ଆରବିଆଇ ଲଗାଇଲା କଟକଣା,ଏବେ ଏହି ବ୍ୟାଙ୍କରୁ ୬ ମାସରେ ଉଠାଇ ପାରିବେ ମାତ୍ର ୧ ହଜାର ଟଙ୍କା

ମୁମ୍ବାଇ, ୨୪।୯: ମୁମ୍ବାଇରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କର ଗ୍ରାହକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। କାରଣ ବ୍ୟାଙ୍କରେ ଆର୍ଥିକ ଅସୁବିଧା କାରଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏ​‌ବେ ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କୁ ୧ ହଜାର ଟଙ୍କାରୁ ଅଧିକ ଟଙ୍କା ନେବା ଉପରେ ରୋକ୍ ଲଗାଇ ଦେଇଛି, ଯେଉଁ କାରଣରୁ ବ୍ୟାଙ୍କର ପ୍ରତି ବ୍ରାଞ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଆରବିଆଇ  ଏହି କଟକଣା ଆଗମୀ ୬ ମାସ ପର୍ଯ୍ୟନ୍ତ ଜାରି ରଖିବ। ଏହା ଅନୁସାରେ ବ୍ୟାଙ୍କ କୌଣସି ଲୋନ୍ ଦେବ ନାହିଁ କିମ୍ବା କୌଣସି ପ୍ରକାର ପୁଞ୍ଜି ନିବେଶ କରିବ ନାହିଁ।

ମଙ୍ଗଳବାର ମୁମ୍ବାଇ ସ୍ଥିତି ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ (ପିଏମସି)ବ୍ୟାଙ୍କ ଲିମିଟେଡରେ କୌଣସି ପ୍ରକାର ବ୍ୟାପାରିକ ଲେଣଦେଣ ଉପରେ ରୋକ ଦେଇଛନ୍ତି, ଯାହାଫଳରେ ବ୍ୟାଙ୍କର ନିବେଶ କରିଥିବା ଲୋକ  ଓ ସହରରେ  ଥିବା ବ୍ୟବସାୟୀଙ୍କୁ ବଡ ଝଟକା ଲାଗିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ଯୋଗେଶ ଦୟାଲ କହିଛନ୍ତି, ଆରବିଆଇର ନିର୍ଦେଶ ଅନୁସାରେ, ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କରେ ନିଜର ସେଭିଂ, କରେଣ୍ଟ କିମ୍ବା ଅନ୍ୟ କୌଣସି ପ୍ରକାର ଖାତାରେ ୧୦୦୦ ଟଙ୍କାରୁ ଅଧିକ ବାହାର କରିପାରିବେ ନାହିଁ। ପିଏମସି ବ୍ୟାଙ୍କରେ ଆରବିଆଇ ଅଗ୍ରିମ ଋଣ ଓ ଅଗ୍ରିମ ଧନରାଶି ଦେବା କିମ୍ବା ରିନ୍ୟୁ କରିବାରେ କୌଣସି ପ୍ରକାର ନିବେଶ କରିବା, କ୍ୟାସ୍ ଡିପୋଜିଟ୍ ସ୍ବୀକାର କରିବା ଆଦି ଉପରେ ରୋକ୍ ଲଗାଇ ଦେଇଛି।

   ସମ୍ବନ୍ଧିତ ଖବର


Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ଦୀପାବଳୀ ପରେ କମିବ ପିଆଜ ଦର

ଗୁଗଲ ସର୍ଚ୍ଚକୁ ଟକ୍କର ଦେବ ସଫାରୀ

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି