ଜେଲ ଯିବାରୁ ବର୍ତ୍ତିଲେ ଅନିଲ ଅମ୍ବାନୀ, ଏରିକ୍ସନକୁ ଦେଲେ ୪୬୨ କୋଟି

ନୂଆଦିଲ୍ଲୀ: ରିଲାୟନ୍ସ କମ୍ୟୁନିକେଶନର ଚେୟାରମ୍ୟାନ ଅନିଲ ଅମ୍ବାନୀ ସୁପ୍ରିମକୋର୍ଟଙ୍କ ଡେଡ୍ ଲାଇନ୍ ପୂର୍ବରୁ ହିଁ ସ୍ବିଡିଶ କମ୍ପାନୀ ଏରିକ୍ସନକୁ ବକେୟା ଅର୍ଥ ୫୫୦ କୋଟିରୁ ୪୬୨ କୋଟି ଟଙ୍କା ଫେରାଇ ଦେଇଛନ୍ତି। ଯାହାଫଳରେ ଋଣ ନେଇ ଫେରାଉ ନଥିବା ଅଭିଯୋଗରେ ଫସିଥିବା ଅନୀଲ ଅମ୍ବାନୀ ୩ ମାସର ଜେଲଦଣ୍ଡରୁ ବର୍ତ୍ତି ଯାଇଛନ୍ତି। ସେ ଏରିକ୍ସନ ଠାରୁ ଆଣିଥିବା ଋଣ ବାବଦ ଟଙ୍କା ଆଜି ପୈଠ କରିଛନ୍ତି।
ସୁପ୍ରିମକୋର୍ଟ ଗତ ମାସରେ ଅନୀଲ ଅମ୍ବାନୀଙ୍କ ମାଲିକାନାରେ ଚାଲିଥିବା ରିଲାଏନ୍ସ କମ୍ପ୍ୟୁନିକେସନକୁ ୧୯ ତାରିଖ ମଧ୍ୟରେ ଏହି ଅର୍ଥ ପୈଠ କରିବାକୁ କହିଥିଲେ। ଆଜି, ଅର୍ଥାତ ୧୮ ତାରିଖରେ ରିଲାଏନ୍ସ ୪୬୨ କୋଟି ଟଙ୍କା ଦେଇ ଅନୀଲ ଅମ୍ବାନୀଙ୍କୁ ଜେଲ୍ଦଣ୍ଡରୁ ରକ୍ଷା ପାଇଛନ୍ତି।