PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ରିୟାଙ୍କ ଏହି ଫ୍ଲାଟର ଯାଞ୍ଚ କରିବ ED, ସାମ୍ନାକୁ ଆସିଲା ଏମିତି ସୂଚନା

https://zeenews.india.com/

ମୁମ୍ବାଇ ୭/୮: ଅଭିନେତା ସୁଶାନ୍ତ ସିଂଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଯେଉଁ ୩ ପ୍ରୋପର୍ଟିର ଇଡି ଯାଞ୍ଚ କରୁଛି ସେଥିରୁ ଗୋଟିଏ ପ୍ରୋପର୍ଟି ମୁମ୍ବାଇର ଖାର ଅଞ୍ଚଳରେ ଅଛି ଯାହା ୩୨୨ ସ୍କୋୟାର ଫୁଟର ୧ ବିଏଚକେ ଫ୍ଲାଟ୍, ଯାହାର ଦାମ୍ ୭୬ ଲକ୍ଷ ଟଙ୍କା । ଜିଏସଟି, ଷ୍ଟାମ୍ପ ଡ୍ୟୁଟି ଓ ଅନ୍ୟ ଚାର୍ଜେସ୍ ଲଗାଇ ରିୟାଙ୍କୁ ଏହି ଫ୍ଲାଟ୍ ପ୍ରାୟ ୮୪ ଲକ୍ଷ ଟଙ୍କା ପଡିଥିଲା ।

ଏହି ଫ୍ଲାଟକୁ ରିୟା ୨୦୧୮ର ପ୍ରାରମ୍ଭରେ ୫୧ ହଜାର ଟଙ୍କାରେ ବୁକ୍ କରାଇଥିଲେ ଏବଂ ରେଜିଷ୍ଟ୍ରେସନ ୨୦୧୮ରେ କରିଥିଲେ । ରିୟା ନିଜ ଆକାଉଣ୍ଟରୁ ୧୦ ପରସେଣ୍ଟ ପେମେଣ୍ଟ କରିଥିଲେ ଏବଂ ଆଗକୁ ସ୍ଲାବ୍ ୱାଇଜ୍ ପେମେଣ୍ଟ କରିଥିଲେ । ରିୟା ଏହି ଫ୍ଲାଟ ପାଇଁ ଏଚଡିଏଫସି ବ୍ୟାଙ୍କରୁ ୫୫ରୁ ୬୦ ଲକ୍ଷ ଟଙ୍କାର ହୋମ୍ ଲୋନ୍ ନେଇଥିଲେ ଏବଂ ବାକି ପେମେଣ୍ଟ ନିଜେ କରିଥିଲେ ।

ପ୍ରୋପର୍ଟି ରେଜିଷ୍ଟ୍ରେସନର ଦସ୍ତାବେଜରେ ରିୟାଙ୍କ ସହିତ ତାଙ୍କ ମା ସନ୍ଧ୍ୟାଙ୍କ ନାଁ ମଧ୍ୟ ନୋମିନି ରହିଛି । ରିୟା ଫ୍ଲାଟର ବୁକିଂ ସମେତ ୨ ଥର ବିଲ୍ଡର ଅଫିସ୍ ଆସିଥିଲେ । ତାଙ୍କ ପରିବାରରୁ ମା ଓ ପିତା ମଧ୍ୟ ଫ୍ଲାଟ୍ ଦେଖିବାକୁ ଆସିଥିଲେ । ଏହି ପ୍ରୋଜେକ୍ଟ ଅଗଷ୍ଟ ୨୦୨୨ରେ ସମ୍ପୂର୍ଣ୍ଣ ହୋଇଥାନ୍ତା । ଫେବୃୟାରୀ ୨୦୨୩ ରେ ରିୟାଙ୍କୁ ପଜେସନ୍ ମିଳିଥାନ୍ତା । ଇଡି ଖୁବ୍ ଶୀଘ୍ର ଏହି ପ୍ରୋପର୍ଟି ସମ୍ବନ୍ଧରେ ରିୟାଙ୍କ ବ୍ୟତୀତ ବିଲ୍ଡରକୁ ମଧ୍ୟ ପଚରା ଉଚରା କରି ତଥ୍ୟର ଭେରିଫାଏ କରିପାରେ ।

ସମ୍ବନ୍ଧିତ ଖବର