HDFC ବ୍ୟାଙ୍କର ଡିଜିଟାଲ ଓ୍ବାର୍କକୁ ରୋକ୍ ଲଗାଇଲା RBI, ଉପଭୋକ୍ତାଙ୍କୁ ନୂତନ କ୍ରେଡିଟ୍ କାର୍ଡ ନଦେବାକୁ ପରାମର୍ଶ…

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ୨ ଡିସେମ୍ବର ୨୦୨୦ରେ ଏଚଡିଏଫସି ବ୍ୟାଙ୍କକୁ ଏକ ନୋଟିସ ଜାରି କରିଛି । ଏହି ନୋଟିସ ଗତ ଦୁଇବର୍ଷ ଭିତରେ ବ୍ୟାଙ୍କ ଦ୍ବାରା ହୋଇଥିବା ଇଣ୍ଟରନେଟ ବ୍ୟାଙ୍କିଂ ମୋବାଇଲ ବ୍ୟାଙ୍କିଂ ଏବଂ ପେମେଣ୍ଟ ୟୁଟିଲିଟିକୁ ନେଇ ହୋଇଥିବା ଅସୁବିଧା ଉପରେ ହୋଇଛି । ଏଥିସହ ଆରବିଆଇ ୨୧ ନଭେମ୍ବରରେ ହୋଇଥିବା ଅସୁବିଧା ଉପରେ ପ୍ରଶ୍ନ ଉଠାଇଛନ୍ତି । ୨୧ ନଭେମ୍ବରରେ ବ୍ୟାଙ୍କରେ ପ୍ରାଇମେରି ଡାଟା ସେଣ୍ଟର ପାଓ୍ବାର ଫେଲ ହୋଇଥିବା କାରଣରୁ ଗ୍ରାହକକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

ତେବେ ଏହି  ନୋଟିସ ଆଧାରରେ ଆରବିଆଇ ବ୍ୟାଙ୍କକୁ ଡିଜିଟାଲ୍ 2.0 ଅଧୀନରେ ଥିବା ସମସ୍ତ ନୂତନ ଲଞ୍ଚକୁ ସାମୟିକ ଭାବେ ବନ୍ଦ କରିବାକୁ ପରାମର୍ଶ ଦେଇଛି । ଏହା ସହିତ ପ୍ରସ୍ତାବିତ ଆଇଟି ପ୍ରୟୋଗ ଏବଂ ନୂତନ କ୍ରେଡିଟ କାର୍ଡ ଗ୍ରାହକଙ୍କ ସୋର୍ସିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି ।

ଏହି ଅନିୟମିତତାର କାରଣ ଅନୁସନ୍ଧାନ କରିବାକୁ ବ୍ୟାଙ୍କ ବୋର୍ଡ ଅନୁସନ୍ଧାନ କରିବା ଉଚିତ ବୋଲି ଆର୍‌ବିଆଇ କହିଛି । ତେବେ ନିୟାମକଙ୍କୁ ଦିଆଯାଇଥିବା ସୂଚନାରେ ବ୍ୟାଙ୍କ କହିଛି ଯେ ଆଇଟି ସିଷ୍ଟମ ଠିକ୍ କରିବା ପାଇଁ ବ୍ୟାଙ୍କ ଅନେକ ପଦକ୍ଷେପ ନେଇଛି । ଗତ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକଳାପରେ ଉନ୍ନତି ଆସିଛି ଏବଂ ନିୟାମକଙ୍କୁ ନିୟମିତ ଭାବରେ ଏହି ବିଷୟରେ ଅବଗତ କରାଯିବ।

ତେବେ ଏଭଳି ଏକ ମାମଲା ୩ ଡିସେମ୍ବର ୨୦୧୯ରେ ହୋଇଥିଲା । ସେତେବେଳେ ଜଣେ ଗ୍ରାହକ ତାଙ୍କର ଲୋନ୍‌ର EMI  ପେମେଣ୍ଟ ଭରିବା କିମ୍ବା କ୍ରେଡିଟ କାର୍ଡ ବିଲ ଭରି ପାରିନଥିବା ଅଭିଯୋଗ କରିଥିଲେ ।