PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ରଥଖଳା ହାଲ୍‌ଚାଲ୍‌… ପନ୍ଦାରି ଓ ବଳା ଅନୁକୂଳ, ନାହାକା ଚକ ଚାଲିଛି ପ୍ରସ୍ତୁତ, ପଇରେ ବିନ୍ଧ କାମ ଆରମ୍ଭ

ପୁରୀ, ୩୦/୦୫: ମହାପ୍ରଭୁଙ୍କ ଭଉଁରୀ ଉତ୍ସବରେ ଚକ-ଅଖ ଡେରା ହେବ । ଏହା ହେଉଛି ରଥ ନିର୍ମାଣ ପରମ୍ପରା । ଏଣୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ଚକ ନିର୍ମାଣ । ଶନିବାର ରଥଖଳାରେ ରଥର ନାହାକା ଚକ ପ୍ରସ୍ତୁତ ହୋଇଛି । ବିଶ୍ୱକର୍ମାମାନେ ପନ୍ଦାରି ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ବିଶ୍ୱକର୍ମା ପଇରେ ବିନ୍ଧ କରୁଛନ୍ତି । ଭୋଇସେବକ ବିଲେଇ ବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି । ଯନ୍ତାପଟାରେ ପଡ଼ି ସିଙ୍ଗଡ଼ା(ତୁମ୍ବ ସଂଯୁକ୍ତ ଅର)କୁ ପଇ ପିନ୍ଧା ଗଲାପରେ ଖୁସିଅର ଲାଗୁଛି । ପରେ କଳସା କରାଯାଇ ପଇକୁ ବାନେ୍ଧଣୀ କରି ଚକ ପ୍ରସ୍ତୁତ ହେଉଛି । ଚିରଟ ହୋଇ ଖଳାରେ ପହଞ୍ଚିଛି ଜଳଯନ୍ତ୍ର ଓ ଗୁଜ କାଠ ।

ରଥର ସୁରକ୍ଷା କବଚ ହେଉଛି ‘ଗୁଜ’ । ଗୁଜ ଖୁମ୍ବ ସ୍ୱରୁପ ରଥର କୋଣମାନଙ୍କରେ ସ୍ଥାପନ ହେବ । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ଟି ଲେଖାଏଁ ଓ ଦେବଦଳନ ରଥରେ ୧୨ଟି ଗୁଜ ଲାଗିଥାଏ । ଗୁଜରେ ସିଂହ ବିରାଳ ଖୋଦେଇ ଚାଲିଛି । ରଥର ଗୁଜ, କୁଡ଼ୁକା, ଜଳଯନ୍ତ୍ର ଆଦି କାମ ରୂପକାରଙ୍କର । ଜଳଯନ୍ତ୍ର ରଥରେ ସ୍ଥାପନ ହେଲେ ପାଶ୍ୱର୍ ଦେବଦେବୀମାନେ ବିଜେ ହେବେ । କୁଡ଼ୁକା ଦଣ୍ଡାକୁ ଦଣ୍ଡା ସଂଯୁକ୍ତ କରିବ । ଯନ୍ତାଗାଡ଼ରେ ପକାଇ ସିଙ୍ଗଡ଼ା ପ୍ରସ୍ତୁତ କରିବା ପରେ ଭୋଇସେବକମାନେ ରଥଖଳାକୁ ଯୋଗାଉଛନ୍ତି । ଗତକାଲି ଛଅ ସିଙ୍ଗଡ଼ା ପ୍ରସ୍ତୁତ ହୋଇଥିଲା । ଆଜି ମଧ୍ୟ ଛଅଟି ସିଙ୍ଗଡ଼ା ପ୍ରସ୍ତୁତ ହୋଇଛି ।