PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ବ୍ୟାଙ୍କଗୁଡିକୁ ସତର୍କ କଲେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ, କହିଲେ- ଆହୁରି ବିଗିଡ଼ିବ ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ, ୧୩।୧୨ ଦେଶର ସାମ୍ପ୍ରତିକ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବ୍ୟାଙ୍କଗୁଡିକୁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟମାନଙ୍କ ସହ ଆଲୋଚନା ବେଳେ ସେ ଏହା କହିଛନ୍ତି । ସାମ୍ପ୍ରତିକ ପରିସ୍ଥିତି ଆଗକୁ କେତେକ ଆହ୍ୱାନ ଛିଡା କରିପାରେ । ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ଶ୍ରୀ ଦାସ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛନ୍ତି ।

ଅନାଦାୟ ଋଣ ପରିସମ୍ପତ୍ତି(ଏନ୍‌ପିଏ) ମାମାଲାର ସମାଧାନରେ ସମନ୍ୱିତ ଉପାୟରେ କାର୍ଯ୍ୟ କରିବା ପାଇଁ ସେ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଥିବା ଆର୍‌ବିଆଇ ପକ୍ଷରୁ ଜାରି ବିବୃତିରେ ଉଲ୍ଲେଖ କରାଯାଇଛି । ଏଭଳି ସମୟରେ ଗଭର୍ଣ୍ଣରଙ୍କ ପରାମର୍ଶ ଆସିଛି ଯେତେବେଳେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ଅର୍ଥାତ୍‌ ୪.୫%କୁ ଖସିଆସିଛି । ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଆର୍‌ବିଆଇ ଦେଶର ଜିଡିପି ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି । ଚଳିତ ଆର୍ଥିକବର୍ଷ ଦେଶର ଜିଡିପି ଅଭିବୃଦ୍ଧି ୫% ରହିବ ବୋଲି ଏହା ପୂର୍ବାନୁମାନ କରିଛି । ପୂର୍ବରୁ ଏଥିପାଇଁ ଆର୍‌ବିଆଇର ଆକଳନ ୬.୧% ଥିଲା ।

ତେବେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସୁଧାର ଆସୁଛି ଏବଂ ଏହାର ମୂଳଦୁଆ ମଜଭୂତ ରହିଥିବା ଶକ୍ତିକାନ୍ତ ପ୍ରକାଶ କରିଛନ୍ତି । ବ୍ୟାଙ୍କ ମୁଖ୍ୟମାନଙ୍କ ସହ ବୈଠକ ବେଳେ ଆର୍‌ବିଆଇ ଗଭର୍ଣ୍ଣର ରେପୋରେଟ୍‌ ହ୍ରାସର ଲାଭ ଅନ୍ତିମ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଆଲୋଚନା କରିଥିଲେ । ପ୍ରକାଶଯୋଗ୍ୟ, ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଆର୍‌ବିଆଇ ଏ ବର୍ଷ ୫ ଥର ରେପୋରେଟ୍‌ରେ ହ୍ରାସ କରିଛି । ଗତ ସପ୍ତାହରେ ହୋଇଥିବା ମୁଦ୍ରାନୀତି ବୈଠକରେ ଏହା ରେପୋରେଟ୍‌କୁ ଅପରିବର୍ତ୍ତିତ ରଖିଥିଲା । ଦରବୃଦ୍ଧିକୁ ନେଇ ଆର୍‌ବିଆଇ ଚିନ୍ତା ପ୍ରକଟ କରିଛି । ଏହାସହିତ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତି ଆକଳନକୁ ବଢ଼ାଇ ଦେଇଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଲୋକେ ଦରବୃଦ୍ଧି ସମସ୍ୟାରୁ ଆଶ୍ୱସ୍ତି ପାଇବେ ନାହିଁ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।