PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସହଜ ନଥିଲା ଅଲମ୍ପିକ୍ ଯାତ୍ରା, ରବିଙ୍କ ରୌପ୍ୟ ପଦକ ପଛରେ ରହିଛି ପିତାଙ୍କ ତ୍ୟାଗପୂର୍ଣ୍ଣ କାହାଣୀ, ୪୦ କି.ମି ଯାତ୍ରା କରି ପୁଅ ପାଖରେ ପହଞ୍ଚାଉଥିଲେ କ୍ଷୀର ଓ ଫଳ

ନୂଆଦିଲ୍ଲୀ, ୦୫/୦୮ : ଟୋକିଓ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ରବି ଦାହିୟା। ଫାଇନାଲରେ ଋଷିଆର ରେସଲର ଜଉର୍ ଉଗେଭ୍‌ଙ୍କ ଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ରବି ଦାହିୟା। ଜଇର ଉଗୁଏଭ୍‌ଙ୍କ ଠାରୁ ସେ ୪-୭ ସେଟ୍‌ରେ ପରାସ୍ତ ହୋଇଛନ୍ତି। ସୁଶୀଲ କୁମାରଙ୍କ ପରେ କୁସ୍ତିରେ ରୌପ୍ୟ ପଦକ ଜିତାଇଥିବା ଦାହିୟା ହେଉଛନ୍ତି ଦ୍ବିତୀୟ ଭାରତୀୟ ଖେଳାଳି। ଏହା ସହିତ ଭାରତର ପଦକ ସଂଖ୍ୟାରେ ଆଉ ଏକ ମେଡାଲ ଯୋଡି ହୋଇଛି । ରବିଙ୍କ ରୌପ୍ୟ ପଦକ ସହ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ତେବେ ରବି ଦାହିୟାଙ୍କର ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରୁ ଅଲମ୍ପିକ ପର୍ଯ୍ୟନ୍ତ ଯାତ୍ରା ଏତେ ସହଜ ନଥିଲା। ଏହା ପଛରେ ତାଙ୍କର ପିତାଙ୍କର ରହିଛି ନିସ୍ଵାର୍ଥପର ତ୍ୟାଗ।

୧୯୯୭ ମସିହା ହରିୟାଣାର ସୋନିପତ ଜିଲ୍ଲାର ନହରୀ ଗ୍ରାମରେ ହୋଇଥିଲା ରବି ଦାହିୟାଙ୍କ ଜନ୍ମ। ତାଙ୍କ ପିତା ଜଣେ ଭୂମିହୀନ କୃଷକ। ୧୦ ବର୍ଷ ବୟସରେ ରବି ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ୧୯୮୨ରେ ଏଶିୟାନ୍ ଗେମ୍ସରେ ସ୍ଵର୍ଣ୍ଣ ପଦକ ଜିତିଥିବା ସତପାଲ ସିଂହଙ୍କ ଠାରୁ ସେ ପ୍ରଶିକ୍ଷଣ ନେଉଥିଲେ। ରବି ଦାହିୟାଙ୍କ ପିତା ରାକେଶ ଚାହୁଁଥିଲେ ତଙ୍କ ପୁଅ ବଡ଼ ହୋଇ ଏକ ପହିଲବାନ ହେଉ। ଏଥିପାଇଁ ଆର୍ଥିକ ଦୂରାବସ୍ଥା ଥାଇ ସୁଦ୍ଧା ସେ ରବିଙ୍କ ପ୍ରଶିକ୍ଷଣରେ କୌଣସି ଅଭାବ ରଖି ନଥିଲେ। ପିତା ରାକେଶ ପ୍ରତିଦିନ ତାଙ୍କ ଗାଁ ଠାରୁ ଛତ୍ରସାଲ ଷ୍ଟାଡିୟମ ଯାଏଁ ୪୦ କିଲୋମିଟରର ଯାତ୍ରା କରି ପୁଅ ପାଖରେ କ୍ଷୀର ଓ ଫଳ ପହଞ୍ଚାଉଥିଲେ।

ରବିଙ୍କୁ କୌଣସି ଅଭାବ ନହେଉ ଏଥିପାଇଁ ପିତା ରାକେଶ କରୁଥିଲେ ଦିନ ରାତି ପରିଶ୍ରମ। ତାଙ୍କୁ ଏତେ ପରିଶ୍ରମ କରିବାକୁ ପଡୁଥିଲା ଯେ, ସେ ୨୦୧୯ରେ ରବିଙ୍କ ୱାର୍ଲ୍ଡ ଚାମ୍ପିଆନସିପ୍ ମ୍ୟାଚ୍ ଦେଖିପାରି ନଥିଲେ। ସେତେବେଳେ ରବି କାଂସ୍ୟ ପଦକ ଜିତି ଥିଲେ।

ରବିଙ୍କର ପ୍ରଥମ କମାଲ ୨୦୧୫ ଜୁନିୟର ୱାର୍ଲ୍ଡ ରେସଲିଂ ଚାମ୍ପିଅନସିପ୍‌ରେ ଦେଖିବାକୁ ମିଳିଥିଲା। ସେତେବେଳେ ସେ ୫୫ କିଲୋ କାଟୋଗୋରୀରେ ରୌପ୍ୟ ପଦକ ଜିତିଥିଲେ। ହେଲେ ସେମିଫାଇନାଲରେ ତାଙ୍କୁ ଆଘାତ ଲାଗିଥିଲା। ଏହାପରେ ୨୦୧୭ରେ ସିନିୟର ନ୍ୟାସନାଲରେ ଆଘାତ ଲାଗିବା କାରଣରୁ ତାଙ୍କୁ ମ୍ୟାଟ୍ ଠାରୁ କିଛି ଦିନ ଦୂରରେ ରହିବାକୁ ପଡିଥିଲା। ଏହି ଆଘାତ ପରେ ରବିଙ୍କୁ ଠିକ୍ ହେବାକୁ ପୂରା ଏକ ବର୍ଷ ସମୟ ଲାଗିଥିଲା।

ଏହାପରେ ୨୦୧୮ ୱାର୍ଲ୍ଡ ଅଣ୍ଡର ୨୩ ରେସଲିଂ ଚାମ୍ପିଅନସିପରେ ସେ ତାଙ୍କର କମାଲ ଦେଖାଇଥିଲେ। ୫୭ କିଲୋ କାଟେଗୋରୀରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ସେ ୨୦୧୯ରେ ୱାର୍ଲ୍ଡ ଚାମ୍ପିଅନସିପ୍ ର ସିଲେକ୍ସନ ଟ୍ରାୟାଲରେ ସିନିୟର ରେସଲର ଉତ୍କର୍ଷ କାଲେ ଏବଂ ଅଲମ୍ପିଆନ୍ ସନ୍ଦୀପ ତୋମାରଙ୍କୁ ପରାସ୍ତ କରିଥିଲେ। ୨୦୨୦ ରବିଙ୍କ ପାଇଁ ଖୁବ୍ ଭଲ ଥିଲା। କରୋନା ପୂର୍ବରୁ ମାର୍ଚ୍ଚରେ ଦିଲ୍ଲୀରେ ହୋଇଥିବା ଏଶିୟାନ ରେସଲିଂ ଚାମ୍ପିଆନସିପ୍‌ରେ ସେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର