ଏକ ଛୋଟିଆ ଗାଁରୁ ଜାତୀୟ ରାଜନୀତି ପର୍ଯ୍ୟନ୍ତ: କିଭଳି ରହିଥିଲା ପି.ଚିଦାମ୍ୱରମଙ୍କ ଯାତ୍ରା ଜାଣନ୍ତୁ

ନୂଆଦିଲ୍ଲୀ ୨୨।୮: ଆଇଏନ୍ସଏକ୍ସ ମିଡିଆ ଦୁର୍ନୀତି ମାମଲରେ ଅଭିଯୁକ୍ତ ପି. ଚିଦାମ୍ୱରମ  କଂଗ୍ରେସର ଜଣେ ଦକ୍ଷ ନେତା ହେବା ସାଙ୍ଗକୁ ଦଳର କୋର ଗ୍ରୁପର ସଦସ୍ୟ ଅଛନ୍ତି। ତାମିଲନାଡୁର ଏହି କଂଗ୍ରେସ ନେତା ଏବେ ରାଜ୍ୟସଭା ସାଂସଦ ରହିଛନ୍ତି। ୨୦୦୪ ଓ ୨୦୦୯ର ୟୁପିଏ (କଂଗ୍ରେସ) ସରକାର ବେଳେ ଚିଦାମ୍ୱରମ୍ ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ କେବେ ବି ବିଧାନସଭା ନିର୍ବାଚନ ଲଢ଼ିନାହାନ୍ତି।

ପି. ଚିଦାମ୍ୱରମଙ୍କ ଜନ୍ମ ୧୬ ଡିସେମ୍ବର ୧୯୪୫ ମସିହା ତାମିଲନାହୁର ଏକ ଛୋଟ ଗାଁ କନାଡ଼ୁକଥନଠାରେ। ତାଙ୍କ ପୁରା ନାମ ପଲାନୀଅପ୍ପନ ଚିଦାମ୍ବରମ୍। ସେ ଚେନ୍ନାଇ ସ୍ଥିତ ମାଡ୍ରାସ କ୍ରିଶ୍ଚିୟାନ ସେକେଣ୍ଡାରୀ ସ୍କୁଲ ପରେ ଚେନ୍ନାଇ ପ୍ରେସିଡେନ୍ସି କଲେଜର ବିଜ୍ଞାନରେ ସ୍ନାତକ କୋର୍ସ କରିବା ପରେ ବୋଷ୍ଟନ ସ୍ଥିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ବିଜନେସ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଚିଦାମ୍ୱରମ ରାଜନେତା ହେବା ସହିତ ପେସାରେ ଜଣେ ଓକିଲ। ସେ ସୁପ୍ରିମକୋର୍ଟର ଜଣେ ନାମୀଦାମୀ ଓକିଲ ଭାବେ ପରିଚିତ।

ସେ ୧୯୭୨ରେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲେ। ୧୯୮୪ରେ ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରୁ ନିର୍ବାଚନ ଜିତି ସକ୍ରିୟ ରାଜନୀତିରେ ସାମିଲ୍ ହୋଇଥିଲେ ଚିଦାମ୍ୱରମ୍। ମୁଖ୍ୟ କଥା ହେଲା କି ଏହି ଆସନରୁ ସେ ୬ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଏହାପରେ ୧୯୮୬ରେ କଂଗ୍ରେସ ସରକାରରେ ସେ ପେନସନ ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିଲେ। ଏହାପରେ ୨୦୦୪ରେ ମନମୋହନ ସିଂହଙ୍କ ସରକାରରେ ଅର୍ଥମନ୍ତ୍ରୀ ହୋଇଥିବା ବେଳେ ୨୦୦୮ରୁ ୨୦୧୨ ଯାଏ ଗୃହମନ୍ତ୍ରୀ ଥିଲେ। ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ହମଲା ପରେ ସେହି ସମୟରେ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ଇସ୍ତଫା ପରେ ପି ଚାଦାମ୍ବରମଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ବ ଦିଆଗଲା।

କ’ଣ ରହିଛି ଅଭିଯୋଗ

ଉପା ସରକାରରେ ଚିଦାମ୍ୱରମ୍ ଅର୍ଥମନ୍ତ୍ରୀ ଥିବା ବେଳେ ଏଫଡିଆଇକୁ ଅନୁମତି ଦେଇଥିଲେ। ୨୦୦୭ରେ ଆଇଏନକ୍ସ ମିଡିଆକୁ ଏଫଡିଆଇ ଅନୁମତି ଦେବାରେ ଚିଦାମ୍ୱରମଙ୍କ ସଂପୃକ୍ତି ଥିବା ସିବିଆଇ ଜାଣିବାକୁ ପାଇଛି। ଏଥିପାଇଁ ପୁଅ କୀର୍ତ୍ତୀ ଚିଦାମ୍ୱରମଙ୍କ ସହ ଉକ୍ତ କମ୍ପାନୀର ଡିଲ୍ ହୋଇଥିଲା ବୋଲି ଜଣାପଡ଼ିଛି। କୀର୍ତ୍ତି ଚିଦାମ୍ୱରମ ଏହି ଅଭିଯୋଗରେ ଗିରଫ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଜାମିନରେ ବାହାରି ଆସିଛନ୍ତି। ଗତବର୍ଷ ମେ’ ୧୫ରେ ସିବିଆଇ ଏ ନେଇ ପ୍ରଥମେ ମାମଲା ଦାୟର କରିଥିଲା। ସିବିଆଇ କହିଛି ଯେ ଆଇଏନଏକ୍ସ ମିଡିଆକୁ ଏଫଡିଆଇ ଅନୁମତି ଦେଇ ଚିଦାମ୍ୱରମ୍ ୩୦୫ କୋଟି ଟଙ୍କାର ଲାଭ ପାଇଛନ୍ତି। ସିବିଆଇ ଆରମ୍ଭରୁ ଅଭିଯୋଗ କରିଥିଲା କି ଏଫଆଇପିବି ମଞ୍ଜୁରୀକୁ ସୁବିଧାଜନକ ବନାଇବା ପାଇଁ କୀର୍ତ୍ତିଙ୍କୁ ୧୦ଲକ୍ଷ ଟଙ୍କା ଲାଞ୍ଚ ଦିଆଯାଇଥିଲା। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଳାର ଯାଞ୍ଚ କରୁଛି।

   ସମ୍ବନ୍ଧିତ ଖବର


୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା

ଚୀନ୍‌ର ଭୟଙ୍କର ଚାଲ୍ – ଡୋକଲାମ ପାଖରେ ମୁତୟନ କଲା ପରମାଣୁ ବମ୍ୱର , କ୍ରୁଜ୍ ମିସାଇଲ୍

ନାଳରୁ ବାହାରିଲା ବିଶାଳ ମୂଷା –ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ

ଲେଜର ଚାଳିତ ଟ୍ୟାଙ୍କ୍‌ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ