ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଭୟଙ୍କ ରୂପ ନେଇ ମାଡ଼ିଆସୁଛି ବାତ୍ୟା ତଉକ୍‌ତେ; ୯ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ, ପ୍ରବଳ ବର୍ଷା ସହ ଭାଙ୍ଗିଲା ଘର ଉପୁଡ଼ିଲା ଗଛ

ନୂଆଦିଲ୍ଲୀ  : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ରୂପ ନେବ। ମେ ୧୭ ତାରିଖର ବେଳକୁ ଏହା ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇ ମେ ୧୮ ତାରିଖ ବେଳକୁ ଗୁଜରାଟ ଉପକୂଳ ଅତିକ୍ରମ କରିବ।  ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ସାମୁଦ୍ରିକ ଝଡ଼ଟି ଏବେ ଘଣ୍ଟାପ୍ରତି ୧୧ କିମି ବେଗରେ ମାଡ଼ିଆସୁଥିବା ବେଲେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୦ରୁ ୧୭୫ ଭିତରେ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଶନିବାର ସକାଳେ ଏହା ଅଧିକ ଘନୀଭୂତ ହେବା ସହିତ ଝଡ଼ରେ ପରିଣତ ହୋଇସାରିଛି। ଆଜି ରାତି ସୁଦ୍ଧା ଏହି ଝଡ଼ ଅତୀ ଭୟଙ୍କର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ କହିଛି।  

ବିଭାଗର ସୂଚନା ଅନୁସାରେ ଏହି ସାମୁଦ୍ରିକ ଝଡ଼ର ପ୍ରଭାବ ଦକ୍ଷିଣପୂର୍ବାଞ୍ଚଳ, ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତପୂର୍ବ ଅରବସାଗର ନିକଟସ୍ଥ ଲାକ୍ଷା ଦ୍ୱୀପ ମାଲ୍‌ଡିଭ୍ସ ଅଞ୍ଚଳରେ ଦେଖିବାକୁ ମିଳିବ। ତେବେ ଝଡ଼ ପ୍ରଭାବରେ ମହରାଷ୍ଟ୍ର, ଗୁଜରାଟ, କେରଳ ଓ କର୍ଣ୍ଣାଟାକାରର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି।

ପ୍ରବଳ ବର୍ଷା ଯୋଗୁ କେରଳ ଇଡୁକ୍କି ଜିଲ୍ଲାର କାଲାର୍କୁଟ୍ଟୀ, ମାଲାଙ୍କାରା ଏବଂ ଭୂଥାଥାଙ୍କେଟ୍ଟୁ ଡ୍ୟାମ୍‌ ସଟର ଖୋଲାଯାଇଛି। ଫଳରେ ମାନିୟର ଓ ପଥନମଥିଟ୍ଟାରେ ସମ୍ଭାବ୍ୟ ବାତ୍ୟ ପରିସ୍ଥିତି ଦେଖାଯାଇଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହିତ ଗାଡ଼ି ଓ ଘର ଭାଙ୍ଗିଥିବା ଦେଖାଯାଇଛି। ଝଡ଼ ଯୋଗୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଇଡୁକି ଜିଲ୍ଲାର ମୁନାର ଓ ଭଟ୍ଟାଭାଡା ରାସ୍ତାରେ ଗଛ ପଡ଼ିଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଛି। ଘଟଣା ସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସେହିପରି ତ୍ରିବେନ୍ଦ୍ରମର ଅନେକ ସ୍ତାନରେ ରାସ୍ତା ଭୁଶୁଡ଼ି ପଡ଼ିଛି। ବିଶେଷ କରି କେରଳର ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ ବ୍ୟାପକ କ୍ଷତି ହୋଇଛି। କାସାରଗୁଡାର ଦୁଇ ମହଲା କୋଠା ସମୁଦ୍ର ଭୁଶୁଡ଼ି ପଡ଼ିଛି।  

ସାମୁଦ୍ରିକ ଝଡ଼ ତଉତକେ ରାଜ୍ୟରେ ତାଣ୍ଡବ ରାଚୁଥିବା ବେଳେ ରାଜ୍ୟରେ ୯ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- ଏର୍ଣ୍ଣାକୁଲମ, ଇଡୁକ୍କି, ତ୍ରିସୁର, ପାଲାକ୍କଡ, ମାଲାପୁରମ, କୋଝିକୋଡ଼ି, ୱାୟନଡ଼, କୁନୁପୁର ଏବଂ କାସାରଗୁଡ଼ା। ସେହିପରି ଥିରୁଭନନ୍ତପୁରମ, କୋଲାମ, ପଥନାମଥିଟ୍ଟା, କୋ ଟାୟାମ ଏବଂ ଅଲପୋଝା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣ ଜାରି କରାଯାଇଚି

ସେହିପରି ମହାରାଷ୍ଟ୍ରରେ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଛି। ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ତତ୍ପର ହୋଇଛି। ମୁମ୍ବାଇର ବଡ଼ ବଡ଼ କୋଭିଡ୍ ସେଣ୍ଟରକୁ ସତର୍କ ରିହବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ମୁମ୍ବାଇ ମେୟର କିସୋର ପେଦନେକର କହିଛନ୍ତି।

ସେହିପରି ଏନ୍‌ଡିଆର୍‌ଏଫ୍‌ କମାଣ୍ଡାଣ୍ଟ ଅନୁପମ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ଯେ ମୁମ୍ବାଇରେ ସ୍ଥିତିକୁ ସାମ୍ନା କରିବାକୁ ୩ଟି ଟିମ୍‌ ମୃତୟନ କରାଯାଇଥିବା ବେଳେ ଗୋଟିଏ ଟିମ୍‌କୁ ଗୋଆ ପଠାଯାଇଛି। ସେହିପରି କିଛି ପୁଣେର ମଧ୍ୟ ମୁତୟନ କରାଯାଇଛି।

ତେବେ ବର୍ତ୍ତମାନ ପଶ୍ଚିମ ଉପକୂଳଠାରୁ ବାତ୍ୟା ୨୫୦ରୁ ୩୦୦ କମି ଦୂରରେ ରହିଛି। ଆଜି ରାତି ଓ ଆସନ୍ତାକାଲି ବାତ୍ୟାର ସ୍ଥିତି ଜଣାପଡ଼ିବ ବୋଲି ଏନ୍‌ଡିଆର୍‌ଏଫ୍ କହିଛି। ମେ ୧୫ରୁ ୧୬ରେ ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଳ କରିବାକୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଅଧିକ ଧ୍ୟାନ ଦିଆଯାଉଛି। ଓଡ଼ିଶାରୁ ଆସୁଥିବା ୫ ଏନ୍‌ଡିଆର୍‌ ଟିମ୍‌ଙ୍କୁ ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ନିୟୋଜିତ କରାଯିବ ବୋଲି କିଶୋର ପେଦନାକର କହିଛନ୍ତି।   

ବାତ୍ୟାକୁ ଆଖିଆଗରେ ରଖି  ଚେନ୍ନାଇ, ଥିରୁଭନନ୍ତପୁରମ, କୋଚି, ବେଙ୍ଗାଲୁରୁ, ମୁମ୍ବାଇ, ପୁଣେ, ଗୋଆ ଓ ଅହମଦାବାଦରେ ମେ ୧୭ ତାରିଖ ଯାଏ ବିମାନ ସେବା ବନ୍ଦ କରିଚି ବିସ୍ତାରା ଏୟାରଲାଇନ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.