ଟ୍ୱିଟରରୁ ନାଁ ଓ ପ୍ରୋଫାଇଲ୍ ଫଟୋ ହଟାଇଲା ଆରସିବି, ଚକିତ ହୋଇଗଲେ କୋହଲି

ବାଙ୍ଗାଲୋର, ୧୩|୦୨:  ଇଣ୍ଡିଆନ ପ୍ରିମିୟର ଲିଗର ପ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋର ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ପ୍ରୋଫାଇଲ ଫଟୋ ହଟାଇ ଦେଇଛି। ଏହାସହ ନାଁରେ ମଧ୍ୟ ପରିବର୍ତ୍ତନ କରିଛି। ଏହାକୁ ନେଇ କେବଳ ଫ୍ୟାନ୍ ନୁହେଁ ଅଧିନାୟକ ବିରାଟ କୋହଲି ମଧ୍ୟ ଚକିତ ହୋଇପଡିଛନ୍ତି।

ବିରାଟ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ପୋଷ୍ଟ୍ ଉଭାନ ହୋଇଯାଏ କିନ୍ତୁ ଅଧିନାୟକଙ୍କୁ ଏବାବଦରେ କିଛି କୁହାଯାଇ ନାହିଁ। ଯଦି ଆରସିବିରୁ କୌଣସି ସହାୟତା ଦରକାର ତେବେ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ଅନ୍ୟପଟେ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ଚହଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆରେ ଆରସିବି, ଏହା କିପ୍ରକାର ଗୁଗଲି ଅଟେ। ଆପଣଙ୍କ ପ୍ରୋଫାଇଲ ଓ ଇନଷ୍ଟାଗ୍ରାମ ପୋଷ୍ଟ କୁଆଡେ ଗଲା ବୋଲି ସେ ପଚାରିଛନ୍ତି।

ଆରସିବି ନିଜ ଟ୍ୱିଟରେ ନାମ ପରିବର୍ତ୍ତନ କରିଛି। ଆକାଉଣ୍ଟରେ ଡିସପ୍ଲେ ଫଟୋ ସହ କଭର ଫଟୋ ମଧ୍ୟ କାଟି ଦିଆଯାଇଛି। କେବଳ ନାମକୁ ପରିବର୍ତ୍ତନ କରାଯାଇ ରୟାଲ ଚ୍ୟାଲେଞ୍ଜର୍ସ୍ କରିଦିଆଯାଇଛି।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ