ସରକାରଙ୍କ ନିର୍ଦେଶ, ଔଷଧ ପ୍ୟାକେଟ୍ ଉପରେ ଲେଖାଯିବ ଏହାର ସାଇଡ୍ ଇଫେକ୍ଟ

ନୂଆଦିଲ୍ଲୀ,୨୧।୪: ଔଷଧ ଗୁଡିକର ସାଇଡ୍ ଇଫେକ୍ଟ ଉପରେ ରିସର୍ଚ୍ଚ ପରେ କେନ୍ଦ୍ରୀୟ ଡ୍ରଗ୍ସ କନଟ୍ରୋଲ ବିଭାଗ ଫାର୍ମା କମ୍ପାନୀକୁ ଏହି ନିର୍ଦେଶ ଦେଇଛନ୍ତି। ବୈଜ୍ଞାନିକମାନେ ଔଷଧ ଉପରେ ରିସର୍ଚ କରି ଜାଣିବାକୁ ପାଇଛନ୍ତି ଯେ, ଆଣ୍ଟିବାୟୋଟିକ୍ ଓ ଡିପ୍ରେସନ୍ ଭଳି ରୋଗର ଔଷଧର ସାଇଡ୍ ଇଫେକ୍ଟ ଖୁବ୍ କ୍ଷତିକାରକ। ଏହି ରିସର୍ଚ୍ଚର ଆଧାରରେ ଡ୍ରଗ କନଟ୍ରୋଳର ମେଡିସିନ୍ ତିଆରି କରୁଥିବା କମ୍ପାନୀକୁ ଔଷଧ ଦ୍ବାରା ହେଉଥିବା ସାଇଡ୍ ଇଫେକ୍ଟକୁ ପ୍ୟାକେଟ୍ ଉପରେ ଲେଖିବାର ନିର୍ଦେଶ ଦେଇଛନ୍ତି, ଯାହାଫଳରେ ଔଷଧର ବ୍ୟବହାର ସମୟରେ ସାବଧାନୀ ରଖିପାରିବେ।

କେନ୍ଦ୍ରୀୟ ଡଗ୍ସ କନଟ୍ରୋଲୋର ‘ୟୋର ମେଡିସିନ୍’ ନାମକ ଅଭିଯାନରେ ୭ ପ୍ରକାର ମେଡିସିନ୍ ଓ ଏହାଦ୍ବାରା ତିଆରି ହେଉଥିବା ଶହ ଶହ ବ୍ରାଣ୍ଡକୁ ନେଇ ସଚେତନତା ପ୍ରସାର କରିବାର ପ୍ରସ୍ତୁତି କରୁଛନ୍ତି। ଯେପରିକି ସେଫୋଟିକ୍ସିମ, ସେଫିଏଗଜାଇମ୍ ଭଳି ଆଣ୍ଟି ବାୟୋଟିକ୍ ଖାଇବା ଫଳରେ ସ୍କିନ୍ ଆଲର୍ଜି, ତ୍ବଚା କୁଣ୍ଡାଇହେବା ଭଳି ସମସ୍ୟାରୁ ମୁକ୍ତି ମିଳିପାରିବ। ଏହାଛଡା ମାସିକ ଋତୁସ୍ରାବ ସମୟରେ ବ୍ଲିଡିଙ୍ଗ ନିୟନ୍ତ୍ରଣ ଓ ଡିପ୍ରେସନରେ ଖାଉଥିବା ଔଷଧ ସମ୍ପର୍ସରେ ଆସିବା ଦ୍ବାରା ଇନଫେକସନ୍ ଭଳି ସମସ୍ୟା ହୋଇପାରେ।

ଏହା ସହ ଆର୍ଥାଇଟିମ୍, ଅପସମାର ବାତ ଓ ମାଇଗ୍ରେନର କିଛି ଔଷଧ ତ୍ବଚାରେ ସମସ୍ୟା ସୃଷ୍ଟି କରିପାରେ। ଯଦି ଆପଣମାନେ ଏଭଳି କୌଣସି ମେଡିସିନ୍ ଖାଉଛନ୍ତି ତେବେ ଏହାର ସାଇଡଇଫେକ୍ଟ ଏବଂ କ୍ଷତି ସମ୍ପର୍କରେ ଜାଣି ନିଅନ୍ତୁ। ଔଷଧ ଖାଇବା ଫଳରେ ଗତ ୫ ବର୍ଷରେ ସାରା ଦେଶରେ ସାଇଡଇଫେକ୍ଟ ଓ ଆଡଭାନ୍ସ ଇଭେଣ୍ଟସ୍ ମାମଲାରେ ୧୫୦ ପ୍ରତିଶତ ପର୍ଯ୍ୟନ୍ତ ବଢିପାରିବ। ୨୦୧୩ରେ କେବଳ ୨୮ ହଜାର ଅଭିଯୋଗ ୨୦୧୭ ପର୍ଯ୍ୟନ୍ତ ୭୧ ହଜାରରେ ପହଁଞ୍ଚି ଯାଇଛି।