ଭୂତ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ ଏହି ମହିଳା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ ୨୯/୧୦: ଆଜିର ଏହି ବିଜ୍ଞାନ ଯୁଗରେ ଭୂତ-ପ୍ରେତ ଉପରେ ବିଶ୍ୱାସ କରିବା ହୁଏତ କିଛି ଲୋକଙ୍କ ପାଇଁ ସହଜ ହୋଇନପାରେ । କିନ୍ତୁ ବେଳେବେଳେ ଏମିତି ଅନେକ ମାମଲା ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଚକିତ କରିଥାଏ । ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା, ଭୂତକୁ ନେଇ ଏକ ଚକିତ କରିବା ଭଳି ଖୁଲାସା କରିଛନ୍ତି । ବ୍ରିଟେନର ଜଣେ ମହିଳା କହିଛନ୍ତି ଯେ ସେ ଭୂତ ସହିତ ରିଲେସନସିପରେ ଥିଲେ ।

ଏମଥିଷ୍ଟ ରିଲ୍ମ ନାମକ ଜଣେ ମହିଳା କହିଛନ୍ତି କି ସେ ଏକ ଭୂତ ସହିତ ବନ୍ଧୁତା କରିଥିଲେ । ସେ ତା ସହିତ ଛୁଟି ବିତାଉଥିଲେ । ତାଙ୍କ କହିବା ଅର୍ଥ ସେ ଭୂତ ସହିତ ସିରିଏସ ରିଲେସନସିପରେ ଥିଲେ । ତେବେ ବର୍ତ୍ତମାନ ସେହି ରିଲେସନସିପ୍ ସମାପ୍ତ ହୋଇସାରିଛି ।

ରିଲ୍ମଙ୍କ କହିବାନୁସାରେ ସେ ଉଭୟ ପରସ୍ପର ସହିତ ପ୍ରେମରେ ଗଭୀର ଭାବେ ଡୁବି ଯାଇଥିଲେ । ସେ ୨୦୧୮ରେ ଅଷ୍ଚ୍ରେଲିଆ ଛୁଟି ବିତାଇଥିଲେ । କିନ୍ତୁ ଫେରିବା ପରେ ଭୂତର ବ୍ୟବହାର ବଦଳିଗଲା । ବୋଧହୁଏ ସେ ଆଉ କାହା ପ୍ରେମରେ ପଡିଯାଇଥିବ ବୋଲି ସେ କହିଥିଲେ । ଏହା ପରେ ଉଭୟଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା । ରିଲ୍ମ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଗତ କିଛି ବର୍ଷରେ ସେ ଆଉ ଭୂତ ସହିତ ସମ୍ପର୍କରେ ନାହାଁନ୍ତି ।

   ସମ୍ବନ୍ଧିତ ଖବର


ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ଧୀବର: ଜାଲରେ ଲାଗିଲା ଏମିତି ଜିନିଷ, ରାତାରାତି ହୋଇଗଲେ ୨୫ କୋଟିର ମାଲିକ…

ମୁକେଶ ଅମ୍ବାନୀଙ୍କ ଗ୍ୟାରେଜରେ ଠିଆ ହୋଇଛି ସବୁଠାରୁ ମହଙ୍ଗା ଗାଡି, ଦେଖନ୍ତୁ କାର୍ କଲେକ୍ସନ

ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

ବଜାର ଠାରୁ ଶସ୍ତା ଦାମ୍‌ରେ ସୁନା କିଣିବାର ସୁଯୋଗ ଆପଣଙ୍କ ପାଖରେ – କେମିତି ଜାଣନ୍ତୁ

ମହାନତା ଦେଖାଇଲେ କ୍ରିକେଟ୍‌ର ‘ଭଗବାନ’: ୬ଟି ରାଜ୍ୟର ୧୦୦ ଶିଶୁଙ୍କ ଚିକିତ୍ସା କରାଇଲେ ସଚିନ

‘ବିମାନରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ ନିଖୋଜ ପାଇଲଟ ’– ମିଗ୍‌-୨୯କେ’ର ବିଶେଷଜ୍ଞଙ୍କ ଠାରୁ ସ୍ପଷ୍ଟ