PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

୧ ଅଗଷ୍ଟରୁ ଲାଗୁ ହେବ ସାଲାରୀ, ପେନସନ୍ ଓ ଇଏମଆଇ ପେମେଣ୍ଟର ନୂଆ ନିୟମ ! RBI ଆଣିଲା ପରିବର୍ତ୍ତନ

ନୂଆଦିଲ୍ଲୀ ୨୩/୭: ସାଲାରୀ, ପେନସନ୍ ଓ ଇଏମଆଇ ପେମେଣ୍ଟ ଭଳି ଜରୁରି ଟ୍ରାଞ୍ଜାକ୍ସନ ପାଇଁ ଏବେ ଆପଣଙ୍କୁ ୱର୍କିଂ ଡେଜକୁ ଅପେକ୍ଷା କରିବାକୁ ପଡିବନି । RBI, National Automated Clearing House (NACH) ର ନିୟମରେ ଅନେକ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ୧ ଅଗଷ୍ଟ ୨୦୨୧ରୁ ଲାଗୁ ହେବ । ଅର୍ଥାତ୍ ଏବେ ଆପଣଙ୍କ ନିଜ ସାଲାରୀ ପାଇଁ ବା ପେନସନ୍ ପାଇଁ ଶନିବାର ଓ ରବିବାର ବା ୱିକେଣ୍ଡ ସରିବା ପାଇଁ ଅପେକ୍ଷା କରିବାକୁ ପଡିବନି । ଏହି ସେବା ଆପଣଙ୍କୁ ସାରା ସପ୍ତାହ ମାଗଣାରେ ମିଳିବ ।

NACHର ସୁବିଧା ଏବେ ସାରା ସପ୍ତାହରେ ମିଳିବ
ଅନେକ ଥର ଏମିତି ହୁଏ ଯେ ମାସର ପ୍ରଥମ ତାରିଖ ୱିକେଣ୍ଡରେ ପଡିଯାଏ । ଏହି କାରଣରୁ ସାଲାରିଡ୍ କ୍ଲାସଙ୍କୁ ନିଜ ସାଲାରୀ ଆକାଉଣ୍ଟରେ କ୍ରେଡିଟ୍ ହେବା ପାଇଁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ମାସ ଜୁନରେ କ୍ରେଡିଟ୍ ପଲିସି ରିନ୍ୟୁ ସମୟରେ ଘୋଷଣା କରିଥିଲେ ଯେ ଗ୍ରାହକଙ୍କୁ ସୁବିଧାକୁ ଅଧିକ ବଢାଇବା ପାଇଁ 24×7 ରିୟଲ ଟାଇମ୍ ଗ୍ରସ ସେଟଲମେଣ୍ଟ(RTGS)ର ଲାଭ ଉଠାଇବା ପାଇଁ NACH, ଯାହା କି ଏବେ ବ୍ୟାଙ୍କର କାର୍ଯ୍ୟ ଦିବସରେ ଉପଲବ୍ଧ । ଏହାକୁ ସପ୍ତାହର ସବୁ ଦିନ ଲାଗୁ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ଯାହା ୧ ଅଗଷ୍ଟ ୨୦୨୧ରୁ ପ୍ରଭାବୀ ହେବ ।

NACH ଏକ ବଲ୍କ ପେମେଣ୍ଟ ସିଷ୍ଟମ ଯାହାକୁ ନ୍ୟସନାଲ୍ ପେମେଣ୍ଟ୍ସ କର୍ପୋରେସ୍ ଅଫ୍ ଇଣ୍ଡିଆ(NPCI) ସଞ୍ଚାଳିତ କରିଥାଏ । ଏହା ଅନେକ ପ୍ରକାର କ୍ରେଡିଟ୍ ଟ୍ରାନ୍ସଫର ଯଥା ଡିଭିଡେଣ୍ଡ, ଇଣ୍ଟ୍ରେଷ୍ଟ, ସାଲାରୀ ଓ ପେନସନର ସୁବିଧା ଦେଇଥାଏ । ଏହା ବ୍ୟତୀତ ଇଲେକ୍ଟ୍ରିସିଟି ବିଲର ପେମେଣ୍ଟ, ଗ୍ୟାସ୍, ଟେଲିଫୋନ୍, ପାଣି, ଲୋନର ଇଏମଆଇ, ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଓ ଇନସ୍ୟୁରାନ୍ସ ପ୍ରିମିୟମର ପୈଠର ମଧ୍ୟ ସୁବିଧା ଦେଇଥାଏ । ଅର୍ଥାତ୍ ଏବେ ଆପଣଙ୍କୁ ଏହି ସବୁ ସୁବିଧାକୁ ହାସଲ କରିବା ପାଇଁ ସୋମବାରରୁ ଶୁକ୍ରବାର ଅର୍ଥାତ୍ Week Daysର ଅପେକ୍ଷା କରିବାକୁ ପଡିବନି । ଏହି କାମ Weekendsରେ ମଧ୍ୟ ହୋଇଯିବ । ୧ ଅଗଷ୍ଟରୁ ଏହି ସୁବିଧା ସପ୍ତାହର ସବୁ ଦିନରେ ଲାଗୁ ହେବ ।

ସମ୍ବନ୍ଧିତ ଖବର