RBIର ନୂଆ ନିୟମ, ଏହି ତାରିଖ ସୁଦ୍ଧା ବଦଳାଇବାକୁ ପଡିବ ଚେକ୍ ବୁକ୍

ନୁଆଦିଲ୍ଲୀ ୧୮/୨: ଅନଲାଇନ୍ ବ୍ୟାଙ୍କିଂ ସିଷ୍ଟମ ଆସିବା ପରେ ଚେକ୍ ବୁକ୍ ଆବଶ୍ୟକତା ବହୁତ କମି ଯାଇଛି । କାରଣ ଚେକର ବ୍ୟବହାର ଧିରେ ଧିରେ କମିବାରେ ଲାଗିଛି । ଚେକ୍ କ୍ଲିୟରାନ୍ସର ପ୍ରୋସେସକୁ ସହଜ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏକ ନୂଆ ସିଷ୍ଟମ ଆଣିବାକୁ ଯାଉଛି । ଆରବିଆଇ ଚେକ୍ ଟ୍ରଙ୍କସନ୍ ସିଷ୍ଟମ(ସିଟିଏସ୍)କୁ ସାରା ଦେଶରେ ଲାଗୁ କରିବା ପାଇଁ ଘୋଷଣା କରିଛି । ଆରବିଆଇ କହିଛି ସିଟିଏସରେ ବହୁତ ଫାଇଦା ହୋଇଛି ଏବଂ ଏହାକୁ ନଜରରେ ରଖି ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଏହାର ବ୍ୟବହାର ସବୁ ସ୍ଥାନରେ ଆରମ୍ଭ କରାଯିବ ।

ଜାଣନ୍ତୁ କଣ ଏହି ସିଟିଏସ୍ ସିଷ୍ଟମ ?
ସିଟିଏସ୍ ଅନୁସାରେ ଆପଣଙ୍କ ଚେକକୁ କ୍ଲିୟର ହେବା ପାଇଁ ଗୋଟିଏ ବ୍ୟାଙ୍କରୁ ଆଉ ଗୋଟିଏ ବ୍ୟାଙ୍କ ଯିବାକୁ ପଡିବନି । ଏହା ଫଳରେ ସମୟ ବଞ୍ଚିବ ଏବଂ ଚେକ ଗୋଟିଏ ଦିନରେ କ୍ଲିୟର ହୋଇଯିବ । ଏବେର ବ୍ୟବସ୍ଥା ଅନୁସାରେ ଚେକକୁ କ୍ଲିୟର ହେବା ପାଇଁ ୨-୩ ଦିନ ସମୟ ଲାଗୁଛି । ସିଟିଏସର ଆରମ୍ଭ ୨୦୧୦ରେ ହୋଇଥିଲା ।

ଏମିତି କାମ କରିଥାଏ ସିଟିଏସ୍
ଏଥିରେ ଚେକକୁ କ୍ଲିୟର କରିବା ପାଇଁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଯିବାକୁ ପଡିନଥାଏ ବରଂ ଏହାର ଇଲେକ୍ଟ୍ରୋନିକ୍ ଇମେଜ୍ ପଠାଯାଇଥାଏ । ଏହା ଫଳରେ କାମ ଶୀଘ୍ର ହୋଇଯାଏ ଏବଂ ସହଜ ହୋଇଯାଏ । ଏହା ସହିତ ଅନ୍ୟ ଜରୁରୀ ସୂଚନା ଯଥା ଏମଆଇସିଆର ବ୍ୟାଣ୍ଡ ଆଦି ମଧ୍ୟ ପଠାଯାଇଥାଏ । ଏହା ମାଧ୍ୟମରେ ସମୟ ବଞ୍ଚିଥାଏ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ୨୪ ଘଣ୍ଟାରେ ପୂରା ହୋଇଯାଏ । ଯେଉଁ ଗ୍ରାହକଙ୍କ ପାଖରେ ସିଟିଏସ୍ ମାନକ ଚେକ୍ ନାହିଁ ସେମାନଙ୍କୁ ନିଜ ଚେକ୍ ବଦଳାଇବାକୁ ପଡିବ  । ଏହା ମଲ୍ଟି ସିଟି ଚେକ୍ ।

ନୂଆ ଚେକ୍ କ୍ଲିୟରିଂ ସିଷ୍ଟମର ଫାଇଦା
ସିଟିଏସ୍ ଚେକର କ୍ଲିୟରିଂ ୨୪ ଘଣ୍ଟାରେ ହୋଇଯାଏ
ଏଭଳି ଚେକକୁ ଫର୍ଜି ବ୍ୟବହାର କରିହେବନି
ଦେଶର କୌଣସି ବି ସ୍ଥାନରେ କୌଣସି ବି ବ୍ୟାଙ୍କରେ କ୍ଲିୟରିଂ ସୁବିଧା
ପେପର କ୍ଲିୟରିଂକୁ ନେଇ ହେବାକୁ ଥିବା ରିସ୍କରୁ ମଧ୍ୟ ମୁକ୍ତି

   ସମ୍ବନ୍ଧିତ ଖବର


ଗ୍ରାହକଙ୍କ ଅର୍ଡର ଅନୁସାରେ ବାଇକ୍ ପ୍ରସ୍ତୁତ କରିବ ୟାମାହା, ପସନ୍ଦ ଅନୁସାରେ ରହିବ କଲର୍

ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ମାର୍କେଟକୁ ଆସିଲା ଇ-ସିମ୍, ଜାଣନ୍ତୁ ବ୍ୟବହାର କରିବାର ଫାଇଦା

ବିଏସଏନଏଲର ଏହି ପ୍ରିପେଡ୍ ପ୍ଲାନରେ ୩୬୫ ଦିନର ବୈଧତା ସହିତ ପ୍ରତିଦିନ ମିଳୁଛି ୨ ଜିବି ଡାଟା

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି