ଚନ୍ଦନ ତିଳକରେ ରହିଛି ଅନେକ ଲାଭ, ଜାଣନ୍ତୁ ଏହାର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ବ

ହିନ୍ଦୁ ଧର୍ମରେ ଅନେକ ଗୁଡିଏ ପରମ୍ପରା ରହିଛି। ସବୁ ପରମ୍ପରାର ନିଜର ମହତ୍ତ୍ବ ରହିଛି। ଏହା ଭିତରେ ଗୋଟିଏ ହେଲା ମଥାରେ ତିଳକ ଲଗାଇବା। ଭାରତରେ ପୂଜା ପରେ ମଥରେ ତିଳକ ଲଗାଯାଇଥାଏ ଓ ଏହି ପରମ୍ପରା ଦୀର୍ଘ ବର୍ଷ ଧରି ରହିଛି। ପୂଜା କିମ୍ବା କୌଣସି ଧାର୍ମିକ କାର୍ଯ୍ୟ ପରେ ଯଦି ତିଳକ ଲଗାନଯାଏ ତେବେ ତାହା ଅଧା ବୋଲି କୁହାଯାଏ। ଏହି ତିଳକ ଚନ୍ଦନ, କୁଙ୍କୁମ, ହଳଦୀ କିମ୍ବା ଭସ୍ମରେ ତିଆରି ହୋଇଥାଏ। ତିଳକ ଲଗାିବା ପଛରେ ଆଧ୍ୟାତ୍ମିକ ଭାବନା ସହିତ କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଚନ୍ଦନର ତିଳକ ଅନ୍ୟଙ୍କୁ ଦେଖାଇବା ପାଇଁ ନୁହେଁ ବଂର ଚନ୍ଦନର ତିଳକ ନିଜର ମହତ୍ତ୍ବ କାରଣରୁ ଲଗାଯାଇଥାଏ।

ଧାର୍ମିକ ମହତ୍ତ୍ବ: ଧାର୍ମିକ ଭାବରେ ଦେଖା ଯଦି ଯାଏ ତେବେ ଆମେ ଚନ୍ଦନ ଭଗବାନଙ୍କୁ ଅର୍ପଣ କରିଥାଉ ଯଦି ଏହାର ଅର୍ଥ ଆମର ଜୀବନ ଭଗବାନଙ୍କ କୃପାରେ ସୁଗନ୍ଧ ଭରିଯାଇଛି। ଚନ୍ଦନର ତିଳକ ମତାରେ ଛୋଟ ବିନ୍ଦି ଲଗାଇଲେ  ତାହା ହିନ୍ଦୁ ଧର୍ମ ଅନୁସାରେ ଖୁବ୍ ଶୁଭ ବୋଲି କୁହାଯାଏ। କୁହାଯାଏ ଯେ, ଚନ୍ଦନର ତିଳକ ଲଗାଇବା ଦ୍ବାରା ମଣିରେ ପାପ ନାଶ ହୋଇଯାଇଥାଏ  ଏବଂ ଆମେ ଅନେକ ପ୍ରକାର ସଙ୍କଟରୁ ଉଦ୍ଧାର ପାଇଥାଉ। ତିଳକ ଲଗାଇବା ଦ୍ବାରା ଗ୍ରହ ଶାନ୍ତି ହୁଏ। ଚନ୍ଦନର ତିଳକ ଲଗାଇବାର ସୌଭାଗ୍ୟରେ ବୃଦ୍ଧି ପାଇଲେ ଘରେ ଘରେ ଅନ୍ନ-ଧନ ଭରି ରହିଥାଏ।

ବୈଜ୍ଞାନିକ ମହତ୍ତ୍ବ:  ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଦି ଦେଖାଯାଏ ତେବେ ଚନ୍ଦନର ତିଳକ ଆମର ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ। ଚନ୍ଦନର ତିଳକ ବୈଜ୍ଞାନିକ ଲାଭ କିଛି ଏଭଳି ରହିଛି। ଚନ୍ଦନର ତିଳକ ମଥାରେ ଲଗାଇବା ଦ୍ବାରା ଶାନ୍ତି ଏବଂ ଆନନ୍ଦ ମିଳିଥାଏ। ଏହା ସହିତ ମାନସିକ ରୋଗରୁ ରକ୍ଷା କରିଥାଏ। ଏହା ସହିତ ମୁଣ୍ଡ ବିନ୍ଧାରୁ ଆଶ୍ବସ୍ଥି ନେଇଥାଏ। ମୁଣ୍ଡରେ ଥିବା ସେରାଟୋନିନ୍ ଓ ବିଟା ଏଣ୍ଡୋର୍ଫିନ୍ର ସ୍ରାବ ସନ୍ତୁଳିତ ଭାବରେ ହୋଇଥାଏ, ଯାହାଫଳରେ ଆମେ କମ୍ ପରିମାଣରେ ଉଦାସ ରହିଥାଏ ଓ ମନରେ ଉତ୍ସାହ ସବୁବେଳେ ଥାଏ। ତିଳକ ଲଗାଇବା ଫଳରେ ବ୍ୟକ୍ତିତ୍ବ ପ୍ରଭାବଶାଳୀ ହୋଇଥାଏ ଏବଂ ଆତ୍ମବିଶ୍ବାସ  ବୃଦ୍ଧି ପାଇଥାଏ।

   ସମ୍ବନ୍ଧିତ ଖବର


ସେବାୟତଙ୍କ ଅନନ୍ୟ ପରମ୍ପରା ‘ନେତ ପିଲା’- ଭଲ ବର ପାଇଁ ମାର୍କଣ୍ଡେୟଙ୍କୁ ପୂଜିଲେ

ଦୀପାବଳୀ ପର୍ଯ୍ୟନ୍ତ ସେଞ୍ଚୁରି ପାର କରିପାରେ ପିଆଜ ଦାମ୍! ସରି ଆସୁଛି ପୁରୁଣା ଷ୍ଟକ୍

ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇଲେ ୩ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଏହି ରାଜ୍ୟରେ ନିୟମ ଲାଗୁ

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ

ହ୍ୱାଟସ୍‌ଆପ୍‌ ଓ୍ୱେବରେ ଆସୁଛି ଏହି ସବୁ ନୂଆ ଫିଚର

୯୧ ବର୍ଷୀୟ ବୃଦ୍ଧଙ୍କୁ ସଲାମ୍‌: ମାନବ ସମାଜର ସୁରକ୍ଷା ପାଇଁ କରୁଛନ୍ତି ଏହି କାମ୍, ଭିଡିଓ ଭାଇରାଲ