PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ରଥଖଳା ହାଲ୍‌ଚାଲ୍‌.. ଶାଳରେ ପଡ଼ିଲା ‘ପନ୍ଦାରିଚାବି’, ଚକକୁ ସୁରକ୍ଷା ଦେବା ପାଇଁ ଲାଗିବ

ପୁରୀ,୧/୦୬: ଅଖ ଅନୁକୂଳ ହୋଇ ରଥର ଅଖ କାମ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ସମର୍ପଣ କରି ବିଶ୍ୱକର୍ମାମାନେ ଅଖ କାମର ଶୁଭାରମ୍ଭ କରିଥିଲେ । ବାରିସି ଚଳାଇ ଅଖର ୨ପାଶ୍ୱର୍କୁ ଗୋଲେଇ କରୁଛନ୍ତି । ପ୍ରତି ରଥର ନାହାକା ଅଖ କାମ ଚାଲିଛି । ଧଉରା କାଠରେ ତିଆରି ହେଉଛି ଅଖ । ରଥଖଳାରେ ଚକ ଫିଟିଂ କରାଯିବା ସହ ଗୁଜ ଓ ଜଳଯନ୍ତ୍ର କାମ ଆଗେଇ ଚାଲିଛି । କମାର ଶାଳରେ ପଡ଼ିଛି ପନ୍ଦାରିଚାବି । ରଥ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୭୪ଜଣ ନିର୍ମାଣକାରୀ ।

ଭଉଁରୀ ଯାତ ପାଇଁ ରଥଖଳା ଚଳଚଞ୍ଚଳ ରହିଛି । ଚକ କାମ ଉପରେ ଜୋର ଦିଆଯାଉଛି । ତିନି ରଥର ୨ଟି ଲେଖାଏଁ ନାହାକା ଚକ ଓ ପଡ଼ି ନାହାକା ଚକ ସମ୍ପୂର୍ଣ୍ଣ ହୋଇଛି । ସାନଉଛୁଳା ଚକ କାମ ସରିବା ଉପରେ । କରତି ସେବକମାନେ ତିନି ରଥର ଦୁଇଟି ଲେଖାଏଁ ତୁମ୍ବର ଘେର କାଟି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି । ସାଲଗୁଜ, ତୀଖଗୁଜ, ଜଳଯନ୍ତ୍ର ଚଉପଟ ଚାଲିଛି । ବିଶ୍ୱକର୍ମାମାନେ ଧଉରା କାଠ ଚଉପଟ କରି ଯୋଗାଉଛନ୍ତି । ରୂପକାର ସେଥିରେ ସିଂହବିରାଳ ଓ ଗଜବିରାଳ ମୂର୍ତ୍ତି ତିଆରିରେ ବ୍ୟସ୍ତ ।

ଚକ ପାଇଁ ଆବଶ୍ୟକ ଅର କଣ୍ଟା, ପନ୍ଦାରି ଓ ବଳା ଆଦି ଶାଳରେ ତିଆର ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି କମାର ସେବକ । କରତ କଳରୁ ଅର ଆସିବାକୁ ଅପେକ୍ଷା । ଉପଲବ୍ଧ ଅରକୁ ସିଙ୍ଗଡ଼ାବାଡ଼ିଆ ପଦ୍ଧତିରେ ତୁମ୍ବ ସହ ଯୋଡ଼ି ରଥଖଳାକୁ ବୋହି ନେଉଛନ୍ତି ଭୋଇ ସେବକ । ଆଜି ତିନି ରଥ ପାଇଁ ବିଶ୍ୱକର୍ମା ୬୮ଜଣ, ଭୋଇ ସେବକ ୬୪ଜଣ, କରତି ସେବକ ୪ଜଣ, ପହି ମହାରଣା ଜଣେ, କମାର ସେବକ ୧୬ ଜଣ, ତୁମ୍ବ ବିନ୍ଧ ସେବକ ୨ଜଣ, ରୂପକାର ସେବକ ୧୮ଜଣ ଓ ଜଣେ ରଥଖଳା ସହାୟକ କାମରେ ନିୟୋଜିତ ଅଛନ୍ତି । ଥର୍ମାଲ ସ୍କ୍ରିନିଂ ପରେ ସେମାନଙ୍କୁ କାମକୁ ଛଡ଼ାଯାଉଛି ।

ଚକରେ ଲାଗିବ ‘ପନ୍ଦାରିଚାବି’

ଚକକୁ ସୁରକ୍ଷା ଦିଏ ପନ୍ଦାରିଚାବି । ପୁରା ରଥର ଓଜନ ସମ୍ଭାଳେ ଚକର ତୁମ୍ବ । ତୁମ୍ବ ମଜଭୁତି ପାଇଁ ଭିତର ବିନ୍ଧରେ ଲାଗେ ପନ୍ଦାରି । ସେଥିରେ ଅଖ ଭୁଞ୍ଜାଯାଏ । ରଥ ଚାଳନାବେଳେ ତୁମ୍ବରୁ ପନ୍ଦାରି ନବାହାରିବା ପାଇଁ ଲାଗିବ ପନ୍ଦାରିଚାବି । ଗୋଟିଏ ତୁମ୍ବର ପନ୍ଦାରିରେ ଦୁଇଟି ଚାବି ଲାଗେ । ମୋଟ ୪୨ ଚକର ତୁମ୍ବରେ ଲାଗିଥାଏ ୨ଟି କରି ୮୪ ପନ୍ଦାରି । ପ୍ରତି ପନ୍ଦାରିରେ ୨ଟି କରି ଲାଗିଥାଏ ୧୬୮ ଗୋଟି ପନ୍ଦାରିଚାବି । ତୁମ୍ବର ମାପ ବିଶ୍ୱର୍କମା ଦେବା ପରେ ଦୋଳେବେଦି ସ୍ଥିତ ତିନୋଟି ସ୍ୱତନ୍ତ୍ର କମାର ଶାଳରେ ପନ୍ଦାରି, ବଳା ଓ ପନ୍ଦାରିଚାବି ନିର୍ମାଣ କରୁଛନ୍ତି ଓଝା ତଥା କମାର ସେବକ ।