ବିରାଟ କୋହଲିଙ୍କୁ ଆଉ ୨ ବର୍ଷ ଟେଷ୍ଟ କ୍ୟାପ୍ଟେନ୍ ରହିବା ଦରକାର ଥିଲା, ହେଲେ କିଛି ଲୋକଙ୍କୁ ଏହା ହଜମ ହେଲାନି; ରବି ଶାସ୍ତ୍ରୀ

pic-indiatoday
ନୂଆଦିଲ୍ଲୀ: ଟେଷ୍ଟ କ୍ୟାପ୍ଟେନ୍ସିପ ଛାଡ଼ିବାର କିଛିଦିନ ପରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଭାରତୀୟ ଟିମ୍ର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ। ବିରାଟ ଆଉ କିଛି ବର୍ଷ ଟେଷ୍ଟରେ କ୍ୟାପ୍ଟେନ୍ସିପ୍ କରିବାର ଥିଲା। ହେଲେ ବିରାଟ ସବୁଠାରୁ ଅଧିକ ଦିନ ଦାୟିତ୍ୱ ସମ୍ଭାଳି ୫୦ରୁ ୬୦ ମ୍ୟାଚ୍ ଜିତାନ୍ତୁ ବୋଲି କେହି କିଛି ଲୋକ ଚାହୁଁନଥିଲେ, ସେମାନଙ୍କୁ ସହଜରେ ଏକଥା ହଜମ ହେଉନଥିଲା ବୋଲି ରବିଶାସ୍ତ୍ରୀ କହିଛନ୍ତି। ରବି
ଶାସ୍ତ୍ରୀ ବର୍ତ୍ତମାନ ଲିଜେଣ୍ଡ ଲିଗ୍ କ୍ରିକେଟର କମିଶନର ଭାବେ ଓମାନରେ ଅଛନ୍ତି। ବିରାଟଙ୍କ ଟେଷ୍ଟ କ୍ୟାପ୍ଟେନ୍ସିପ୍ ଛାଡ଼ିବା ନେଇ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ କ୍ରିକେଟ ପରିବାର ବିରାଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଦରକାର।
ବିରାଟ କୋହଲି ଭାରତର ସବୁଠାରୁ ସଫଳ କ୍ୟାପ୍ଟେନ୍। ସେ ୬୦ଟି ମ୍ୟାଚ୍ରୁ ୪୦ଟି ବିଜୟ ଦେଇଛନ୍ତି। ହେଲେ ଜାନୁଆରୀ ୧୬ ତାରିଖରେ ସେ ହଠାତ୍ ତାଙ୍କ ଟେଷ୍ଟ କ୍ୟାପ୍ଟେନସିପ ଛାଡ଼ିବା ନେଇ ଗୋଷଣା କରିଥିଲେ। ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ସିରିଜ୍ ହାରିବା ପରେ ବିରାଟ ଏପରି ନିଷ୍ପତ୍ତି ନେଇଥିଲେ।
ଏନେଇ ରବି ଶାସ୍ତ୍ରୀ କହିଛନ୍ତି “ଯଦି ବିରାଟ ଟେଷ୍ଟ କ୍ୟାପ୍ଟେନ୍ ପଦରେ ରହିଥାନ୍ତେ, ତେବେ ନିଶ୍ଚିତ ପକ୍ଷେ ସେ ଆଉ ଦୁଇ ବର୍ଷ ପାଇଁ କ୍ୟାପ୍ଟେନ୍ ଦାୟିତ୍ୱରେ ରହିପାରିଥାନ୍ତେ। କାରଣ ଆଗାମୀ ଦୁଇ ବର୍ଷ ପାଇଁ ଭାରତ ଘରୋଇ ମାଟିରେ ଖେଳ ହୋଇଥାନ୍ତା। ବିରାଟ ରେଙ୍କିଙ୍ଗରେ ବି ସୁଧାର ଆସିଥାନ୍ତା। ସେତେବେଳେ ସେ ୬୦ ମ୍ୟାଚ୍ରୁ ୫୦ ମ୍ୟାଚ୍ ବିଜୟ କରାଇବାର ସଫଳତା ପାଇଥାନ୍ତା। ହେଲେ କିଛି ଲୋକ ଏହାକୁ ହଜମ କରିପାରି ନଥାନ୍ତେ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରାଟ ଆଉ ଦୁଇ ବର୍ଷ ଅଧିନାୟକ ପଦ ସାମ୍ଭାଳି ପାରିଥାନ୍ତେ। ତେବେ ବି ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଦରକାର। ଆପଣ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ବଡ଼ ଟିମ୍ ବିପକ୍ଷପରେ ଜିତୁଛନ୍ତି ତେବେ ଦକ୍ଷିଣ ଆଫ୍ରିକା ବିରୋଧରେ ୧-୨ ହାରୁଛନ୍ତି, ବିଦେଶରେ ଯାଇ ଏଭଳି ରେକର୍ଡ କରିବା ଅଭିଶ୍ୱସନୀୟ। ତଥାପି ବିରାଟ କ୍ୟାପ୍ଟେନ୍ ରହିବା ଉଚିତ କି ନା ତାହା ତର୍କ ନିହାତି ସଂଗତ ବୋଲି ଶାସ୍ତ୍ରୀ କହିଛନ୍ତି।
ବିରାଟଙ୍କ ନେତୃତ୍ୱ ଓ ଶାସ୍ତ୍ରୀଙ୍କ ଗାଇଡ୍ରେ ଭାରତ ଟେଷ୍ଟରେ ୭ ନମ୍ବର ସ୍ଥାନରୁ ୧ ନମ୍ବର ସ୍ଥାନକୁ ଉତ୍ତିନ୍ନ ହୋଇଥିଲା। କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ, ଗତବର୍ଷ ଇଂଲଣ୍ଡ ବିପକ୍ଷରେ ୨-୧ ବିଜୟ ହୋଇଥିଲା। ତା ସହିତ ଅନ୍ୟ କିଛି ମ୍ୟାଚ୍ରେ ମଧ୍ୟ ଭାରତ ରେକର୍ଡ କରିଥିଲା।
ଶାସ୍ତ୍ରୀ ଚାହୁଁଥିଲେ ବିରାଟ ଆଉ କିଛି ଦିନ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ରହୁନ୍ତୁ। କାରଣ ତାଙ୍କ କ୍ୟାପ୍ଟେନ୍ସିପ୍ରେ ଭାରତ ଅନେକ ସଫଳତା ପାଇଛି। ବିରାଟଙ୍କ କ୍ୟାପ୍ଟେନସିପ୍କୁ ପ୍ରଶଂସା କରି ଶାସ୍ତ୍ରୀ କହିଛନ୍ତି “ବିରାଟ ୫-୬ ବର୍ଷ ଟେଷ୍ଟରେ କ୍ୟାପ୍ଟେନ୍ ରହିଲେ। ସେଥିମଧ୍ୟରୁ ୫ ବର୍ଷ ଭାରତ ଟେଷ୍ଟରେ ଟିମ୍ରେ ବିଶ୍ୱର ନମ୍ବର ୱାନ ରହିଛି। କୌଣସି ଭାରତୀୟ କ୍ୟାପ୍ଟେନ୍ ଏଭଳି ରେକର୍ଡ କରି ନାହାଁନ୍ତି। ବିଶ୍ୱର ହାତଗଣତି କିଛି କ୍ୟାପ୍ଟେନ୍ ହିଁ ଏଭଳି ରେକର୍ଡ କରିଛନ୍ତି। ସେ ଜାଣିଥିଲେ ଯେ ସେ ତାଙ୍କ କ୍ୟାପ୍ଟେନ୍ସିପକୁ କେମିତି ଉପଭୋଗ କରୁଛନ୍ତି। ଯେତେବେଳେ ସଚିନ ଓ ଧୋନୀଙ୍କ ଭଳି ଖେଳାଳି କ୍ୟାପ୍ଟେନସିପକୁ ଉପୋଭଗ କରିପାରିଲେ ନାହିଁ, ଶେଷରେ ଛାଡ଼ିଲେ ସେ କ୍ଷେତ୍ରରେ ବିରାଟ ୪୦ଟି ମ୍ୟାଚ୍ରେ ବିଜୟ ଦେଇ ୬ ବର୍ଷ କ୍ୟାପ୍ଟେନ୍ ରହି ଏବେ ସେ ପଦରୁ ଓହରିଛନ୍ତି। ବର୍ତ୍ତମାନ ସେ କ୍ରିକେଟ୍କୁ ଉପଭୋଗ କରିବାକୁ ଚାହାଁନ୍ତି। ପୂର୍ବରୁ ସୁନୀଲ ଗାଭାସ୍କର, କପିଲ ଦେବ ଓ ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳି କ୍ୟାପ୍ଟେନ୍ସିପ ଛାଡ଼ି ଖେଳକୁ ଉପଭୋଗ କରିଛନ୍ତି। ବିରାଟ ମଧ୍ୟ ଠିକ୍ ସେମିତି ଚାହାଁନ୍ତି। ”