RBI ବଦଳାଇଲା ଏହି ନିୟମ, ଏଣିକି RTGS ମାଧ୍ୟମରେ କେତେବେଳେ ବି କରିପାରିବେ ମନି ଟ୍ରାନ୍ସଫର…

ନୂଆଦିଲ୍ଲୀ ୨୨/୧୧: ବ୍ୟାଙ୍କିଂ ସେକ୍ଟରରେ କିଛି ନୂଆ ପରିବର୍ତ୍ତନ ହୋଇଛି । ରିଜର୍ଭ ବ୍ୟାଙ୍କ  ଅଫ୍ ଇଣ୍ଡିଆ ରିୟଲ ଟାଇମ୍ ଗ୍ରସ୍ ସେଟଲମେଣ୍ଟ(RTGS)କୁ 24x7x365 ଉପଲବ୍ଧ କରାଇବା ପାଇଁ ନିଷ୍ପତ୍ତି ନେଇଛି । ଏବେ ଆରଟିଜିଏସ୍ ମାଧ୍ୟମରେ ଚବିଶ ଘଣ୍ଟା ମନି ଟ୍ରାନ୍ସଫର କରିହେବ ।

ଏବେ କ’ଣ ନୂଆ ନିୟମ ?
ବର୍ତ୍ତମାନ ଆରଟିଜିଏସ ସିଷ୍ଟମ ମାସର ଦ୍ୱିତୀୟ  ଓ ଚତୁର୍ଥ ଶନିବାରକୁ ଛାଡି ବାକି ସବୁଦିନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏବେ ୨୪×୭ ଏହି ସୁବିଧାର ଲାଭ ଉଠାଇ ପାରିବେ ଗ୍ରାହକ । ଗତ ବର୍ଷ NEFT ସେବା ୨୪ ଘଣ୍ଟା ମିଳିବା ଆରମ୍ଭ ହୋଇଯାଇଥିଲା । ଗତ ବର୍ଷ ଡିସେମ୍ବରରେ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ୍ ଟ୍ରାନ୍ସଫର ସିଷ୍ଟମକୁ ୨୪x୭ ମୋଡରେ ଲାଗୁ କରାଯାଇଥିଲା ।

କ’ଣ କହିଲା ଆରବିଆଇ ?
ଭାରତୀୟ ଆର୍ଥିକ ବଜାରରେ ବୈଶିକ ଏକୀକରଣର ଲକ୍ଷ୍ୟକୁ ସମର୍ଥନ ଦେବା, ଭାରତର ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ରକୁ ବିକଶିତ କରିବା, ଘରୋଇ କର୍ପୋରେଟ୍ ଓ ସଂସ୍ଥା ପାଇଁ ବଡ ସ୍ତରରେ ପୈଠକୁ ସହଜ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

RTGS ବା ରିୟଲ ଟାଇମ୍ ଗ୍ରସ ସେଟଲମେଣ୍ଟ ଜରିଆରେ ତୁରନ୍ତ ଫଣ୍ଡ ଟ୍ରାନ୍ସଫର କରିହେବ । ଏହା ବଡ ଟ୍ରାଞ୍ଜାକ୍ସନରେ କାମରେ ଆସିଥାଏ । ଆରଟିଜିଏସ୍ ଜରିଆରେ ୨ ଲକ୍ଷ ଟଙ୍କାରୁ କମ୍ ଆମାଉଣ୍ଟ ଟ୍ରାନ୍ସଫର ହୋଇପାରିବନି । ଏଥିରେ ମଧ୍ୟ କୌଣସି ପ୍ରକାର ଫଣ୍ଡ୍ ଟ୍ରାନ୍ସଫର ଶୁଳ୍କ ଲାଗେନି । କିନ୍ତୁ ବ୍ରାଞ୍ଚରେ ଆରଟିଜିଏସରୁ ଫଣ୍ଡ୍ ଟ୍ରାନ୍ସଫର କରାଇଲେ ଶୁଳ୍କ ଦେବାକୁ ପଡିଥାଏ ।