ରିଲାଏନ୍ସ ଜିଓ ଆଣିଲା ଦମଦାର୍ ଅଫର୍: ୟୁଜର୍ସଙ୍କୁ ପ୍ରତିଦିନ ମାଗଣାରେ ମିଳିବ ୨ ଜିବି ଡାଟା

ନୂଆଦିଲ୍ଲୀ ୨/୬: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ ଏହାର ଉପଭୋକ୍ତାମାନଙ୍କ ପାଇଁ ଏକ ବିଶେଷ ଅଫର ଆଣିଛି । ଏହି ଅଫର ଅନୁଯାୟୀ, ଉପଭୋକ୍ତାମାନେ 2GB ଦୈନିକ ଡାଟାକ ଲାଭ ଉଠାଇ ପାରିବେ ତାହା ପୁଣି ସମ୍ପୂର୍ଣ୍ଣ ମାଗଣା । ଲକଡାଉନ୍ ସମୟରେ, କମ୍ପାନୀ ଏପର୍ଯ୍ୟନ୍ତ ଅନେକ ଦମଦାର୍ ଅଫର ଆଣିଛି ଯେଉଁଥିରେ ଗ୍ରାହକଙ୍କୁ ଡାଟା କିମ୍ବା କଲିଂ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। କମ୍ପାନୀ ଏପ୍ରିଲରେ ମଧ୍ୟ ସମାନ ଅଫର ଦେଇଥିଲା ଯେଉଁଥିରେ କିଛି ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ମାଗଣା ଦିଆଯାଉଥିଲା। ଏବେ କମ୍ପାନୀ କିଛି ୟୁଜର୍ସଙ୍କ ପାଇଁ ଏକ ମାଗଣା ଡାଟା ଅଫର ଆଣିଛି । ତେବେ ରିଲାଏନ୍ସ ଜିଓ ଏନେଇ କୌଣସି ଅଫିସିଆଲି ଘୋଷଣା କରିନି ।

OnlyTechର ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ଉପଭୋକ୍ତାଙ୍କ ପାଇଁ ଦୈନିକ 2GB ମାଗଣା ଡାଟା ଅଫର୍ ନେଇଆସିଛି ଏବଂ ଏହାର ଲାଭ ୫ ଦିନ ପାଇଁ ଉଠାଯାଇପାରିବ । ଆପଣ ଏହି ଅଫରର ଲାଭ ଉଠାଇ ପାରିବେ କି ନାହିଁ ଜାଣିବା ପାଇଁ ଆପଣଙ୍କୁ ମାଇ ଜିଓ ଆପ୍କୁ ଯାଇ ଯାଞ୍ଚ କରିବାକୁ ପଡିବ । କମ୍ପାନୀ ଏହି ନୂତନ ଅଫରକୁ ‘ଜିଓ ଡାଟା ପ୍ୟାକ୍’ ଭାବରେ ନାମିତ କରିଛି ଏବଂ ମନୋନୀତ ଜିଓ ବ୍ୟବହାରକାରୀମାନେ ଏହାର ଫାଇଦା ଉଠାଇବାକୁ ସମର୍ଥ ହେବେ। ୫ ଦିନର ବୈଧତା ସହିତ ଏହି ଯୋଜନାରେ, ଉପଭୋକ୍ତାମାନେ ସମୁଦାୟ ୧୦ ଜିବି ମାଗଣା ଡାଟା ପାଇପାରିବେ ।

କିନ୍ତୁ କେଉଁ ଗ୍ରାହକମାନେ ଏହି ଅଫରର ଲାଭ ପାଇବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁଯାୟୀ, ଏହି ଅଫର ଯାଦୃଛିକ ଭାବେ ଗ୍ରାହକଙ୍କୁ  ବ୍ୟବହାର ପାଇଁ ଦିଆଯିବ । କହିରଖୁଛୁ ଏହି ଡାଟା ଆପଣଙ୍କ ବର୍ତ୍ତମାନ ଡାଟା ସହିତ ଯୋଡିହୋଇଯିବ । ଗ୍ରାହକମାନେ ମାଇଁ ଜିଓ ଆପରେ ଥିବା ମାଇଁ ପ୍ଲାନ୍ସ ସେକ୍ସନକୁ  ଯାଇ ଡାଟା ପ୍ୟାକ୍ ଯାଞ୍ଚ କରିପାରିବେ । ଏଠାରେ ଆପଣଙ୍କୁ ଡାଟା ପ୍ୟାକ୍ ଟାଇଟଲ୍ ଭିତରେ ଡିଟେଲ୍ସ ନଜର ଆସିବ । ଯଦି ଆପଣ ମନୋନୀତ ୟୁଜର୍ସଙ୍କ ମଧ୍ୟରେ ସାମିଲ ଅଛନ୍ତି ତେବେ ଆପଣଙ୍କୁ ବର୍ତ୍ତମାନ ପ୍ଲାନରେ ମିଳୁଥିବା ବେନିଫିଟ୍ସ ସହିତ ଏକ୍ସଟ୍ରା ଡାଟା ମଧ୍ୟ ଆଡ୍ ହୋଇ ନଜର ଆସିବ ।

   ସମ୍ବନ୍ଧିତ ଖବର


୮ ହଜାର ଟଙ୍କାରୁ ବି କମ୍ ଦାମରେ ଲଞ୍ଚ୍ ହେଲା Realme C11, ଫୋନରେ ଅଛି 5000mAh ବ୍ୟାଟେରୀ

ଦେଶର ସବୁଠୁ ଶସ୍ତା ୩ BS6 ବାଇକ୍, ଦାମ୍ ମାତ୍ର ୪୨୭୯୦ରୁ ଆରମ୍ଭ

ଆମେରିକା ଠାରୁ ୨୦୦ଟି RQ-11 ଡ୍ରୋନ୍ ଏବଂ ଇସ୍ରାଏଲ ଠାରୁ ସ୍ପାଇକ୍‌ ଫାୟାରଫ୍ଲାଏ ଅସ୍ତ୍ର‌ କିଣିବ ଭାରତ

ଆଣ୍ଟିବାୟୋଟିକ ବିରୋଧି ଜୀବାଣୁ ନଷ୍ଟ କରିବ ଗ୍ରୀନ ଟି

ସରକାର ଜାରି କଲେ ନିର୍ଦ୍ଦେଶ, ଗାଡିର ରେଜିଷ୍ଟ୍ରେସନ୍ କିମ୍ବା ଫିଟନେସ୍ ପାଇଁ ଏବେ ଦେବାକୁ ହେବ Fastag ସୂଚନା

Google ଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ – ଚମକିବ ଭାରତର ଡିଜିଟାଲ ଅର୍ଥ ବ୍ୟବସ୍ଥା…