ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ରାସନ କାର୍ଡକୁ ନେଇ ମା’କୁ କୁରାଢ଼ିରେ ହାଣିଲା ପୁଅ

ଜଳେଶ୍ୱର,୧୭/୦୮: ସାମନ୍ୟ ରାସନ କାର୍ଡ଼କୁ କେନ୍ଦ୍ର କରି ଜଣେ ପୁଅ ନିଜ ମା’ଙ୍କୁ କୁରାଢ଼ିରେ ମରଣାନ୍ତକ ଆକ୍ରମଣ କରିଛି । ଏ ଘଟଣା ଜଳେଶ୍ୱର ସହରରର ଝାଡ଼େଶ୍ୱରପୁର ଗ୍ରାମରେ ଘଟିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଝାଡ଼େଶ୍ୱରପୁର ୧ନଂ ୱାର୍ଡ଼ର ବାସିନ୍ଦା ମୋଇଦ୍‌ ଖାଁଙ୍କ ପତ୍ନୀ ଗୁଲସନ ବିବି(୬୦)ଙ୍କ ନାମରେ ରାସନ କାର୍ଡ଼ ରହିଛି। ଗୁଲସନ ବିବି ବଡ଼ପୁଅ ଅଜମେର ଖାଁ ଓ ପତ୍ନୀ ଚୁମୁକି ବିବିଙ୍କ ସହିତ ରହୁଥିବା ବେଳେ ସାନପୁଅ ସାଜନ ଖାଁ ନିଜ ସ୍ତ୍ରୀ ସୋନା ବିବି ଓ ବାପା ମୋଇଦ୍‌ ଖାଁଙ୍କ ସହିତ ଅନ୍ୟ ସ୍ଥାନରେ ରହନ୍ତି ।

ସାନପୁଅ ନିକଟରେ ଗୁଲସନ ବିବିର ରାସନକାର୍ଡ଼ଟି ଥିବାରୁ ସବୁ ଥର ସେ ସମସ୍ତ କଣ୍ଟ୍ରୋଲ ସାମଗ୍ରୀ ଚାଉଳ, ଗହମ ପ୍ରଭୃତି ଡିଲର ନିକଟରୁ ନେଇଯାଇଥାଏ । ଏହି ଘଟଣାକୁ କେନ୍ଦ୍ର କରି ଗୁଲସନ ବିବି ସଂପୃକ୍ତ ଡିଲରକୁ ସେମାନଙ୍କର ଭାଗରେ ଥିବା ସାମଗ୍ରୀ ସାନପୁଅ ସାଜନ ଖାଁକୁ ନଦେବା ପାଇଁ ତାଗିଦ କରିଥିଲେ । ପ୍ରତ୍ୟେକ ମାସ ଭଳି ଚଳିତ ମାସ ସାଜନ ଖାଁ ସେହି କାର୍ଡ଼ଟିକୁ ନେଇ ଡିଲର ପାଖରୁ ସମସ୍ତ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ଡିଲର ତା’ ମା କଥା କହି ପୂରା କୋଟା ଦେଇ ପାରିବ ନାହିଁ ବୋଲି ନିଜର ଅକ୍ଷମତା ପ୍ରକାଶ କରିଥିଲା ।

ସେହି ଘଟଣାକୁ ନେଇ ସାନପୁଅ ସାଜନ ଖାଁ ମା’ ଗୁଲସନ ବିବି ସହିତ ପାଟିତୁଣ୍ଡ କରିବା ସହ ଏକ କୁରାଢ଼ିରେ ମୁଣ୍ଡ, ବେକ, କାନ ଓ ଛାତିକୁ ହାଣିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁଲସନ ବିବିଙ୍କୁ ଜଳେଶ୍ୱର ଜି.କେ. ଭଟ୍ଟର ହସପିଟାଲ ଭର୍ତ୍ତି କରାଯାଇଥିଲା । ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଅବସ୍ଥା ଉଦ୍‌ବେଗଜନକ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସମ୍ପର୍କରେ ବଡ଼ଭାଇ ଆଜମେର ଖାଁଙ୍କ ପତ୍ନୀ ଚୁମୁକି ବିବି ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ସାଜନ ଖାଁ, ତା’ ସ୍ତ୍ରୀ ସୋନା ବିବି ଓ ବାପା ମୋଇଦ୍‌ ଖାଁଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.