PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ବଲିଉଡ ଅଭିନେତାଙ୍କ ଘରେ ଚାଲିଥିଲା ରେଭ୍ ପାର୍ଟି: ବିଦେଶୀ ଯୁବତୀଙ୍କ ସହ ୨୩ ଗିରଫ, ଲକ୍ଷାଧିକ ଟଙ୍କାର ମାଦକଦ୍ରବ୍ୟ ଜବତ

https://sunrisehouse.com/

ପଣଜୀ,୧୭।୮: କରୋନା ମହାମାରୀ ପାଇଁ ସାରା ବିଶ୍ବ ଏବଂ ଦେଶରେ ସାମାଜିକ ଦୂରତ୍ବକୁ ନେଇ ଅନେକ କଟକଣା। କିନ୍ତୁ ଗୋଆର ପାନାଜୀରେ  ବଲିଉଡ ଅଭିନେତା କପିଲ ଝାବେରୀଙ୍କ ଘରେ ଚାଲିଥିଲା ରେଭ୍ ପାର୍ଟି। ପୋଲିସର ଚଢାଉ ବେଳେ ଅଭିନେତାଙ୍କ ସହିତ ୩ ବିଦେଶୀ ମହିଳା ଏବଂ ମୋଟ ୨୩ ଜଣଙ୍କୁ ଗିରଫ କରାଯାଇଛି। ଘଟଣା ସମ୍ପର୍କରେ ରବିବାର ଅଧିକାରୀମାନେ ସୂଚନା ଦେଇ କହିଛନ୍ତି, ଶନିବାର ରାତିରେ ଅଞ୍ଜୁନା ଥାନା ଅନ୍ତର୍ଗତ ବାଗାଟୋର ଗାଁରେ ଏକ ଭିଲାରେ ପାର୍ଟି ଚାଲିଥିଲା। ସେଠାରୁ ୯ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରାଯାଇଥିଲା।

ପୋଲିସ ଅଧିକାରୀ (ଅପରାଧ ଶାଖା) ଶୋଭିତ ସକସେନା କହିଛନ୍ତି, ଝାବେରୀ ଓ ୩ ବିଦେଶୀ ମହିଳାଙ୍କୁ ଗିରଫ କରାଯାଇଛି, ସେମାନଙ୍କ ଭିତରେ ଦୁଇଜଣ ମହିଳା ରୁଷର ବୋଲି ଜଣାପଡିଛନ୍ତି। ଆଉ ଜଣେ ଚେକ୍ ଗଣରାଜ୍ୟର। ସେ କହିଛନ୍ତି, ଏହି ସମସ୍ତଙ୍କୁ ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ(ଏନଡିପିଏସ୍) ଅଧିନିୟମ ଅନୁସାରେ ନିଷିଧ ପ୍ରଦାର୍ଥ ରଖିବା ଅଭିଯୋଗରେ ଗିରଫ କରାଯାଇଛି। ଝାବେରୀ କିଛି ବଲିଉଡ ଫିଳ୍ମରେ କାମ କରିଛନ୍ତି। ଏହି ଫିଲ୍ମ ଗୁଡିକ ହେଲା ‘ଦିଲ୍ ପରଦେଶୀ’ ଓ ’ଇସ୍କ ଭିସ୍କ’। ଝାବେରୀ କିନ୍ତୁ ଏବେ ଗୋଆରେ ରହୁଛନ୍ତି।

ପାର୍ଟିରେ ଥିବା ଅନ୍ୟ୧୯ ଜଣ ଲୋକଙ୍କୁ ସାମାଜିକ ଦୂରତ୍ବ ନିୟମ ପାଳନ ନକରିବା ଅଭିଯୋଗରେ ଗିରଫ କରାଯାଇଛି। ଏମାନଙ୍କ ଭିତରୁ ଅଧିକାଂଶ ଘରୋଇ ପର୍ଯ୍ୟଟକ ଥିଲେ, ଯିଏକି ଛୁଟି କାଟିବାକୁ ଗୋଆ ଆସିଥିଲେ। ୩ ବିଦେଶୀ ଯୁବତୀଙ୍କ ସହିତ ୨୩ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର