ପାକ୍‌ ମନ୍ତ୍ରୀଙ୍କୁ ଡିଆରଡିଓର ଦୃଢ଼ ଜବାବ: କିଛି କରୁନଥିବା ଦେଶ ମିସନର ଜଟିଳତା କ’ଣ ବୁଝିବ

ନୂଆଦିଲ୍ଲୀ ୯/୯ : ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ଉପରେ କଟାକ୍ଷ୍ୟ କରିଥିବା ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫୱଦ ଚୌଧୁରୀଙ୍କୁ ଆଜି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (ଡିଆରଡିଓ) ଅଧ୍ୟକ୍ଷ ଜି. ସତୀଶ ରେଡ୍ଡୀ ଦୃଢ଼ ଜବାବ ଦେଇଛନ୍ତି । କହିଛନ୍ତି ମହାକାଶ ଗବେଷଣା କ୍ଷେତ୍ରରେ କିଛି କରିନଥିବା ଦେଶ ଚନ୍ଦ୍ରଯାନ ମିସନର ଜଟିଳତା କ’ଣ ବୁଝିବ ।

ଚନ୍ଦ୍ରଯାନ-୨ ଏକ ଜଟିଳ ମିସନ ଥିଲା । ତାହାର ପ୍ରଶଂସା ସେହି ଲୋକମାନେ କରିପାରିବେ ଯେଉଁମାନେ ଏ ଦିଗରେ କିଛି କରିଛନ୍ତି କିମ୍ବା ବୁଝିଛନ୍ତି । ମିସନର ତ୍ରୁଟିକୁ ନେଇ ଭାଙ୍ଗି ପଡିଥିବା ଇସ୍ରୋ ବୈଜ୍ଞାନିକଙ୍କ ମନୋବଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଢ଼ାଇଛନ୍ତି । ସେମାନଙ୍କୁ ସାହସ ଦେଇଛନ୍ତି । ତେଣୁ ଇସ୍ରୋ ବୈଜ୍ଞାନିକମାନେ ପୁଣି କାର୍ଯ୍ୟରେ ଲାଗିପଡିବେ ଏବଂ ଆଗକୁ ନିଶ୍ଚିତ ଭାବେ ସଫଳ ହେବେ ।

ଗତ ୭ ତାରିଖ ଭୋର ସମୟରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବାର ଠିକ୍‌ ୬୯ ସେକେଣ୍ଡ ପୂର୍ବରୁ ହଠାତ୍‌ ଗାୟବ ହୋଇଯାଇଥିଲା । ତା ସହିତ କୌଣସି ପ୍ରକାର ସମ୍ପର୍କ ସ୍ଥାପନ ହୋଇପାରି ନଥିଲା । ଏହା ପରେ ପାକିସ୍ତାନର ମନ୍ତ୍ରୀ ଚୌଧୁରୀ ଇସ୍ରୋ ବୈଜ୍ଞାନିକଙ୍କୁ କଟାକ୍ଷ୍ୟ କରିଥିଲେ । ଟୁଇଟ କରି ସେ ଲେଖିଥିଲେ ଖେଳଣା ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ବଦଳରେ ମୁମ୍ବାଇରେ ଲ୍ୟାଣ୍ଡିଂ କଲା ।

ସେ ଆହୁରି ମଧ୍ୟ ଲେଖିଥିଲେ ଯେ ପ୍ରିୟ ଭାରତ, ଯେଉଁ କାମ ନ ଆସିବ ସେଥିରେ ହାତ ମାରିବା କଥା ନୁହେଁ । ତାଙ୍କର ଏଭଳି ବୟାନ ପାଇଁ ପାକିସ୍ତାନର ବିଭିନ୍ନ ମହଲରୁ ମଧ୍ୟ ଚୌଧୁରୀଙ୍କୁ ସମାଲୋଚନା କରାଯାଇଛି ।

   ସମ୍ବନ୍ଧିତ ଖବର


ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍