PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସଡ଼କ ଦୁର୍ଘଟଣାରେ ଜିଲ୍ଲା ପରିଷଦ ସଭାପତିଙ୍କ ମୃତ୍ୟୁ

ଗୁଣପୁର ୨୫/୧୨: ସଡ଼କ ଦୁର୍ଘଟଣାରେ ରାୟଗଡା ଜିଲ୍ଲା ପରିଷଦ ସଭାପତି ପୁରୁଷୋତ୍ତମ ଗମାଙ୍ଗଙ୍କ ପରଲୋକ। ପୁରୁଷୋତ୍ତମ ମଙ୍ଗଳବାର ସନ୍ଧ୍ୟାରେ ରାୟଗଡ଼ାରୁ ଗୁଣପୁର ଫେରିବା ସମୟରେ ରାମନାଗୁଡ଼ା ବ୍ଲକର ତାଣ୍ଡିକଣା ଗ୍ରାମ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଣ୍ଡିକଣା ଛକଯାଏଁ ସେ ତାଙ୍କ ଇନୋଭାରେ ଆସିବା ପରେ ସେଇଠୁ ନିଜେ ଏକ ବାଇକ୍‌ ଚଲାଇ ରାମନାଗୁଡ଼ା ଅଭିମୁଖେ ଯାଉଥିଲେ । ହଠାତ୍‌ ରାସ୍ତାରେ ଭାରସାମ୍ୟ ହରାଇ ବାଇକରୁ ରାସ୍ତାରେ ପଡ଼ି ଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ରାମନାଗୁଡ଼ା ଓ ପରେ ଗୁଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତାଙ୍କର ଦୁଇ କାନପଟରୁ ପ୍ରବଳ ରକ୍ତ ବୋହିବାରୁ ଗୁଣପୁର ଡାକ୍ତରଖାନାରୁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଥିଲା । ସେଠାକୁ ପହଞ୍ଚିବା ପରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସମଗ୍ର ରାୟଗଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ପୁରୁଷୋତ୍ତମ ଗତ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ଗୁଣପୁର ବିଧାନସଭା ଆସନରୁ ଲଢ଼ି ପରାସ୍ତ ହାଇଥିଲେ । କଂଗ୍ରେସର ସେ ଜଣେ ଆଗ ଧାଡ଼ିର ନେତା ଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲାଙ୍କ ମାମଲାର ବିଚାର କରି ରାୟଗଡ଼ା ଜିଲ୍ଲା ଜଜ୍‌ ପୁରୁଷୋତ୍ତମଙ୍କ ପଦବି ଅସିଦ୍ଧ ଘୋଷଣା କରିଥିଲେ ବୋଲି ତାଙ୍କ ଆଇନଜୀବୀ ସୂଚନା ଦେଇଥିଲେ ।