ ନାହାକା ଅଖ କାମ ଆରମ୍ଭ ହେବ । ମହାପ୍ରଭୁଙ୍କ ଭଉଁରୀ ଉତ୍ସବକୁ ଦୃଷ୍ଟି ଦେଇ କାମ ଆଗଉଛି । ଏହି ପବିତ୍ର ତିଥି ରଥର ଚକ ଓ ଅଖ ସଂଯୁକ୍ତ ହେବ ।

କରୋନା କଟକଣାକୁ ଜଗି ଆଗଉଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀନଅର ସମ୍ମୁଖ ରଥଖଳାରେ ମୁଖ୍ୟତଃ ଚକ କାମ ଚାଲିଛି । ଆଉ ଦୁଇଟି ଲେଖାଏଁ ପଡ଼ି ନାହାକା ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉଛୁଳା ଚକ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ମୁଖ୍ୟ ନାହାକା ଚକ ପାଖକୁ ପଡ଼ି ନାହାକା ଓ ତା’ପାଖକୁ ଉଛୁଳା ଚକ ରହିବ । ଏପଟେ ଭୋଇସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ା (ତୁମ୍ବରେ ପଇ ସଂଯୋଗ) ତିଆରି କରି ରଥଖଳାକୁ ଯୋଗାଉଛନ୍ତି । ବିଶ୍ୱକର୍ମାମାନେ ପଇରେ ବିନ୍ଧ କରି ଚକ ପ୍ରସ୍ତୁତି ଆଗଉଛନ୍ତି । ମିଳିତ ଭାବେ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ତିଆରି ଚାଲିଛି ।

କରତୀମାନେ ତୁମ୍ବ କାଟି ବିଶ୍ୱକର୍ମାଙ୍କୁ ଦେବାପରେ ତୁମ୍ବରେ ସୂତା ବାଡ଼ିଆ କରି ବିନ୍ଧ ଖୋଦେଇ ସାରୁଛନ୍ତି ବିଶ୍ୱକର୍ମା । ସାଲଗୁଜ ଓ ଜଳଯନ୍ତ୍ର ଚଉପଟ ଚାଲିଛି । ରୂପକାରମାନେ ଗୁଜ ତିଆରିରେ ବ୍ୟସ୍ତ । ବିଶ୍ୱକର୍ମାମାନେ ଧଉରା କାଠ ଚଉପଟ କରି ଯୋଗାଉଛନ୍ତି । ରୂପକାର ସେଥିରେ ସିଂହବିରାଳ ଓ ଗଜବିରାଳ ମୂର୍ତ୍ତି ତିଆରୁଛନ୍ତି । କମାରମାନେ ଦୋଳବେଦି ସ୍ଥିତ ଶାଳରେ ଚକ ପାଇଁ ଅର କଣ୍ଟା, ପନ୍ଦାରୀ ଓ ବଳା ଆଦି ତିଆରିରେ ଲାଗି ପଡ଼ିଛନ୍ତି । ବଳା ଓ ପନ୍ଦାରି ବରାଦ ଅନୁସାରେ ରଥଖଳାକୁ ଯୋଗାଯାଉଛି । ୧୭୧ଜଣ ନିର୍ମାଣକାରୀ ରଥ କାର୍ଯ୍ୟରେ ଲାଗିଛନ୍ତି । ଥର୍ମାଲ ସ୍କ୍ରିନିଂ ପରେ ନିର୍ମାଣକାରୀଙ୍କୁ କାମକୁ ଛଡ଼ାଯାଇଛି ।