ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟ ସେପ୍ଟେମ୍ବର ୧୭କୁ ବୃଦ୍ଧି

ଭୁବନେଶ୍ୱର ୧୦/୯: ଖରିଫ୍‌ ବିପଣନ ଋତୁ ୨୦୧୯-୨୦ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟସୀମା ସେପ୍ଟେମ୍ବର ୧୭ ତାରିଖକୁ ବୃଦ୍ଧି କରାଯାଇଛି । ରାଜ୍ୟରେ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣର ଶେଷ ତାରିଖ ସେପେଫମ୍ବର ୧୦ ତାରିଖ ରଖାଯାଇଥିବାବେଳେ ପ୍ରକୃତ ଚାଷୀ ଯେଉଁମାନେ ନାମ ପଞ୍ଜୀକରଣ କରିପାରି ନାହାନ୍ତି, ସେମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ଏହି ସମୟସୀମା ବୃଦ୍ଧି କରାଯାଇଛି । ଏହି ସମୟସୀମା ବୃଦ୍ଧି ଫଳରେ ଚାଷୀମାନେ ସେମାନଙ୍କର ନାମ ପଞ୍ଜୀକରଣ କରିବା ପାଇଁ ସୁଯୋଗ ପାଇବେ । ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି, ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ପାଣି ପଞ୍ଚାୟତ ଦ୍ୱାରା ଖରିଫ୍‌ ବିପଣନ ଋତୁ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ କରାଯାଉଛି ।

   ସମ୍ବନ୍ଧିତ ଖବର


କୂଅରେ ପଡି ମାଆ ଏବଂ ଶିଶୁ ପୁତ୍ର ମୃତ – କାରଣ ଅସ୍ପଷ୍ଟ

ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡୋଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

ହାତୀ ମାଛ ପାଇଁ ପକାଥିଲେ ଜାଲ, ଧରା ପଡିଲା ଅଜଗର

ଶ୍ରୀଜଗନ୍ନାଥ ମନ୍ଦିରକୁ ଇଣ୍ଡିଆନ-ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ଆକ୍ରମଣ ଭୟ !

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ନାଗାର୍ଜୁନ ବେଶ ଆଭୂଷଣ ଅନୁକୂଳ