PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ରଥଖଳା ହାଲ୍‌ଚାଲ୍‌… ଆଜି ମହାପ୍ରଭୁଙ୍କ ଭଉଁରୀ ଉତ୍ସବ, ଡେରା ହେବ ଚକ-ଅଖ

ପୁରୀ ୦୩/୦୬: ଆଜି ମହାପ୍ରଭୁଙ୍କ ଭଉଁରୀ ଉତ୍ସବ । ରଥ ନିର୍ମାଣ ପରମ୍ପରା ଅନୁସାରେ ଡେରା ହେବ ଚକ-ଅଖ । ଏଣୁ ରଥଖଳାରେ ପ୍ରସ୍ତୁତ ରହିଛି ୬ଟି ନାହାକା ଚକ- ୩ଟି ଅଖ । ଠାକୁରଙ୍କ ଆଜ୍ଞାମାଳ ରଥ ଖଳାରେ ପହଞ୍ଚିଲେ ପ୍ରତି ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୁକ୍ତ ହେବ । ଚକ-ଅଖ ଡେରା ବିଧି ସମ୍ପନ୍ନ କରି ଭୋଇ ସେବକମାନେ ହରିବୋଲ ପକାଇବେ । ରଥ ନିର୍ମାଣ ଅବସରରେ ମୋଟ ୯ଥର ହରିବୋଲ ପଡ଼ିବାର ପରମ୍ପରା ରହିଛି ।

ବୁଧବାର ସୁଦ୍ଧା ତିନି ରଥର ମୋଟ ୧୭ଟି ଚକ ନିର୍ମାଣ ସରିଛି । ସେଥିରୁ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୬ଟି ଲେଖାଏଁ ଓ ଦେବଦଳନ ରଥର ୫ଟି ଚକ ସମ୍ପୂର୍ଣ୍ଣ ହୋଇଛି । ବାକି ୨୫ଟି ଚକର କାର୍ଯ୍ୟ ଜାରି ରହିଛି । ଭୋଇ ସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ାବାଡ଼ିଆ କରି ତୁମ୍ବରେ ଅର ସଂଯୁକ୍ତ କରିବା ପରେ ରଥଖଳାରେ ବିଲେଇବାଡ଼ିଆ ମାଧ୍ୟମରେ ସିଙ୍ଗଡ଼ାରେ ପଇ ଭୁଞ୍ଜାଇ ଚକ ପ୍ରସ୍ତୁତି ଚାଲିଛି । ରଥ ଅମିନ ଚକ ପାଇଁ ପଇ ଓ ଅର ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି ।

ତାଳଧ୍ୱଜ ରଥର ୭ଟି ଅଖ ମଧ୍ୟରୁ ନାହାକା ଚକ ସମେତ ୨ଟି ଅଖ କାମ ସରିଥିବା ବେଳେ ୧ଟି ପଡ଼ିନାହାକା, ୨ଟି ଉଛୁଳା ଓ ୨ଟି ବ୍ରେକ୍‌ ଅଖର ଉଭୟ ପାଶ୍ୱର୍ ବାରିସିରେ ହାଣି ଗୋଲେଇ କରୁଛନ୍ତି ବିଶ୍ୱକର୍ମା । ଦେବଦଳନର ୬ଟି ଅଖରୁ ୨ଟି ଲେଖାଁଏ ନାହାକା ଓ ପଡ଼ିନାହାକା ଅଖ କାମ ସରିଛି । ୨ଟି ସାନ ଉଛଳା ତଥା ବ୍ରେକ୍‌ ଅଖ କାମ ଜାରି ରହିଛି । ନନ୍ଦିଘୋଷର ୮ଟି ଅଖ ମଧ୍ୟରୁ ୨ଟି ଲେଖାଏଁ ନାହାକା ଓ ପଡ଼ିନାହାକା ଅଖ ନିର୍ମାଣ ଶେଷ । ଆଉ ୨ଟି କରି ବଡ଼ ଉଛୁଳା ଓ ସାନ ଉଛୁଳା(ବ୍ରେକ୍‌ ଅଖ )ର କାମ ଚାଲିଛି ।

ଏଥିସହ ୮ଟି ଖମ୍ବୀ କାଠରେ ପାଇ ମହାରଣା ସୂତା ମାପ କରି ଚିହ୍ନ ଦେଇଛନ୍ତି । ସାଲ କାମ ହେବ । ରଥର ପ୍ରଥମ ଭୂଇଁରେ ଏସବୁ ସଂଯୁକ୍ତ ହେବ । ଦେବଦଳନ ରଥର ପ୍ରଥମ ୬ଟି ସାଲ ଗୁଜ ରୂପ ଖୋଦେଇ ଶେଷ ହେବା ଉପରେ । ଦୋଳବେଦି କମାର ଶାଳରେ ରଥ ପାଇଁ ଲୁହା ସାମଗ୍ରୀ ପ୍ରସ୍ତୁତ ହେଉଛି । ପନ୍ଦାରି, ବଳା, ପନ୍ଦାରି ଚାବି, ଗୟଳ କଣ୍ଟା ନିର୍ମାଣ କରୁଛନ୍ତି କମାର ସେବକ । ଆଜି ୧୮୩ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।