PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

କ୍ୟାରିୟରକୁ ନେଇ ଆଖିରେ ନିଦ ନଥିଲା, ବାସ୍‌ ଗୋଟିଏ ମ୍ୟାଚ୍‌ ବଦଳାଇ ଦେଲା ଜାଡେଜାଙ୍କ ଜୀବନ

India Today

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଜୁନ୍‌ ୧୮ରେ ଖେଳାଯିବ। ଜୁନ୍‌ ୨ରେ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ମୁମ୍ବାଇରେ କ୍ବାରାଣ୍ଟିନରେ ରହି ପ୍ରସ୍ତୁତି ଚଲାଉଛି। ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏସବୁ ମଧ୍ୟର ରବିନ୍ଦ୍ର ଜାଡେଜା କହିଛନ୍ତି ଯେ, ୨୦୧୮ ମସିହାରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ତାଙ୍କ ଜୀବନରେ ସବୁକିଛି ବଦଳାଇ ଦେଇଛି। ସେ କହିଛନ୍ତି ଯେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ କରିଥିବା ପ୍ରଦର୍ଶନ ବହୁତ ଆତ୍ମବିଶ୍ବାସ ଯୋଗାଇଥିଲା। କାରଣ ସେହି ସମୟରେ ଜାଡେଜା ନିଜ କ୍ୟାରିୟରରେ ସଂଘର୍ଷ କରିଥିଲେ।

୨୦୧୮ରେ ଓଭାଲ ମଇଦାନରେ ୫ମ ଟେଷ୍ଟର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ୩୩୨ ରନର ପିଛା କରୁଥିଲା। ହେଲେ ଟିମ୍‌ ଇଣ୍ଡିଆ ୧୬୦ ରନରେ ୬ ଓ୍ବିକେଟ ହରାଇ ସଙ୍କଟରେ ଥିଲା। ଜାଡେଜା ୮ ନମ୍ବରରେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ। ଜାଡେଜା ୧୫୬ଟି ବଲର ସାମ୍ନା କରି ଅପରାଜିତ ୮୬ ରନ୍‌ କରି ଟିମ୍‌ ଇଣ୍ଡିଆକୁ ସଙ୍କଟରୁ ବଞ୍ଚାଇଥିଲେ।

ଜାଡେଜା ଇଣ୍ଡିଆନ୍‌ ଏକ୍ସପ୍ରେସକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ, ୨୦୧୮ର ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ମୋ କ୍ୟାରିୟରରେ ସବୁ କିଛି ବଦଳେଇ ଦେଇଥିଲା। ପୂରା ଖେଳ, ପ୍ରଦର୍ଶନ, ଆତ୍ମବିଶ୍ବାସ ପୂରା ବଦଳାଇ ଦେଇଥିଲା ସେହି ଟେଷ୍ଟ ମ୍ୟାଚ୍। ଯେବେ ଆପଣ ବିଶ୍ବର ସର୍ବଶ୍ରେଷ୍ଠ ବୋଲିଂ ଆଟାକ୍‌କୁ ସାମ୍ନା କରି ଇଂଲଣ୍ଡ କଣ୍ଡିସନରେ ସ୍କୋର କରଥାନ୍ତି ସେତେବେଳେ ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ।

ଜାଡେଜା ଆହୁରି କହିଛନ୍ତି ଯେ, ସତ କହିବାକୁ ଗଲେ ଏହି ଦେଢ ବର୍ଷ ରାତିରେ ନିଦ ଆସିନଥିଲା। ମୁଁ ଠିକରେ ଶୋଇ ପାରୁନଥିଲି। ମୁଁ ଚିନ୍ତା କରୁଥିଲି ଯେ, ଦଳକୁ କେମିତି ପ୍ରତ୍ୟାବର୍ତନ କରିବି ? ମୁଁ ଟେଷ୍ଟ ଦଳରେ ଥିଲି ହେଲେ ଖେଳି ପାରୁନଥିଲି। ଏଥିସହିତ ମୁଁ ଦିନିକିଆ ଦଳରୁ ବାଦ୍ ପଡିଥିଲି । ଘରୋଇ କ୍ରିକେଟ୍ ମଧ୍ୟ ଖେଳୁନଥିଲି । କାରଣ ମୁଁ ଭାରତୀୟ ଦଳ ସହ ଯାତ୍ରା କରୁଥିଲି । ମୋତେ ନିଜକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ମିଳୁନଥିଲା। ମୁଁ ଚିନ୍ତା କରୁଥିଲି ଯେ, ମୁଁ ଚୂଡାନ୍ତ ଏକାଦଶକୁ କେମିତି ଫେରିବି ବୋଲି ସେ କହିଛନ୍ତି। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ ପଡ଼ିଥିଲେ। ପରେ ମୁଁ ଦଳର ପ୍ଲେଇଙ୍ଗ୍‌ ଇଲେଭେନରେ ସୁଯୋଗ ପାଇଲି। ସେବେଠାରୁ ମୋ ପ୍ରଦର୍ଶନ ଭଲ ରହିଛି ବୋଲି ଜାଡେଜା କହିଛନ୍ତି।

ଜାଡେଜା ଭାରତ ପାଇଁ ଏ ପର୍ଯ୍ୟନ୍ତ ୫୧ଟି ଟେଷ୍ଟ, ୧୬୮ ଦିନିକିଆ ଓ ୫୦ ଟି-୨୦ ଅନ୍ତରାଷ୍ଟ୍ରୀୟ ମୁକାବିଲା ଖେଳି ସାରିଛନ୍ତି। ଜାଡେଜା ଏବେ ଭାରତୀୟ କ୍ରିକେଟର ଜଣେ ଷ୍ଟାର ଖେଳାଳି ଭାବେ ଉଭା ହୋଇଛନ୍ତି।