RBI ଗଭର୍ଣ୍ଣରଙ୍କୁ କରୋନା

ନୂଆଦିଲ୍ଲୀ, ୨୫/ ୧୦: କରୋନା କବଳରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏନେଇ ସେ ନିଜେ ରବିବାର ଦିନ ସୂଚନା ଦେଇଛନ୍ତି।

ଶକ୍ତିକାନ୍ତ ଦାସ ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି। ନିକଟରେ ମୋ ସମ୍ପର୍କରେ ଆସିଥିବା ଲୋକ ମାନେ ନିଜ ନିଜର କୋଭିଡ ପରୀକ୍ଷା କରାଇନିଅ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଁ ଆଇସୋଲେସନରେ ରହି କାର୍ଯ୍ୟ କରିବି। ପ୍ରତ୍ୟେକ ଦିନ ଭିସି ଓ ଟେଲିଫୋନ ମାଧ୍ୟରେ ସମସ୍ତଙ୍କ ସହ ଯୋଡ଼ି ହୋଇ କାର୍ଯ୍ୟ ଜାରି ରଖିିବି ବୋଲି ସେ କହିଛନ୍ତି।

ସୂଚନାଥାଉକି, କିଛିଦିନ ହେବ ଦେଶରେ ତଳମୁହାଁ ହେଉଛି କରୋନ ଗ୍ରାଫ୍‌। ଦିନକରେ ଏବେ ପ୍ରାୟ ୫୫ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।