PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ପୁଣି ଝୁଣ୍ଟିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ

ମୁମ୍ବାଇ, ୧୫ା୪ (ଏଜେନ୍ସି): ଚଳିତ ସିଜନରେ ବିରାଟ କୋହଲିଙ୍କ ନେତୃତ୍ତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କ୍ରମାନ୍ୱୟରେ ୬ଟି ମ୍ୟାଚ୍‌ ହାରିବା ପରେ ବିଜୟ ଧାରାକୁ ଫେରିଥିଲା । ପୁଣି ଦଳ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାଜିତ ହୋଇ ପୂର୍ବ ଧାରାକୁ ଫେରିଛି । ସିଜନରେ ଏହା ଆରସିବିର ସପ୍ତମ ପରାଜୟ ।
ୱାଙ୍ଖଡେ ଷ୍ଟାଡିୟମ ଖେଳାଯାଇଥିବା ଆଇପିଏଲ୍‌ର ୩୧ତମ ମ୍ୟାଚ୍‌ରେ ଆରସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଲସିଥ ମାଲିଙ୍ଗାଙ୍କ ଘାତକ ବୋଲିଂ ସତ୍ତେ୍ୱ ୭ ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଓଭରରେ ୫ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଦୁର୍ଦ୍ଧର୍ଷ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ । ୪ଟି ୱିକେଟ୍‌ ହାସଲ କରିଥିବା ମାଲିଙ୍ଗା ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।
ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିରାଟ କୋହଲି ଓ ପାର୍ଥିବ ପଟେଲ ଇନିଂସ୍‌ ଓପନ କରିଥିଲେ । କୋହଲି ମାତ୍ର ୮ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ । ତାଙ୍କ ସ୍ଥାନରେ ଆସିଥିଲେ ଡି ଭିଲର୍ସ । ସେ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ପାର୍ଥିବଙ୍କ ସହ ମିଶି ଇନିଂସ୍‌କୁ ଆଗେଇ ନେଇଥିଲେ । ପାର୍ଥିବ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିବାରେ ବିଫଳ ରହିଥିଲେ । ସେ ୨୮ (୨୦ ବଲ୍‌, ୪ ଚୌକା, ୧ ଛକା) ରନ୍‌ କରି ପାଭିଲିୟନ ଫେରିଥିଲେ । ପରେ ଡି ଭିଲର୍ସ ଓ ମୋଇନ୍‌ ଅଲ୍ଲୀ ଧୂଆଁଧାର ବ୍ୟାଟିଂ କରିଥିଲେ । ତୃତୀୟ ୱିକେଟ୍‌ରେ ଉଭୟଙ୍କ ମଧ୍ୟରେ ୮୫ ରନ୍‌ର ଭାଗିଦାରୀ ଗଠନ ହୋଇଥିଲା । ଦଳୀୟ ସ୍କୋର ୧୪୪ ରନ୍‌ ଥିବାବେଳେ ମୋଇନ୍‌ ବ୍ୟକ୍ତିଗତ ୫୦ (୩୨ ବଲ୍‌, ୧ ଚୌକା, ୫ ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ଅଲରାଉଣ୍ଡର ମାର୍କସ ଷ୍ଟଇନିସ୍‌ ଖାତା ଖୋଲି ପାରିନଥିଲେ । ତେବେ ଡି ଭିଲର୍ସଙ୍କ ୫୧ ବଲ୍‌ରୁ ଦ୍ରୁତ ୭୫ (୬ ଚୌକା, ୪ ଛକା) ରନ୍‌ ବଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୭ ୱିକେଟ୍‌ ହରାଇ ୧୭୧ ରନ୍‌ ସଂଗ୍ରହ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଲସିଥ ମାଲିଙ୍ଗା ସର୍ବାଧିକ ୪ ୱିକେଟ୍‌ ନେଇଥିଲେ ।
୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡି’କକ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ରେ ଉଭୟଙ୍କ ମଧ୍ୟରେ ୭୦ ରନ୍‌ର ଭାଗିଦାରୀ ଗଠନ ହୋଇଥିଲା । ଇନିଂସ୍‌ର ଅଷ୍ଟମ ଓଭରରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ସ୍ପିନର ମୋଇନ୍‌ ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ରୋହିତ ଓ ଡି’କକ୍‌ଙ୍କୁ ପାଭିଲିୟନ ପଠାଇ ମୁମ୍ବାଇକୁ ଶକ୍ତ ଧକ୍କା ଦେଇଥିଲେ । ରୋହିତ ୨୮ ଓ ଡି’କକ୍‌ ୪୦ ରନ୍‌ କରିଥିଲେ । ପରେ ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିଷନ ଇନିଂସ୍‌କୁ ଆଗକୁ ନେଇଥିଲେ । ଇଶାନ୍‌ ୯ ବଲ୍‌ରୁ ଦ୍ରୁତ ୨୧ ଓ ସୂର୍ଯ୍ୟ କୁମାର ୨୯ ରନ୍‌ ଯୋଗଦାନ କରି ଆଉଟ୍‌ ହୋଇଥିଲେ । କୃନାଲ ପାଣ୍ଡ୍ୟା ୧୧ ରନ୍‌ କରି ସହଳ ଆଉଟ୍‌ ହୋଇ ଯାଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବାକୁ ଆସି ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୧୬ ବଲ୍‌ରୁ ଅପରାଜିତ ୩୭ (୫ ଚୌକା, ୨ ଛକା) ରନ୍‌ କରି ମୁମ୍ବାଇକୁ ବିଜୟୀ କରାଇଥିଲେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରୁ ୟୁଝବେନ୍ଦ୍ର ଚହଲ