ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଆର୍‌ସିବି ମୁଖ୍ୟ କୋଚ୍‌ ହେଲେ କାଟିଚ୍‌, କ୍ରିକେଟ୍‌ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ ହେଲେ ହେସନ୍

ନୂଆଦିଲ୍ଲୀ ୨୪/୮ : ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣ ପାଇଁ ଆର୍‌ସିବି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) କୋଚ୍‌ ଓ ସହକାରୀ ଅଫିସିଆଲ୍‌ ପରିବର୍ତ୍ତନ କରିଛି । ଆର୍‌ସିବି କୋଚ୍‌ ଗେରି କିର୍ଷ୍ଟେନ ଓ ଆଶିଷ ନେହେରାଙ୍କୁ ବାଦ୍‌ ଦେଇଛି । ଉଭୟଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ପୂର୍ବତନ କୋଚ୍‌ ମାଇକ୍‌ ହେସନ କ୍ରିକେଟ୍‌ ପରିଚାଳନା ନିର୍ଦ୍ଦେଶକ ଏବଂ ଅଷ୍ଟ୍ରେଲିଆର ସାଇମନ କାଟିଚ୍‌ଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରାଯାଇଛି ।

ଆର୍‌ସିବି ଅଧ୍ୟକ୍ଷ ସଞ୍ଜୀବ ଚୌରିୱାଲା କହିଛନ୍ତି, ହେସନ ଆର୍‌ସିବିର କ୍ରିକେଟ୍‌ ପରିଚାଳନା ବ୍ୟତୀତ ନୂଆ ରଣନୀତି, ପରଫର୍ମାନ୍ସ ମ୍ୟାନେଜମେଣ୍ଟ ଦିଗରେ କାର୍ଯ୍ୟ କରିବେ । ସେହିପରି କାଟିଚ୍‌ ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିବେ । ହେସନ ଓ କାଟିଚ୍‌ଙ୍କ ଅଭିଜ୍ଞତା ଦଳକୁ ସଫଳ କରିପାରିବେ । ପୂର୍ବତନ କୋଚ୍‌ କିର୍ଷ୍ଟେନ ଓ ନେହେରାଙ୍କୁ ସେମାନଙ୍କ ଅବଦାନ ପାଇଁ ସାଧୁବାଦ ଜଣାଉଛି । ଉଭୟ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିବା ଏବଂ ଆତ୍ମବିଶ୍ୱାସ ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।’

ସୂଚନାଯୋଗ୍ୟ, ହେସନ ପୂର୍ବରୁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟରତ ଥିଲେ । ସେହିପରି କାଟିଚ୍‌ ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସର ସହାକାରୀ କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.