PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

୧୦ ଟଙ୍କା ରିଚାର୍ଜ କରିବାକୁ କହି ସାଇବର ଲୁଟେରା ଜଣେ ଯୁବତୀଙ୍କ ଏକାଉଣ୍ଟ୍‌ରୁ ୩ ହଜାର ୭୯୯ ଟଙ୍କା କରିଦେଲେ ଗୋଲ୍‌

lତାଳଚେର (ଆପ୍ର): ଶିଳ୍ପ ବହୁଳ ଅନୁଗୁଳ ଜିଲ୍ଲାରେ ଥମିବାର ନାଁ’ ନେଉନି ସାଇବର ଠକେଇ । ସାଇବର ଠକ ନୂଆ ନୂଆ କୌଶଳ ଆପଣେଇ ନିତି ହଜାର ହଜାର ଟଙ୍କା ଲୁଟିନେବାରେ ସଫଳ ହେଉଛନ୍ତି । ଲୁଟେରାଙ୍କୁ ଧରିବାରେ ପୁଲିସର ବିଫଳତା, ବାରମ୍ବାର ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶିତ ହେବା ସତ୍ତେ୍ୱ ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ଏ ଦିଗରେ ସଚେତନ ହେଉନଥିବାରୁ ସାଇବର ଲୁଟେରା ଜିଲ୍ଲାରେ ସେମାନଙ୍କର ଜାଲ ବିଛାଇ ଚାଲିଛନ୍ତି । ଗତକାଲି ଏ ସମ୍ପର୍କିତ ଏକ ଅଭିଯୋଗ ତାଳଚେର ଥାନାରେ ହୋଇଥିବା ବେଳେ ୧୦ ଟଙ୍କା ରିଚାର୍ଜ କରିବାକୁ କହି ସାଇବର ଲୁଟେରା ଜଣେ ଯୁବତୀଙ୍କ ଏକାଉଣ୍ଟ୍‌ରୁ ଲକ୍ଷାଧିକ ଟଙ୍କା ନେଇଯାଇଛନ୍ତି । ପୁଲିସ ଏ ସଂକ୍ରାନ୍ତରେ ଏକ କେସ୍‌ ରୁଜ୍ଜୁ କରି ଅନୁସନ୍ଧାନ ଚଳାଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଡୁମୁଡୁମା ଗ୍ରାମର ଏହି ଯୁବତୀ (୨୦)ଙ୍କ ପାଖକୁ ଗତ ଜୁନ୍‌ ୧୫ ତାରିଖରେ ଅଜଣା ନମ୍ବରରୁ ଏକ ଫୋନ୍‌ କଲ୍‌ ଆସିଥିଲା । ସିମ୍‌ ଭେରିଫିକେସନ୍‌ ନକଲେ ବ୍ଲକ୍‌ ହୋଇଯିବ ବୋଲି ଠକ କହିବା ସହ ଦୁଇ ତିନିଟି ଆପ୍ଲିକେସନ୍‌ ମଧ୍ୟରୁ ଗୋଟିଏ ଡାଉନ୍‌ଲୋଡ଼ କରିବାକୁ ପରାମର୍ଶ ଦେଇଥିଲା । ଯୁବତୀ ଜଣକ ଆପ୍ଲିକେସନ୍‌ ଡାଉନ୍‌ଲୋଡ଼ କରିବା ପରେ ଠକ ୧୦ ଟଙ୍କା ରିଚାର୍ଜ୍‌ କରିବାକୁ ପରାମର୍ଶ ଦେଇଥିଲା ।

ଯୁବତୀ ଜଣକ ୧୦ ଟଙ୍କାର ରିଚାର୍ଜ କରିବା କ୍ଷଣି ଦୁଇଟି ପର୍ଯ୍ୟାୟରେ (୯୯ ହଜାର ୯୯୯, ୩ ହଜାର ୮୦୦) ତାଙ୍କ ଏକାଉଣ୍ଟ୍‌ରୁ ମୋଟ୍‌ ଏକ ଲକ୍ଷ ୩ ହଜାର ୭୯୯ ଟଙ୍କା କଟିଯାଇଥିଲା । ଟଙ୍କା ଫେରି ପାଇବାକୁ ପୁଲିସ ବହୁ ଉଦ୍ୟମ କରିଥିଲେ ହେଁ ସମ୍ଭବ ହୋଇନଥିଲା । ଗତକାଲି ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚଳାଇଛି ।