୩୪ ବୁଥ୍‌ରେ ସାନି ମତଦାନ ୧୯ରେ

ଭୁବନେଶ୍ୱର,୧୦ା୫(ବ୍ୟୁରୋ): ୧୯ ତାରିଖରେ ଓଡ଼ିଶାରେ ୩୪ଟି ବୁଥ୍‌ରେ ସାନି ମତଦାନ ହେବ । ଏଥିପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ସୁପାରିସ କରିଛନ୍ତି । ସାନି ମତଦାନ ପାଇଁ ସୁପାରିସ ହୋଇଥିବା ବୁଥ୍‌ଗୁଡ଼ିକ ମଧ୍ୟରୁ ତୃତୀୟ ପର୍ଯ୍ୟାୟର ୧୨ଟି ଓ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ୍‌ ରହିଛି ।

ସିଇଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଯାଜପୁର ଲୋକସଭା ଆସନର ସର୍ବାଧିକ ୯ଟି ବୁଥ୍‌ରେ ସାନି ମତଦାନ କରିବାକୁ ସୁପାରିସ ହୋଇଛି । କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଲୋକସଭା ମଣ୍ଡଳୀର ୫ଟି ଲେଖାଏଁ ବୁଥ୍‌ରେ ସାନି ମତଦାନ ପାଇଁ ସୁପାରିସ ହୋଇଥିବା ବେଳେ ପୁରୀର ୩ଟି,ବାଲେଶ୍ୱରର ୨ଟି ବୁଥ୍‌ରେ ସାନି ମତଦାନ ପାଇଁ ସିଇଓ ପ୍ରସ୍ତାବ ଦେଇଛନ୍ତି । ଏହାବ୍ୟତୀତ ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ଜଗତସିଂହପୁର ଲୋକସଭା ଅଧୀନରେ ଥିବା ଗୋଟିଏ ଲେଖାଏଁ ବୁଥ୍‌ରେ ସାନି ମତଦାନ ପାଇଁ ସୁପାରିସ କରାଯାଇଛି ।

ସେହିପରି ଆସନ୍ତା ୨୩ ତାରିଖ ଭୋଟ୍‌ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଏକ ବୈଠକରେ ଏ ନେଇ ଆଲୋଚନା କରାଯାଇଛି । ଆସନ୍ତା ୧୩ ଓ ୧୪ ତାରିଖରେ ଗଣତି କେନ୍ଦ୍ର ଦାୟିତ୍ୱରେ ଥିବା ରିଟର୍ଣ୍ଣିଂ ଅଧିକାରୀମାନଙ୍କ କର୍ମଶାଳା ଅନୁଷ୍ଠିତ ହେବ । ଫୋନି ବାତ୍ୟାରେ କୌଣସି ଇଭିଏମ୍‌ ଓ ଭିଭିପାଟ୍‌ କ୍ଷତି ହୋଇନି । ସମସ୍ତ ଇଭିଏମ୍‌ ସୁରକ୍ଷିତ ରହିଛି ବୋଲି ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି ।

   ସମ୍ବନ୍ଧିତ ଖବର


ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଆଜି ଭୀଷଣ ବାତ୍ୟା ରୂପ ନେବା ‘ନିଭାର’: ଓଡ଼ିଶାରେ କୋହଲା ପାଗ ସହ ଅଳ୍ପ ବର୍ଷା ସମ୍ଭାବନା, ଥଣ୍ଡା ବଢ଼ିବ