PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସଂକ୍ରମଣ ବିପଦକୁ କମ୍ କରିଥାଏ ରେଡ୍ ୱାଇନ୍, ଅନୁସନ୍ଧାନରୁ ଖୁଲାସା

health

ନୂଆଦିଲ୍ଲୀ ୨୬/୦୧:  ଗତ ଦୁଇ ବର୍ଷ ଧରି ସମଗ୍ର ବିଶ୍ୱ କରୋନା ମହାମାରୀ ସହ ସଂଘର୍ଷ କରୁଛି।  ଲୋକମାନେ କରୋନା ସଂକ୍ରମଣକୁ ଏଡାଇବା ପାଇଁ ଖାଦ୍ୟପେୟରୁ ନେଇ ଜୀବନଶୈଳୀ ଇତ୍ୟାଦିରେ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ କରୋନା ସମୟରେ ମଦ୍ୟପାନକୁ ନେଇ ଏକ ଅନୁସନ୍ଧାନ କରାଯାଇଛି। ଏହି ଅନୁଯାୟୀ, ଯେଉଁମାନେ ରେଡ୍ ୱାଇନ୍ ପିଉଛନ୍ତି ସେମାନଙ୍କଠାରେ ସଂକ୍ରମଣର ଆଶଙ୍କା କମ୍ ରହୁଛି।

ଅନୁସନ୍ଧାନରୁ ଜଣାପଡିଛି, ସପ୍ତାହରେ ୫ କିମ୍ବା ଏହାଠାରୁ ଅଧିକ ଗ୍ଲାସ୍ ରେଡ୍ ୱାଇନ୍ ପିଇବା ଦ୍ୱାରା କରୋନା ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ଆଶଙ୍କା ୧୭% କମିଯାଏ। ବ୍ରିଟିଶ ୱେବସାଇଟ୍ ଅନୁଯାୟୀ ବୈଜ୍ଞାନିକମାନେ ବ୍ରିଟେନର ଲୋକଙ୍କ ମଦ୍ୟପାନ ଅଭ୍ୟାସ ଏବଂ ସେଥିରେ କରୋନା ଇତିହାସ ଉପରେ ଅନୁସନ୍ଧାନ କରିଥିଲେ। ଏଥିରୁ ଜଣାପଡିଲା, ରେଡ୍ ୱାଇନରେ ପଲିଫେନୋଲ୍ ନାମକ ଏକ ପଦାର୍ଥ ଫ୍ଲୁ ଇତ୍ୟାଦି ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରେ। ଏହାଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ମଧ୍ୟ କମିଯାଏ। ଅନୁସନ୍ଧାନ ଅନୁଯାୟୀ, ହ୍ୱାଇଟ୍ ୱାଇନ୍ ଏବଂ ଚାମ୍ପେନ୍ ମଧ୍ୟ କରୋନା ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇପାରେ। ଯେଉଁମାନେ ସପ୍ତାହରେ ୧ ରୁ ୪ ଗ୍ଲାସ୍ ହ୍ୱାଇଟ୍ ୱାଇନ୍ କିମ୍ବା ଚାମ୍ପେନ୍ ପିଇଥିଲେ, ସେମାନଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣର ଆଶଙ୍କା ୮ ପ୍ରତିଶତ କମ୍ ଦେଖାଯାଇଥିଲା।

ଅନୁସନ୍ଧାନ ଅନୁଯାୟୀ, ଯେଉଁମାନେ ବିୟର ଏବଂ ମଦ ପିଉଛନ୍ତି ସେମାନଙ୍କ ମଧ୍ୟରେ କରୋନା ହେବାର ଆଶଙ୍କା ବଢିଯାଏ । ଉଭୟକୁ ସପ୍ତାହରେ ୫ ଗ୍ଲାସ୍ ରୁ କମ୍ ପିଅନ୍ତୁ। ଅନୁସନ୍ଧାନ ଅନୁଯାୟୀ, ବିୟର ଏବଂ ମଦ୍ୟପାନ କରିବା ଦ୍ୱାରା କୋଭିଡ ସଂକ୍ରମଣ ହେବାର ଆଶଙ୍କା ୨୮ ପ୍ରତିଶତ ବଢିଯାଏ।