ରେଡକ୍ରସ୍ ଉପରେ ବଡ଼ ଧରଣର ସାଇବର ଆଟାକ୍, ୫ ଲକ୍ଷରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି

ନୂଆଦିଲ୍ଲୀ,୨୦।୧: ଯୁଦ୍ଧ ପୀଡିତଙ୍କୁ ସାହାଯ୍ୟ କରୁଥିବା ରେଡ୍ କ୍ରସ୍ ଉପରେ ସାଇବର ଆଟାକ୍। ରେଡ୍କ୍ରସ୍ ପକ୍ଷରୁ କୁହାଯାଇଛି ଯେ, ତା୩ର ଡାଟା ସେଣ୍ଟରରୁ ହ୍ୟାକରମାନେ ଡାଟା ଚୋରି କରି ନେଇଯାଇଛନ୍ତି। ଏହି ଡାଟାଚୋରିରେ ପ୍ରାୟ ୫,୧୫,୦୦୦ ଲୋକଙ୍କର ବ୍ୟକ୍ତିଗତ ଓ ଗୁରୁତ୍ବପୂର୍ଣ୍ଣ ସୂଚନା ଲିକ୍ ହୋଇଛି।
ଜେନେଭା ସ୍ଥିତ ଏଜେନ୍ସି ବୁଧବାର କହିଛି ଯେ, ହ୍ୟାକର୍ସମାନଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି। ଏହି ଡାଟା ଚୋରିରେ ପ୍ରାୟ ୫,୧୫,୦୦୦ ଏଭଳି ଲୋକଙ୍କ ଡାଟା ଚୋରି ହୋଇଛି, ଯାହାକି କୌଣସି ବିପଦ କିମ୍ବା କୌଣସି ଯୁଦ୍ଧର କାରଣରୁ ନିଜ ପରିବାରଠାରୁ ଅଲଗା ହୋଇଛନ୍ତି। ଏହି ଡାଟା ଲିକ୍ରେ ଏଭଳି ଲୋକଙ୍କର ସୂଚନା ମିଳିଛି, ଯେଉଁମାନେ କି ନିଖୋଜ ହୋଇଥିଲେ କିମ୍ବା କୌଣସି କାରଣ ପାଇଁ କଷ୍ଟଡିରେ ଯାଇଥିଲେ। ଯେଉଁ ଡାଟାକୁ ହ୍ୟାକର୍ସମାନେ ନିଜ କବଜାରେ ନେଇଛନ୍ତି, ତାଙ୍କ ଭିତରେ ପ୍ରାୟ ୬୦ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଚାପ୍ଟର ସେଣ୍ଟରର ସୂଚନା ରହିଛି।
ରେଡ୍କ୍ରସ୍ର ଅନ୍ତର୍ଜାତୀୟ କମିଟିର ମହାନିର୍ଦେଶକ ରବର୍ଟ ମାର୍ଦନୀ କହିଛନ୍ତି, ଯେଉଁ ଲୋକ ପୂର୍ବରୁ ନିଖୋଜ ଅଛନ୍ତି, ସେମାନଙ୍କର ଡାଟା ଚୋରି ହେବା ଘଟଣା ତାଙ୍କର ପରିବାରର ପୀଡା ଆହୁରି ବଢାଇ ହେବ। ଆମେ ସମସ୍ତେ ଆଶ୍ଚର୍ଯ୍ୟ ଯେ, ଏଭଳି ସୂଚନା ମଧ୍ୟ ଚୋରି ହୋଇପାରେ। ICRC କହିଛି ହ୍ୟାକରମାନେ ସ୍ବିଜରଲାଣ୍ଡର ଏକ ଥାର୍ଡ ପାର୍ଟି ସଂସ୍ଥାକୁ ଟାର୍ଗେଟ କରିଥିଲେ, ଯାହାକି ମାନବୀୟ ସଂଗଠନ ପାଇଁ ଡାଟା ଏକାଠି କରିଥାଏ। ତେବେ ଏପର୍ଯ୍ୟନ୍ତ ଏକଥାର ସୂଚା ନାହିଁ ଯେ, ଡାଟାକୁ ହ୍ୟାକରମାନେ ସାର୍ବଜନୀନ କରିଛନ୍ତି କି ନାହିଁ।