PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ରଥଖଳା ହାଲ୍‌ଚାଲ୍‌… ଆଜି ମହାପ୍ରଭୁଙ୍କ ଭଉଁରୀ ଉତ୍ସବରେ ଡେରା ହେଲା ଚକ-ଅଖ, ପଡିଲା ପ୍ରଥମ ହରିବୋଲ

ପୁରୀ ୦୩/୦୬: ମହାପ୍ରଭୁଙ୍କ ଭଉଁରୀ ଉତ୍ସବରେ ଚକ-ଅଖ ଡେରା ନୀତି ସମ୍ପର୍ଣ୍ଣ ହୋଇଛି । ରଥ ନିର୍ମାଣ ପରମ୍ପରା ଅନୁସାରେ ଠାକୁରଙ୍କ ଆଜ୍ଞାମାଳ ରଥ ଖଳାରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ୬ଟି ଚକ ସହ ୩ଟି ଅଖରେ ସଂଯୋଗ କରାଯିବା ପରେ ଭୋଇ ସେବାୟତ ମାନେ ପ୍ରଥମ ହରିବୋଲ ପକାଇଛନ୍ତି।

ସୂଚନା ମୁତାବିକ, ଆଜି ମହାପ୍ରଭୁଙ୍କ ଭଉଁରୀ ଉତ୍ସବ। ଏହି ଅବସରରେ ପ୍ରତି ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୁକ୍ତ କରଯାଇଛି।ଏଥି ସହ ପ୍ରଥମ ହରିବୋଲ ପଡିଛି। ଚକ-ଅଖ ଡେରା ବିଧି ସମ୍ପନ୍ନ କରି ଭୋଇ ସେବକମାନେ ପ୍ରଥମ ହରିବୋଲ ପକାଇଛନ୍ତି। ରଥ ନିର୍ମାଣ ଅବସରରେ ମୋଟ ୯ଥର ହରିବୋଲ ପଡ଼ିବାର ପରମ୍ପରା ରହିଛି ।

ବର୍ତ୍ତମାନ ସୁଦ୍ଧା ତିନି ରଥର ମୋଟ ୧୭ଟି ଚକ ନିର୍ମାଣ ସରିଛି । ସେଥିରୁ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୬ଟି ଲେଖାଁଏ ଓ ଦେବଦଳନ ରଥର ୫ଟି ଚକ ସମ୍ପୂର୍ଣ୍ଣ ହୋଇଛି । ବାକି ୨୫ଟି ଚକର କାର୍ଯ୍ୟ ଜାରି ରହିଛି । ଭୋଇ ସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ାବାଡ଼ିଆ କରି ତୁମ୍ବରେ ଅର ସଂଯୁକ୍ତ କରିବା ପରେ ରଥଖଳାରେ ବିଲେଇବାଡ଼ିଆ ମାଧ୍ୟମରେ ସିଙ୍ଗଡ଼ାରେ ପଇ ଭୁଞ୍ଜାଇ ଚକ ପ୍ରସ୍ତୁତି ଚାଲିଛି । ରଥ ଅମିନ ଚକ ପାଇଁ ପଇ ଓ ଅର ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି ।ତାଳଧ୍ୱଜ ରଥର ୭ଟି ଅଖ ମଧ୍ୟରୁ ନାହାକା ଚକ ସମେତ ୨ଟି ଅଖ କାମ ସରିଥିବା ବେଳେ ୧ଟି ପଡ଼ିନାହାକା, ୨ଟି ଉଛୁଳା ଓ ୨ଟି ବ୍ରେକ୍‌ ଅଖର ଉଭୟ ପାଶ୍ୱର୍ ବାରିସିରେ ହାଣି ଗୋଲେଇ କରୁଛନ୍ତି ବିଶ୍ୱକର୍ମା । ଦେବଦଳନର ୬ଟି ଅଖରୁ ୨ଟି ଲେଖାଁଏ ନାହାକା ଓ ପଡ଼ିନାହାକା ଅଖ କାମ ସରିଛି । ୨ଟି ସାନ ଉଛଳା ତଥା ବ୍ରେକ୍‌ ଅଖ କାମ ଜାରି ରହିଛି ।

ନନ୍ଦିଘୋଷର ୮ଟି ଅଖ ମଧ୍ୟରୁ ୨ଟି ଲେଖାଁଏ ନାହାକା ଓ ପଡ଼ିନାହାକା ଅଖ ନିର୍ମାଣ ଶେଷ । ଆଉ ୨ଟି କରି ବଡ଼ ଉଛୁଳା ଓ ସାନ ଉଛୁଳା(ବ୍ରେକ୍‌ ଅଖ )ର କାମ ଚାଲିଛି । ଏଥିସହ ୮ଟି ଖମ୍ବୀ କାଠରେ ପାଇ ମହାରଣା ସୂତା ମାପ କରି ଚିହ୍ନ ଦେଇଛନ୍ତି । ସାଲ କାମ ହେବ । ରଥର ପ୍ରଥମ ଭୂଇଁରେ ଏସବୁ ସଂଯୁକ୍ତ ହେବ । ଦେବଦଳନ ରଥର ପ୍ରଥମ ୬ଗୋଟି ସାଲ ଗୁଜ ରୂପ ଖୋଦେଇ ଶେଷ ହେବା ଉପରେ । ଦୋଳବେଦି କମାର ଶାଳରେ ରଥ ପାଇଁ ଲୁହା ସାମଗ୍ରୀ ପ୍ରସ୍ତୁତ ହେଉଛି । ପନ୍ଦାରି, ବଳା, ପନ୍ଦାରି ଚାବି, ଗୟଳ କଣ୍ଟା ନିର୍ମାଣ କରୁଛନ୍ତି କମାର ସେବକ । ୧୮୩ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।