ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ ୧୩.୦୫ – ଶ୍ରୀକ୍ଷେତ୍ର ପୁରୀରେ ଗୋଟେ ପଟେ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଅନ୍ୟପଟେ ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପ୍ରଥମ ଦିନରେ ୬୦ଜଣଙ୍କ ନମୂନା ସଂଗ୍ରହ କରାଯାଇଛି । ସେହିଭଳି ଆଗାମୀ ରଥଯାତ୍ରା ଏବଂ ସ୍ନାନଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଛି । ….

ଚଳଚଞ୍ଚଳ ରହିଛି ରଥଖଳା । ଶ୍ରୀକ୍ଷେତ୍ର ଭଉଁରୀ ବେଳକୁ ଅଖଚକ ଡେରା ନୀତି କରିବାକୁ ପୂରା ଦମ୍ ଲଗାଇଦେଇଛନ୍ତି ମହାରଣା ସେବାୟତ । ରଥର ତୁମ୍ବ ଗୁଡ଼ିକରେ ଅର ଲଗାଇ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଚଳାଇଛନ୍ତି ଭୋଇ ସେବାୟତ । ଏପଟେ ଠିକ୍ ସମୟରେ ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ବିଶ୍ବକର୍ମା ମହାରଣା, ଭୋଇ ସେବାୟତମାନେ ତତ୍ପର ହେଉଥିବା ବେଳେ ସେପଟେ ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ପ୍ରଥମ ଦିନରେ ୬୦ଜଣ ସେବାୟତଙ୍କ ନମୂନା ସଂଗ୍ରହ କରାଯାଇଛି ।

ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତମାନେ ଏବେ ୨ଟି ଭକ୍ତ ନିବାସରେ ଅଲଗା ରହୁଛନ୍ତି । ପ୍ରତ୍ୟେକ ଦିନ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ସେହିଭଳି ରଥଯାତ୍ରା ଓ ସ୍ନାନଯାତ୍ରାରେ ନିୟୋଜିତ ସମସ୍ତ ଦଇତାପତି ସେବାୟତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଛି । ତେବେ ସରକାରଙ୍କ କୋଭିଡ୍ ନିୟମ ଓ କଟକଣାକୁ ମାନି ସମସ୍ତକାମ କରିବାକୁ ଦଇତାପତି ନିଯୋଗରେ ସହମତି ପ୍ରକାଶ ପାଇଛି ।

ସେପଟେ ପରମ୍ପରା ରକ୍ଷା କରାଯାଇ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉ ବୋଲି ପରାମର୍ଶ ଦେଇଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ।

ମହାପ୍ରଭୁଙ୍କ ରଥ ଯାତ୍ରା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଗୋଷ୍ଠୀଗତ କାର୍ଯ୍ୟ ହୋଇଥିବାରୁ ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ ହୋଇପଡ଼ିଛି । କିଭଳି ସମସ୍ତଙ୍କୁ ସଂକ୍ରମଣରୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ଗୁରୁତ୍ବ ଦେଉଛି ପ୍ରଶାସନ ।

   ସମ୍ବନ୍ଧିତ ଖବର


ଅନ୍ଧାରରେ ରହିଲା ହ୍ବାଇଟ ହାଉସ, ଟ୍ରମ୍ପଙ୍କୁ ବଙ୍କର ଭିତରେ ନେବାକୁ ପଡିଲା ଶରଣ

ଶୁଣନ୍ତୁ ଭାଇରାଲ୍‌ ଅଡିଓ- କରୋନା ଯୋଦ୍ଧା ନର୍ସଙ୍କୁ ବରିଷ୍ଠ ଅଧିକାରୀଙ୍କ ଧମକ, ସସ୍‌ପେଣ୍ଡ ନୁହେଁ ଜେଲ୍‌କୁ ପଠାଇ ଦେବେ!

ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

ଭଦ୍ରକ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ବନ୍ଦ- ଦାବିରେ ଅଟଳ ଘରୋଇ ବସ ଓ ଟ୍ରକ କର୍ମଚାରୀ ସଂଘ

ଜୁନ୍ ମାସରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

ପାଟପୁର ଥାନା ସମ୍ମୁଖରେ ଘରୁ ଦୌଡି ଆସି ବାଇକ୍‌ରେ ବସି ଯୁବତୀ ଚମ୍ପଟ- ଗୋଡାଇଲେ ପରିବାର ଲୋକ, ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌